Posted inଖେଳ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା :ଚର୍ଚ୍ଚାରେ ୬ ଫୁଟ୍‌ ୯ ଇଞ୍ଚ ଉଚ୍ଚତାର ସହଜ୍‌

ଭୁବନେଶ୍ୱର, ୨୫।୨(ସ୍ପୋଟର୍‌ସ ବ୍ୟୁରୋ): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ସୋମବାର ୪ର୍ଥ ଦିନରେ ପହଞ୍ଚତ୍ଛି। ପ୍ରତିଯାଗିତାରେ ଜୈନ ବିଶ୍ୱବିଦ୍ୟାଳୟ (କର୍ନାଟକ)ର ଉନ୍ନତ ପ୍ରଦର୍ଶନ ଧାରା ଜାରି ରହିଛି। ତେବେ ସେମାନଙ୍କ ସଫଳତା ଯେତିକି ଚର୍ଚ୍ଚାରେ ନାହିଁ ଏହାଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଏହି ବିଶ୍ୱବିଦ୍ୟାଳୟର ବାସ୍କେଟବଲ ଖେଳାଳି ସହଜ୍‌ ପଟେଲ। ବରୋଦା ଜନ୍ମିତ ସହଜ୍‌ଙ୍କ ଉଚ୍ଚତା ୬ ଫୁଟ ଏବଂ ୯ ଇଞ୍ଚ୍‌ ରହିଛି। ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ତାଙ୍କୁ ସବୁଠାରୁ ଡେଙ୍ଗା ଖେଳାଳି ଭାବେ ବିବେଚିତ କରାଯାଇଛି। ୧୮ ବର୍ଷ ବୟସରେ କଲେଜରେ ଯୋଗଦେବା ପରେ ସହଜ୍‌ ବହୁ ବିଳମ୍ବରେ ବାସ୍କେଟବଲ ସହିତ ସଂଶ୍ଳିଷ୍ଟ ହୋଇଥିଲେ। ‘ଖେଳିବାଠାରୁ ବର୍ତ୍ତମାନ ପଯ୍ୟନ୍ତ ୪ ବର୍ଷ ହୋଇଗଲାଣି, କେବେ ପଛଘୁଞ୍ଚା ଦେଇନାହିଁ। ମୋ ଅଭିଭାବକ ଖୁସି ନ ଥିଲେ କି ମୁଁ କ୍ରୀଡ଼ା କ୍ଷେତ୍ରରେ ପ୍ରବେଶ କରେ। କିନ୍ତୁ ସମୟକ୍ରମେ ସେମାନେ ବୁଝିଗଲେ ଯେ ଏହା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ’ ବୋଲି ସହଜ୍‌ କହିଛନ୍ତି। ୨୪ ବର୍ଷୀୟ ସହଜ୍‌ ପ୍ରଥମେ ବାପାଙ୍କ ଇଚ୍ଛା ପୂରଣ କରି ଇଞ୍ଜିନିୟରିଂ ପଢ଼ା ଶେଷ କରିଥିଲେ। ବର୍ତ୍ତମାନ ସେ ଜୈନ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟରେ ମାଷ୍ଟର ଡିଗ୍ରୀ କରୁଛନ୍ତି।
ସହଜ୍‌ ଯେତେବେଳେ ଜାତୀୟ ପ୍ରତିଯୋଗିତାରେ ଗୁଜରାଟ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ସେତେବେଳେ ଜାତୀୟ ଚୟନକର୍ତ୍ତାଙ୍କ ନଜରକୁ ଆସିଥିଲେ। ଏହାପରେ ତାଙ୍କୁ ସାଫ୍‌ ଗେମ୍ସରେ ଭାରତ ପାଇଁ ଖେଳିବାର ସୁଯୋଗ ମିଳିଥିଲା। ସେଠାରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ସହଜ୍‌ ଏହି ସଫଳତା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ‘ ଏହା ସ୍ବପ୍ନ ସତ ହେବା ଭଳି। ବାସ୍ତବରେ କ୍ରମାଗତ ଭାବେ ମଁୁ ଭାରତ ପାଇଁ ପ୍ରତିନିଧିତ୍ୱ କରିବାକୁ ଇଚ୍ଛୁକ। ଏଫ୍‌ଆଇବିଏ ଗେମ୍ସରେ ମଁୁ ବିଫଳ ହୋଇଯାଇଥିଲି। କିନ୍ତୁ ପରବର୍ତ୍ତୀ ସମୟରେ ଭାରତୀୟ ଦଳରେ ସାମିଲ ହେବା ପାଇଁ ଚେଷ୍ଟା ଜାରି ରଖିଛି ଏବଂ ଜଣେ ପ୍ରମୁଖ ଖେଳାଳିରେ ପରିଣତ ହେବାକୁ ଚାହୁଁଛି’ ବୋଲି ସେ କହିଛନ୍ତି। ‘ଭାରତ ସରକାରଙ୍କ ଦ୍ୱାରା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଏକ ବୃହତ୍‌ ପଦକ୍ଷେପ। ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ସାମିଲ ହୋଇଥିବାରୁ ବେଶ୍‌ ଆନନ୍ଦିତ’ବୋଲି ସହଜ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri