ଖୁରରେ ଆକ୍ରମଣ, ଯୁବକ ଗୁରୁତର

ଦିଗପହଣ୍ଡି,୧୧ା୧୨(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ କେ. ସାମନ୍ତରାପୁର ଗାଁରେ ମଙ୍ଗଳବାର ନିରଞ୍ଜନ ରେଡ୍ଡୀଙ୍କୁ ଖୁରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏତଲା ପାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି। ସନ୍ଧ୍ୟାରେ ଜି. ନିରଞ୍ଜନ ରେଡ୍ଡୀଙ୍କ ଧାନ ଅଖାରୁ ବହୁ ସଂଖ୍ୟକ କୁକୁୁଡ଼ା ଧାନ ଖାଇ ଦେବାରୁ ନିରଞ୍ଜନ ଉତ୍ତ୍ୟକ୍ତ ହୋଇ କୁକୁଡ଼ାକୁ ପଥର ମାରିଥିଲେ। ଏହି ସମୟରେ କୁକୁଡ଼ା ପୋଷିଥିବା ଗାଁର ଜଣେ ଯୁବକ ସେଠାରେ ପହଞ୍ଚତ୍ ନିରଞ୍ଜନଙ୍କୁ ଗାଳିଗୁଲଜ କରିଥିଲେ। ପରେ ସମ୍ପୃକ୍ତ ଯୁବକ ଘରୁ ଏକ ଧାରୁଆ ଖୁରା ଆଣି ନିରଞ୍ଜନଙ୍କୁ ଆକ୍ରମଣ କରିଥିଲେ। ପରିବାର ଲୋକେ ନିରଞ୍ଜନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଥାନାରେ ଏତଲା ଦେଇଥିଲେ।