ଖୋଜାପଲ୍ଲୀରେ ଗୁଳିମାଡ଼, କାରଣ ଅସ୍ପଷ୍ଟ

ଖଲ୍ଲିକୋଟ,୭।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଖୋଜାପଲ୍ଲୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଛି। ଏଥିରେ ଗ୍ରାମର ନୀଳକଣ୍ଠ ପରିଡ଼ା (୩୬) ଗୁରୁତର ଆହତ ହୋଇଛନ୍ତି। ନୀଳକଣ୍ଠ ସନ୍ଧ୍ୟା ପ୍ରାୟ ୭ଟାରେ ଗଁା ଦାଣ୍ଡରେ ଛିଡା ହୋଇଥିଲେ। ବାଇକରେ ୨ଜଣ ଦୁର୍ବୃତ୍ତ ଆସି ତାଙ୍କୁ ପଛପଟୁ ଗୁଳିମାଡ କରିଥିଲେ। ତାଙ୍କ ଅଣ୍ଟାରେ ଗୁଳି ବାଜିଥିଲା। ସମ୍ପର୍କୀୟମାନେ ପ୍ରଥମେ ଖଲ୍ଲିକୋଟ ଡ଼ାକ୍ତରଖାନାକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି। ଖଲ୍ଲିକୋଟ ଥାନା ଅଧିକାରୀ ସୁନୀଲ କୁମାର ବେହେରା, ଏସ୍‌ଆଇ ସିଲୁ ଧଳଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଅନୁସନ୍ଧାନ ଜାରି ରଖିଛି। ଖବର ଲେଖାହେବା ସୁଦ୍ଧା କାହାରିକୁ ଗିରଫ କରାଯାଇନାହିଁ। ପୂର୍ବ ଶତ୍ରୁତାକୁ ନେଇ ଏପରି ଆକ୍ରମଣ ହୋଇଥିବା କୁହାଯାଉଛି। ଏହାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଖୋଜାପଲ୍ଲୀ ଗ୍ରାମରେ ଦୀର୍ଘଦିନ ଧରି ଅଶାନ୍ତି ଲାଗି ରହିଥିଲା। କିଛିଦିନର ନୀରବତା ପରେ ଏପରି ଗୁଳିକାଣ୍ଡ ଘଟିଛି।