ଖାତା ଦେଖିବେ ଅଧିକ ଶିକ୍ଷକ

କଟକ ଅଫିସ,୧୨ା୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ। ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଓ ମଧ୍ୟମା ପରୀକ୍ଷାର ଖାତା ଦେଖା ମଧ୍ୟ ଏହି ତାରିଖରୁ ଆରମ୍ଭ କରାଯିବ ବୋଲି ବୋର୍ଡ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏଥିନିମନ୍ତେ ୬୦ଟି ମୂଲ୍ୟାୟନ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। ସେହିପରି ଗତବର୍ଷ ତୁଳନାରେ ଚଳିତବର୍ଷ ମୂଲ୍ୟାୟନକାରୀ ସଂଖ୍ୟା ୬ହଜାରକୁ ବୃଦ୍ଧି କରାଯାଇଛି। ଗତବର୍ଷ ୧୭ହଜାର ଶିକ୍ଷକ ମୂଲ୍ୟାୟନ ଦାୟିତ୍ୱରେ ଥିବାବେଳେ ଚଳିତ ଥର ୨୩ ହଜାର ମୂଲ୍ୟାୟନକାରୀ ନିଯୁକ୍ତ ହେବେ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
କରୋନା କଟକଣା ଯୋଗୁ ଖାତା ଦେଖାରେ ବିଳମ୍ବ ହୋଇଥିଲେ ସୁଦ୍ଧା ଏହି ପ୍ରକ୍ରିୟାକୁ ପୁନର୍ବାର ତ୍ୱରାନିତ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ଗତ ମାର୍ଚ୍ଚ ୧୮ ଓ ୧୯ ତାରିଖରେ ଖାତା ଦେଖା ଦାୟିତ୍ୱରେ ନିୟୋଜିତ ହୋଇଥିବା ମୁଖ୍ୟ ମୂଲ୍ୟାୟନକାରୀ, ଡେପୁଟି ମୁଖ୍ୟ ମୂଲ୍ୟାୟନକାରୀ, ମୂଲ୍ୟାୟନକାରୀ, ତଦନ୍ତ ଅଧିକାରୀମାନଙ୍କୁ ୨୦ ତାରିଖରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି। ଜିଲା ଶିକ୍ଷାଧିକାରୀ ଏହି ପ୍ରକ୍ରିୟାକୁ ତଦାରଖ କରିବେ। ନୂତନ ଭାବେ ନିଯୁକ୍ତ ହୋଇଥିବା ମୂଲ୍ୟାୟନକାରୀଙ୍କ ତାଲିକା ବୋର୍ଡର ନିଜସ୍ବ ୱେବସାଇଟରେ ଉପଲବ୍ଧ ରହିଛି। ଏହାଛଡ଼ା କେତେଜଣ ମୂଲ୍ୟାୟନକାରୀ କରୋନା କଟକଣା ଯୋଗୁ ନିଜସ୍ବ ଜିଲାକୁ ଫେରିଯାଇଛନ୍ତି। ଏଭଳି ସ୍ଥଳେ ମୂଲ୍ୟାୟନକାରୀଙ୍କ ନିଜସ୍ବ ଜିଲାରେ ଥିବା ମୂଲ୍ୟାୟନକେନ୍ଦ୍ରରେ ସେମାନଙ୍କୁ ନିୟୋଜିତ କରିବାକୁ ବୋର୍ଡର ନିର୍ଦ୍ଦେଶ ରହିଛି। ଖାତା ଦେଖାର ସମୟ ଭିନ୍ନଭିନ୍ନ କରାଯାଇଛି। ପ୍ରଥମ ଭାଷା (ଓଡ଼ିଆ ) ଓ ସାମାଜିକ ବିଜ୍ଞାନର ପରୀକ୍ଷା ଖାତା ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୂଲ୍ୟାୟନ କରାଯିବ। ସେହିପରି ଇଂଲିଶ ଓ ସାଧାରଣ ବିଜ୍ଞାନ ସକାଳ ୯ଟାରୁ ଅପରାହ୍ନ ୩ଟା, ହିନ୍ଦୀ, ସଂସ୍କୃତ ଓ ଗଣିତ ଖାତାର ମୂଲ୍ୟାୟନ ସକାଳ ୯.୩୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ। ଖାତା ଦେଖା ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖାଯିବା ସହ ପ୍ରତ୍ୟେକ ମୂଲ୍ୟାୟନକାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମୂଲ୍ୟାୟନକେନ୍ଦ୍ରକୁ ପ୍ରବେଶ କରିବା ସମୟରେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri