ଖୁବ୍‌ଶୀଘ୍ର କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ

ଭୁବନେଶ୍ୱର, ୪ା୭(ବ୍ୟୁରୋ): ରାଜ୍ୟ କଂଗ୍ରେସର ସାଙ୍ଗଠନିକ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରାଯିବ। ତୃଣମୂଳସ୍ତରରୁ କଂଗ୍ରେସକୁ ପୁଣିଥରେ ମଜଭୁତ କରିବାକୁ ଉଦ୍ୟମ କରାଯିବ। ସଙ୍ଗଠନରେ ନୂଆ ଲୋକଙ୍କୁ ସୁଯୋଗ ଦିଆଯାଇ ଦଳକୁ ମଜଭୁତ କରିବା ପାଇଁ ଚେଷ୍ଟା କରାଯିବ ବୋଲି କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି। ୨୦୧୪ ସାଧାରଣ ନିର୍ବାଚନରେ ୧୬ଟି ବିଧାନସଭା ଆସନରେ ଦଳକୁ ସଫଳତା ମିଳିଥିବା ବେଳେ କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇ ଆସୁଥିଲା। ହେଲେ ଦଳ ମଧ୍ୟରେ ନେତୃତ୍ୱ ବିବାଦ ଏତେ ବ୍ୟାପକ ହେଲା ଯେ, ଦଳ ୨୦୧୯ ନିର୍ବାଚନରେ ରାଜ୍ୟରେ ତୃତୀୟ ସ୍ଥାନକୁ ଖସି ଆସିଛି। ୨୦୧୪ ନିର୍ବାଚନ ପରେ ପ୍ରସାଦ ହରିଚନ୍ଦନଙ୍କୁ ପିସିସି ସଭାପତି କରାଯାଇଥିଲା। ହେଲେ ତାଙ୍କ ନେତୃତ୍ୱକୁ ନେଇ ଦଳରେ ବିଶୃଙ୍ଖଳା ସୃଷ୍ଟି ହେବାରୁ ବାଧ୍ୟ ହୋଇ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି ଦାୟିତ୍ୱ ଦିଆଗଲା। ଗତ ନିର୍ବାଚନରେ ମଧ୍ୟ କଂଗ୍ରେସ ନିରଞ୍ଜନଙ୍କ ନେତୃତ୍ୱରେ ଲଢ଼ିଥିଲା। ଦାୟିତ୍ୱ ନେବା ପୂର୍ବରୁ ଦଳକୁ ମଜଭୁତ କରିବା ପାଇଁ ସେ ବ୍ୟାପକ କାର୍ଯ୍ୟକ୍ରମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ନିର୍ବାଚନରେ ଦଳ ମାତ୍ର ୯ଟି ଆସନରେ ବିଜୟୀ ହେବାପରେ ନିରଞ୍ଜନ ନିଜ ଆଡୁ ସଭାପତି ପଦରୁ ଇସ୍ତଫା ଦେଇଦେଲେ। ହେଲେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନିରଞ୍ଜନଙ୍କ ଇସ୍ତଫାପତ୍ର ଗ୍ରହଣ କରିନାହିଁ। ଯେହେତୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ଦଳରେ ସଙ୍କଟ ଲାଗି ରହିଥିଲା ସେଥିଲାଗି ନିରଞ୍ଜନଙ୍କ କଥାକୁ ଏଆଇସିସି ସେତେଟା ଗୁରୁତ୍ୱ ଦେଇ ନ ଥିଲା। କେବଳ ନିରଞ୍ଜନ ନୁହନ୍ତି ଆଉ କେତେକ ରାଜ୍ୟର ପିସିସି ସଭାପତି ମଧ୍ୟ ଇସ୍ତଫା ଦେଇଥିବା ବେଳେ ତାଙ୍କ କ୍ଷେତ୍ରରେ ଏଆଇସିସି କୌଣସି ବିଚାର କରିନାହିଁ। ଏଭଳି ସ୍ଥିତିରେ ବୁଧବାର ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇସାରିଛନ୍ତି। ନିଜ ଇସ୍ତଫା ପତ୍ରରେ ସେ ୧୪ଟି କାରଣ ଦର୍ଶାଇ ପଦ ଛାଡ଼ିଛନ୍ତି। ଏବେ କଂଗ୍ରେସର ନୂଆ ଅଧ୍ୟକ୍ଷ ଗାନ୍ଧୀ ପରିବାରର ବାହାରୁ ଜଣଙ୍କୁ କଂଗ୍ରେସର ଅଧ୍ୟକ୍ଷ କରାଯିବ ବୋଲି ଜଣାପଡ଼ିଛି। ସେହି ଅନୁଯାୟୀ ସାରା ଦେଶରେ କଂଗ୍ରେସର ରୂପରେଖ ବଦଳିବ ବୋଲି କୁହାଯାଉଛି। ଅପରପକ୍ଷରେ ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ଶେଷ ହେବାପରେ ପ୍ରଥମ ଥର ଲାଗି ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତ କରିଥିଲେ। ବୁଧବାର ସେ ଜିତେନ୍ଦ୍ର ସିଂଙ୍କୁ ଭେଟିଥିବା ଜଣାପଡ଼ିଛି। ନିରଞ୍ଜନ କହିଛନ୍ତି ଯେ, ତାଙ୍କ ଇସ୍ତଫା ନେଇ ଆଲୋଚନା ହୋଇଛି। ସେମାନେ ନିଷ୍ପତ୍ତି ନେଇ ଜଣାଇବେ। ନିର୍ବାଚନ ପରାଜୟ କାରଣ ଖୋଜିବାକୁ ଗଠିତ କମିଟି ଏ ପର୍ଯ୍ୟନ୍ତ ରିପୋର୍ଟ ପ୍ରଦାନ କରିନାହିଁ।
ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଜିତେନ୍ଦ୍ର ସିଂ ଏବଂ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ନିର୍ବାଚନ ପ୍ରଦର୍ଶନ ନେଇ ଦୁଇଟି ପୃଥକ୍‌ ପୃଥକ୍‌ ବୈଠକ ହୋଇଥିଲା। ପ୍ରଥମ ବୈଠକରେ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ନେତାମାନେ ଯୋଗଦେଇ ଦଳର ପ୍ରଦର୍ଶନ ଖରାପ ହେବା ସମ୍ପର୍କରେ ମତ ରଖିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଦଳର ବରିଷ୍ଠ ନେତାମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ ରାହୁଲଙ୍କ ଇସ୍ତଫାପତ୍ର ଗ୍ରହଣ ନ କରିବା ନେଇ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହି ସମୟରେ ନିରଞ୍ଜନ ମଧ୍ୟ ନିଜ ଇସ୍ତଫାପତ୍ର କିପରି ଗ୍ରହଣ କରା ନ ଯିବ ସେନେଇ ଏକ ପ୍ରସ୍ତାବ ପାରିତ କରିବାକୁ ଉଦ୍ୟମ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ପଣ୍ଡ ହୋଇଥିଲା ବୋଲି ବୈଠକରେ ଉପସ୍ଥିତ କେତେଜଣ ନେତା କହିଥିଲେ। ସେହି ବୈଠକ ପରେ ଜିତେନ୍ଦ୍ର କହିଥିଲେ ଯେ, ଆସନ୍ତା ୬ ମାସ ମଧ୍ୟରେ ସଭାପତି ପଦ ପରିବର୍ତ୍ତନ ହେବ ନାହିଁ। ଏହାପରେ ଦଳରେ ଆମୂଳଚୂଳ ପରିବର୍ତ୍ତନ ହେବ। ତେଣୁ ଏଭଳି ସମୟରେ ନିରଞ୍ଜନ ଓ ଜିତେନ୍ଦ୍ରଙ୍କ ଭେଟଘାଟକୁ ନେଇ ଦଳର କିଛି ରାଜ୍ୟ ନେତୃବୃନ୍ଦ ସନ୍ଦେହ ପ୍ରକଟ କରିଛନ୍ତି। ନିରଞ୍ଜନ ସଭାପତି ପଦ ନ ଛାଡ଼ିବାକୁ ନୂଆ ଯୋଜନା କରୁଥିବା ଚର୍ଚ୍ଚା ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri