‘ଖାଦ୍ୟରେ ବିଷ ଦେଇଥିଲେ’

ଭୁବନେଶ୍ୱର,୭।୧(ବ୍ୟୁରୋ):ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)ରେ କାର୍ଯ୍ୟରତ ବରିଷ୍ଠ ଓଡ଼ିଆ ବୈଜ୍ଞାନିକ ତଥା ଅହମ୍ମଦାବାଦସ୍ଥିତ ସ୍ପେସ୍‌ ଆପ୍ଲିକେଶନ ସେଣ୍ଟରର ପୂର୍ବତନ ନିର୍ଦ୍ଦେଶକ ତପନ ମିଶ୍ର ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆଣିଛନ୍ତି। ୩ବର୍ଷ ପୂର୍ବେ ତାଙ୍କୁ ଖାଦ୍ୟରେ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଇଥିଲା। ଆଉ ଏହା ବାଙ୍ଗାଲୋରସ୍ଥିତ ଇସ୍ରୋ ମୁଖ୍ୟ କାର୍ଯ୍ୟାଳୟରେ ଏକ ପଦୋନ୍ନତି ସାକ୍ଷାତକାର ସମୟରେ କରାଯାଇଥିଲା। ତାଙ୍କୁ ମାରାତ୍ମକ ଆର୍ସେନିକ୍‌ ଟ୍ରାଇଅକ୍ସାଇଡ୍‌ ବିଷ ଦିଆଯାଇଥିଲା। କେବଳ ଏତିକି ନୁହେଁ, ଘରକୁ ସାପ ପଠାଯାଇ ତାଙ୍କୁ ମାରିବାକୁ ଉଦ୍ୟମ ହୋଇଥିବା ମିଶ୍ର ଅଭିଯୋଗ କରିଛନ୍ତି। ମଙ୍ଗଳବାର ସେ ଫେସ୍‌ବୁକରେ ‘ଲଙ୍ଗ୍‌ କିପ୍‌ ସିକ୍ରେଟ୍‌’ ଶୀର୍ଷକ ଏକ ପୋଷ୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।
୨୦୧୭ ମେ’ ୨୩ ରେ ଇସ୍ରୋ ମୁଖ୍ୟାଳୟରେ ପଦୋନ୍ନତି ସାକ୍ଷାତକାର ଚାଲିଥିଲା। ସାକ୍ଷାତକାର ପାଇଁ ଆସିଥିବାବେଳେ ତାଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରିବାକୁ ଯୋଜନା ହୋଇଥିଲା। ହେଲେ କିଏ ଓ କାହିଁକି ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲା ସେ ସମ୍ପର୍କରେ ସେ ଜାଣି ନ ଥିବା କହିଛନ୍ତି। ମଧ୍ୟାହ୍ନଭୋଜନ ପରେ ଖାଇଥିବା ଦୋସା ଓ ଚଟଣିରେ ବିଷାକ୍ତ କେମିକାଲ ଆର୍ସେନିକ୍‌ ଟ୍ରାଇଅକ୍ସାଇଡ୍‌ ମିଶା ଯାଇଥିବା ସେ ସନ୍ଦେହ କରିଛନ୍ତି। ଏହି କେମିକାଲ ରଙ୍ଗହୀନ, ସ୍ବାଦହୀନ ଓ ଗନ୍ଧହୀନ ହୋଇଥିବାରୁ ସନ୍ଦେହ ଘେରକୁ ଆସି ନ ଥିଲା। ମାତ୍ର ଖାଦ୍ୟ ଭଲ ନ ଲାଗିବାରୁ ସେ କମ୍‌ ଖାଇଥିଲେ। ସୌଭାଗ୍ୟବଶତଃ ଏଥିପାଇଁ ତାଙ୍କ ଜୀବନ ତ ବଞ୍ଚତ୍ୟାଇଥିଲା, ହେଲେ ଶରୀରେ ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଦୀର୍ଘ ଦୁଇବର୍ଷ ଧରି ସେ ଚିକିତ୍ସାଧୀନ ଥିଲେ। ତାଙ୍କୁ ହତ୍ୟା କରାଯିବା ଲାଗି ଉଦ୍ୟମ ହେଉଥିବା ନେଇ ୨୦୧୭ ଜୁନ୍‌ରେ ତାଙ୍କର ଜଣେ ସହକର୍ମୀ ସତର୍କ କରାଇଥିଲେ। ଏପରି କି ସେହିବର୍ଷ ଜୁଲାଇ ମାସରେ ଗୃହ ବିଭାଗର ସୁରକ୍ଷା କର୍ମୀମାନେ ତାଙ୍କୁ ଭେଟି ଆର୍ସେନିକ୍‌ କେମିକାଲ ବିଷୟରେ ସୂଚନା ଦେବା ସହ ଡାକ୍ତରମାନଙ୍କୁ ଏହାର ପ୍ରତିକାର ବାବଦରେ କହିଥିଲେ। ଏହାମଧ୍ୟରେ ତାଙ୍କର ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବା ସହିତ ଚର୍ମ ଓ ନଖରେ ସମସ୍ୟା ଦେଖାଦେଇଥିଲା। ଭୟଙ୍କର ସ୍ନାୟୁଜନିତ ସମସ୍ୟା ମଧ୍ୟ ପରିଲକ୍ଷିତ ହୋଇଥିଲା। ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବାର ମେଡିକାଲ ରିପୋର୍ଟ ଏବଂ ହାତ ଓ ପାଦର ଚିତ୍ର ସେ ନିଜ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ତାଙ୍କ ସହ ଘଟିଥିବା ଏହି ଘଟଣାକୁ ସେ ଗୁପ୍ତ ରଖିଥିଲେ। ତେବେ ଚଳିତ ମାସରେ ଇସ୍ରୋର ବରିଷ୍ଠ ପରାମର୍ଶଦାତା ପଦରୁ ମିଶ୍ର ଅବସର ନେବେ। ଏହାପୂର୍ବରୁ ସେ ଘଟଣା ସମ୍ପର୍କରେ ମୁହଁ ଖୋଲିଛନ୍ତି। ଏହାର ତଦନ୍ତ କରି ହତ୍ୟା ଉଦ୍ୟମ ଷଡ଼ଯନ୍ତ୍ର ଉପରୁ ପରଦା ହଟାଇବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ଅବସରରେ ସେ ଦେଶର ଅନେକ ବୈଜ୍ଞାନିକଙ୍କ ରହସ୍ୟମୟ ମୃତ୍ୟୁ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଇସ୍ରୋ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇବା ପାଇଁ ଗୁପ୍ତଚର ଏଭଳି କାମ କରିଥାଇପାରନ୍ତି ବୋଲି ତପନ ଅନୁମାନ କରିଛନ୍ତି। ରାୟଗଡ଼ା ଜିଲାରେ ଜନ୍ମିତ ତପନ ମିଶ୍ର ସିନ୍ଥେଟିକ୍‌ ଆପେଚର୍ଟର ରାଡାର୍‌ ଜ୍ଞାନକୌଶଳ ଉଦ୍ଭାବନକାରୀ ଦଳର ମୁଖ୍ୟ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri