ଖୁଲାସା ହେଲା ବୃହତ୍‌ ଇଚ୍ଛାକୃତ ଖିଲାପକାରୀଙ୍କ ନାମ

ମୁମ୍ବାଇ,୨୨-୧୧: ବ୍ୟାଙ୍କଗୁଡିକରୁ ବୃହତ୍‌ ପରିମାଣର ଋଣ ନେଇ ପଇଠ କରି ନ ଥିବା ବୃହତ୍‌ ଇଛାକୃତ ଖିଲାପକାରୀଙ୍କ ନାମକୁ ରିଜର୍ଭ ବ୍ୟାଙ୍କ ଶେଷରେ ଖୁଲାସା କରିଛି। ଏହି ବ୍ୟକ୍ତି ବିଶେଷଙ୍କ ନାମ ଘୋଷଣା କରିବାକୁ ସୁପ୍ରିମକୋର୍ଟ ରିଜର୍ଭ ବ୍ୟାଙ୍କୁ ନିର୍ଦ୍ଦେଶ ଦେବାର ୪ ବର୍ଷ ପରେ ଏନେଇ କେନ୍ଦ୍ରୀୟ ବ୍ୟାଙ୍କ ପଦକ୍ଷେପ ନେଇଛି। ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଅଧିକାର ଆଇନ(ଆର୍‌ଟିଆଇ)ରେ ମଗାଯାଇଥିବା ତଥ୍ୟ ଆଧାରରେ କେନ୍ଦ୍ରୀୟ ବ୍ୟାଙ୍କ ବଡ ଖିଲାପକାରୀଙ୍କ ନାମ ଦେଇଛି। ଏହି ତାଲିକାରେ ୩୦ ଜଣକ ନାମ ରହିଛି। ଏଭଳି ଖିଲାପକାରୀ ବ୍ୟକ୍ତିଙ୍କ ନାମ ପ୍ରଦାନ କରିବାକୁ ଗତ ୧୦ ବର୍ଷ ହେବ ଅନେକ ଆର୍‌ଟିଆଇ ଫାଇଲ କରାଯାଇଛି। ଦେଶର ଆର୍ଥତ୍କ ସ୍ବାର୍ଥରେ ଏହା ବାଧା ଉପୁଜାଇବ କହି ରିଜର୍ଭ ବ୍ୟାଙ୍କ ଏ ନେଇ ନାମକୁ ପ୍ରଘଟ କରି ନ ଥିଲା।
ରିଜର୍ଭ ବ୍ୟାଙ୍କ ଏମାନଙ୍କ ନାମ ଦେଇ ନ ଥିବାବେଳେ ବ୍ୟାଙ୍କଗୁଡିକଠାରୁ ଖିଲାପକାରୀଙ୍କ ସମ୍ପର୍କରେ ସୂଚନା ମିଳି ଯାଉଥିଲା। କାରଣ ବ୍ୟାଙ୍କଗୁଡ଼ିକ ଦେଇଥିବା ଅର୍ଥ ସେମାନେ ଫେରି ପାଇବାକୁ ଅସୁବିଧା ହେବାରୁ କିଏ କେତେ ପରିମାଣର ଋଣ ନେଇଛି ସେ ଉପରେ ସ୍ପଷ୍ଟ କରିଥିଲେ। ବ୍ୟାଙ୍କଗୁଡିକ ସେମାନଙ୍କ ଅର୍ଥ ଫେରି ପାଇବା ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି। ଏଭଳି ତଥ୍ୟ ସବୁକୁ ଟ୍ରାନ୍ସ ୟୁନିୟନ ସିବିଲ୍‌ ଏକତ୍ର କରିଥିବା ଜଣାପଡିଛି। ଏହି ୩୦ କମ୍ପାନୀ ମଧ୍ୟରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସୀଙ୍କ ଭଳି ବ୍ୟକ୍ତି ବିଶେଷ ରହିଛନ୍ତି। ଏହି ବ୍ୟକ୍ତି ବିଶେଷଙ୍କୁ ବ୍ୟାଙ୍କ ଦେଇଥିବା ପ୍ରାୟ ୫୦ ହଜାର କୋଟି ଟଙ୍କାର ଉର୍ଦ୍ଧ୍ୱ ଋଣ ଅର୍ଥକୁ ବ୍ୟାଙ୍କଗୁଡିକ ସେମାନଙ୍କ ବାଲାନ୍ସ ସିଟକୁ ବାଦ ଦେଇଛନ୍ତି ବା ଋଣ ରାଇଟ ଅଫ୍‌ କରାଯାଇଛି। ୨୦୧୮ ଡିସେମ୍ବର ୧୮ ସୁଦ୍ଧା ୧୧,୦୦୦ରୁ ଉର୍ଦ୍ଧ୍ୱ କମ୍ପାନୀ ୧.୬୧ ଲକ୍ଷ କୋଟି ଟଙ୍କା ଇଚ୍ଛାକୃତ ଭାବେ ଖିଲାପ କରିଥିବା ଟ୍ରାନ୍ସୟୁନିୟନ ସିବିଲ ତଥ୍ୟରୁ ସାମ୍ନାକୁ ଆସିଛି।
ଏହି ବ୍ୟକ୍ତି ବିଶେଷ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣ ନେଇଛନ୍ତି। ଖିଲାପକାରୀଙ୍କ ଏହି ତଥ୍ୟକୁ ଆର୍‌ବିଆଇର ସେଣ୍ଟ୍ରାଲାଇଜ ସିଷ୍ଟମ ଡାଟା ବେସ୍‌ ଦ୍ୱାରା ପ୍ରକାଶ କରାଯାଇଛି। ସୂଚନା ମୁତାବକ ବୃହତ୍ତ ଖିଲାପକାରୀଙ୍କ ମଧ୍ୟରେ ଗୀତାଞ୍ଜଳୀ ଜେମସ୍‌ ଉପରେ ସର୍ବାଧିକ ୫୦୪୪ କୋଟି ଋଣ ରହିଛି। ସେହିଭଳି ରେଇ ଆଗ୍ରୋ ଲିମିଟେଡ ୪୧୯୭ କୋଟି, ଓ୍ବିନସମ ଡାଇମଣ୍ଡ ଆଣ୍ଡ ଜୁଏଲେରୀ ଊପରେ ୩୩୮୬ କୋଟି, ରୁଚି ସୋୟା ଲିମିଟେଡ ୩୨୨୫ କୋଟି, ରୋଟୋମାକ ଗ୍ଲୋବାଲ ୨୮୪୪ କୋଟି, କିଙ୍ଗଫିସର ୨୪୮୮ କୋଟି, କୁଡୁସ କେମି ଲିମିଟେଡ ୨୩୨୬ କୋଟି, ଜୁମ ଡେଭଲପର୍ସ ୨୦୨୪ କୋଟି, ଡେକାନ କ୍ରନିକଳ ହୋଲ୍ଡିଂ ୧୯୫୧ କୋଟି ଭଳି ଅନ୍ୟ କମ୍ପାନୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri