ଖୁସି ଖବର: ଗୋଆ, ମଣିପୁର ହେଲା କରୋନା ମୁକ୍ତ ରାଜ୍ୟ

ନୂଆଦିଲ୍ଲୀ,୨୦।୪: ଦେଶରେ କେରାନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଗୋଆ ଓ ମଣିପୁରରୁ ଆସିଛି ଖୁସି ଖବର। ଏହି ୨ ରାଜ୍ୟ କରୋନା ମୁକ୍ତ ଘୋଷଣା କରାଯାଇଛି। ଗୋଆରେ ୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଥିବା ଜଣାପଡିଛି। ରବିବାର ଶେଷ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଗୋଆକୁ କରୋନା ମୁକ୍ତ ରାଜ୍ୟ ବୋଲି ଘୋଷଣା କରିଛନ୍ତି। ସେହିପରି ମଣିପୁରରେ କରୋନାରେ ଆକ୍ରାନ୍ତ ଥିବା ୨ ଜଣ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ ଆସିବା ଓ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ହସ୍ପିଟାଲ ପକ୍ଷରୁ ଘୋଷଣା କରାଯିବା ପରେ, ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂ ମଣିପୁରକୁ କରୋନା ମୁକ୍ତ ରାଜ୍ୟ ଭାବେ ଘୋଷଣା କରିଛନ୍ତି।

Share