ଖୁବ୍‌ଶୀଘ୍ର କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ

ଭୁବନେଶ୍ୱର, ୪ା୭(ବ୍ୟୁରୋ): ରାଜ୍ୟ କଂଗ୍ରେସର ସାଙ୍ଗଠନିକ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରାଯିବ। ତୃଣମୂଳସ୍ତରରୁ କଂଗ୍ରେସକୁ ପୁଣିଥରେ ମଜଭୁତ କରିବାକୁ ଉଦ୍ୟମ କରାଯିବ। ସଙ୍ଗଠନରେ ନୂଆ ଲୋକଙ୍କୁ ସୁଯୋଗ ଦିଆଯାଇ ଦଳକୁ ମଜଭୁତ କରିବା ପାଇଁ ଚେଷ୍ଟା କରାଯିବ ବୋଲି କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି। ୨୦୧୪ ସାଧାରଣ ନିର୍ବାଚନରେ ୧୬ଟି ବିଧାନସଭା ଆସନରେ ଦଳକୁ ସଫଳତା ମିଳିଥିବା ବେଳେ କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇ ଆସୁଥିଲା। ହେଲେ ଦଳ ମଧ୍ୟରେ ନେତୃତ୍ୱ ବିବାଦ ଏତେ ବ୍ୟାପକ ହେଲା ଯେ, ଦଳ ୨୦୧୯ ନିର୍ବାଚନରେ ରାଜ୍ୟରେ ତୃତୀୟ ସ୍ଥାନକୁ ଖସି ଆସିଛି। ୨୦୧୪ ନିର୍ବାଚନ ପରେ ପ୍ରସାଦ ହରିଚନ୍ଦନଙ୍କୁ ପିସିସି ସଭାପତି କରାଯାଇଥିଲା। ହେଲେ ତାଙ୍କ ନେତୃତ୍ୱକୁ ନେଇ ଦଳରେ ବିଶୃଙ୍ଖଳା ସୃଷ୍ଟି ହେବାରୁ ବାଧ୍ୟ ହୋଇ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି ଦାୟିତ୍ୱ ଦିଆଗଲା। ଗତ ନିର୍ବାଚନରେ ମଧ୍ୟ କଂଗ୍ରେସ ନିରଞ୍ଜନଙ୍କ ନେତୃତ୍ୱରେ ଲଢ଼ିଥିଲା। ଦାୟିତ୍ୱ ନେବା ପୂର୍ବରୁ ଦଳକୁ ମଜଭୁତ କରିବା ପାଇଁ ସେ ବ୍ୟାପକ କାର୍ଯ୍ୟକ୍ରମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ନିର୍ବାଚନରେ ଦଳ ମାତ୍ର ୯ଟି ଆସନରେ ବିଜୟୀ ହେବାପରେ ନିରଞ୍ଜନ ନିଜ ଆଡୁ ସଭାପତି ପଦରୁ ଇସ୍ତଫା ଦେଇଦେଲେ। ହେଲେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନିରଞ୍ଜନଙ୍କ ଇସ୍ତଫାପତ୍ର ଗ୍ରହଣ କରିନାହିଁ। ଯେହେତୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ଦଳରେ ସଙ୍କଟ ଲାଗି ରହିଥିଲା ସେଥିଲାଗି ନିରଞ୍ଜନଙ୍କ କଥାକୁ ଏଆଇସିସି ସେତେଟା ଗୁରୁତ୍ୱ ଦେଇ ନ ଥିଲା। କେବଳ ନିରଞ୍ଜନ ନୁହନ୍ତି ଆଉ କେତେକ ରାଜ୍ୟର ପିସିସି ସଭାପତି ମଧ୍ୟ ଇସ୍ତଫା ଦେଇଥିବା ବେଳେ ତାଙ୍କ କ୍ଷେତ୍ରରେ ଏଆଇସିସି କୌଣସି ବିଚାର କରିନାହିଁ। ଏଭଳି ସ୍ଥିତିରେ ବୁଧବାର ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇସାରିଛନ୍ତି। ନିଜ ଇସ୍ତଫା ପତ୍ରରେ ସେ ୧୪ଟି କାରଣ ଦର୍ଶାଇ ପଦ ଛାଡ଼ିଛନ୍ତି। ଏବେ କଂଗ୍ରେସର ନୂଆ ଅଧ୍ୟକ୍ଷ ଗାନ୍ଧୀ ପରିବାରର ବାହାରୁ ଜଣଙ୍କୁ କଂଗ୍ରେସର ଅଧ୍ୟକ୍ଷ କରାଯିବ ବୋଲି ଜଣାପଡ଼ିଛି। ସେହି ଅନୁଯାୟୀ ସାରା ଦେଶରେ କଂଗ୍ରେସର ରୂପରେଖ ବଦଳିବ ବୋଲି କୁହାଯାଉଛି। ଅପରପକ୍ଷରେ ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ଶେଷ ହେବାପରେ ପ୍ରଥମ ଥର ଲାଗି ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତ କରିଥିଲେ। ବୁଧବାର ସେ ଜିତେନ୍ଦ୍ର ସିଂଙ୍କୁ ଭେଟିଥିବା ଜଣାପଡ଼ିଛି। ନିରଞ୍ଜନ କହିଛନ୍ତି ଯେ, ତାଙ୍କ ଇସ୍ତଫା ନେଇ ଆଲୋଚନା ହୋଇଛି। ସେମାନେ ନିଷ୍ପତ୍ତି ନେଇ ଜଣାଇବେ। ନିର୍ବାଚନ ପରାଜୟ କାରଣ ଖୋଜିବାକୁ ଗଠିତ କମିଟି ଏ ପର୍ଯ୍ୟନ୍ତ ରିପୋର୍ଟ ପ୍ରଦାନ କରିନାହିଁ।
ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଜିତେନ୍ଦ୍ର ସିଂ ଏବଂ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ନିର୍ବାଚନ ପ୍ରଦର୍ଶନ ନେଇ ଦୁଇଟି ପୃଥକ୍‌ ପୃଥକ୍‌ ବୈଠକ ହୋଇଥିଲା। ପ୍ରଥମ ବୈଠକରେ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ନେତାମାନେ ଯୋଗଦେଇ ଦଳର ପ୍ରଦର୍ଶନ ଖରାପ ହେବା ସମ୍ପର୍କରେ ମତ ରଖିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଦଳର ବରିଷ୍ଠ ନେତାମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ ରାହୁଲଙ୍କ ଇସ୍ତଫାପତ୍ର ଗ୍ରହଣ ନ କରିବା ନେଇ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହି ସମୟରେ ନିରଞ୍ଜନ ମଧ୍ୟ ନିଜ ଇସ୍ତଫାପତ୍ର କିପରି ଗ୍ରହଣ କରା ନ ଯିବ ସେନେଇ ଏକ ପ୍ରସ୍ତାବ ପାରିତ କରିବାକୁ ଉଦ୍ୟମ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ପଣ୍ଡ ହୋଇଥିଲା ବୋଲି ବୈଠକରେ ଉପସ୍ଥିତ କେତେଜଣ ନେତା କହିଥିଲେ। ସେହି ବୈଠକ ପରେ ଜିତେନ୍ଦ୍ର କହିଥିଲେ ଯେ, ଆସନ୍ତା ୬ ମାସ ମଧ୍ୟରେ ସଭାପତି ପଦ ପରିବର୍ତ୍ତନ ହେବ ନାହିଁ। ଏହାପରେ ଦଳରେ ଆମୂଳଚୂଳ ପରିବର୍ତ୍ତନ ହେବ। ତେଣୁ ଏଭଳି ସମୟରେ ନିରଞ୍ଜନ ଓ ଜିତେନ୍ଦ୍ରଙ୍କ ଭେଟଘାଟକୁ ନେଇ ଦଳର କିଛି ରାଜ୍ୟ ନେତୃବୃନ୍ଦ ସନ୍ଦେହ ପ୍ରକଟ କରିଛନ୍ତି। ନିରଞ୍ଜନ ସଭାପତି ପଦ ନ ଛାଡ଼ିବାକୁ ନୂଆ ଯୋଜନା କରୁଥିବା ଚର୍ଚ୍ଚା ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri