ଖାଉଟିଙ୍କ ପାଇଁ ଧାର୍ଯ୍ୟ ହେବ ଅଣ୍ଡା ଦର

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ଏଣିକି ଖାଉଟିଙ୍କ ପାଇଁ ଅଣ୍ଡା ଦର ଧାର୍ଯ୍ୟ କରାଯିବ। ଖାଉଟି ଅଣ୍ଡା ଚାଷୀଙ୍କ ବିକ୍ରି ଦର ମଧ୍ୟ ଜାଣିପାରିବେ। ଚାଷୀ କେତେ ଟଙ୍କାରେ ବ୍ୟବସାୟୀଙ୍କୁ ଦେଉଛନ୍ତି ଏବଂ ଖାଉଟି କେତେ ଟଙ୍କାରେ ଅଣ୍ଡା ପାଇବେ ତାହା ବିସ୍ତୃତ ଭାବେ ଖବରକାଗଜରେ ପ୍ରକାଶ ପାଇବ। ମାର୍ଚ୍ଚରୁ ଏହା ଲାଗୁ ହେବ ବୋଲି ଅଲ୍‌ ଓଡ଼ିଶା ଲେୟାର ଫାର୍ମର୍ସ ଆସୋସିଏଶନ ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ଚାଷୀ ଓ ଖାଉଟିଙ୍କ ମଧ୍ୟରେ ବ୍ୟବସାୟୀ ରହିଛନ୍ତି। ଯେଉଁମାନେ କମ୍‌ ଟଙ୍କାରେ କିଣିଲେ ମଧ୍ୟ ଖାଉଟିଙ୍କୁ ଅଧିକ ଟଙ୍କାରେ ଦେଉଛନ୍ତି। ଫଳରେ ଖାଉଟି ଠକାମିର ଶିକାର ହେଉଛନ୍ତି। ସେଥିପାଇଁ ଆମ ଆସୋସିଏଶନ ପକ୍ଷରୁ ଏଭଳି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଚାଷୀଙ୍କ ଦର ଖବରକାଗଜରେ ବାହାରୁଛି। ଖୁବ୍‌ଶୀଘ୍ର ଖାଉଟିଙ୍କ ଦର ମଧ୍ୟ ପ୍ରକାଶ ପାଇବ। ଖାଉଟି କେଉଁ ଦରରେ କିଣିବେ ତାହା ସ୍ପଷ୍ଟ କରାଯିବ। ଯଦି କୌଣସି ବ୍ୟବସାୟୀ ଦେଉନାହାନ୍ତି ତେବେ ଖାଉଟି ତାଙ୍କୁ ପ୍ରଶ୍ନ କରିପାରିବେ। ଭାରତରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏହା କାର୍ଯ୍ୟକାରୀ ହେବ। ଚାଷୀ ଦର ଓ ଖାଉଟି ଦର ମଧ୍ୟରେ ଉପଯୁକ୍ତ ଗ୍ରହଣୀୟ ପ୍ରଭେଦ ରହିବ। ଆମେ ଯଦି ୩ଟଙ୍କାରେ ବିକ୍ରି କରୁଛୁ ତେବେ ଖାଉଟି ଅତି ବେଶିରେ ୪ଟଙ୍କାରେ ଅଣ୍ଡା ପାଇବେ। ଯଦି ଆମେ ୪ଟଙ୍କାରେ ବିକ୍ରି କରିବୁ ତେବେ ଖାଉଟି ୫ଟଙ୍କାରେ ପାଇବେ। କିନ୍ତୁ ବର୍ତ୍ତମାନ ଆମେ ୨ଟଙ୍କା ୫୦ ପଇସାରେ ବିକ୍ରି କଲେ ମଧ୍ୟ ଖାଉଟି ୫ଟଙ୍କା କିମ୍ବା ୫ଟଙ୍କା ୫୦ପଇସାରେ ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri