ସିଆଇଆଇ ଦ୍ୱାରା ଟାଟା ଷ୍ଟିଲ ସମ୍ମାନିତ

ଓଡ଼ାପଡ଼ା,୨୯ା୨(ଡି.ଏନ.ଏ) – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରଠାରେ ଥିବା ଟାଟାଷ୍ଟିଲ ବିଏସ୍‌ଏଲ୍‌କୁ ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ଓଡ଼ିଶା ଶାଖାର ଭୁବନେଶ୍ୱରଠାରେ ଆୟୋଜିତ ବାର୍ଷିକ ଉତ୍ସବ ଅବସରରେ ସମ୍ମାନିତ କରାଯାଇଛି। କମ୍ପାନୀର ପରିବେଶ, ସ୍ବାସ୍ଥ୍ୟ, ସୁରକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଯୋଗୁ ଦ୍ୱିତୀୟ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି । ସିଆଇଆଇ ଚେୟାରମ୍ୟାନ ରଞ୍ଜନ କୁମାର ମହାପାତ୍ରଙ୍କଠାରୁ ଟାଟାଷ୍ଟିଲ ବିଏସ୍‌ଏଲ ପରିବେଶ ବିଭାଗ ମୁଖ୍ୟ ସରୋଜ ବାନାର୍ଜୀ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ଉପସଭାପତି ହରି ମିଶ୍ର, ଅନୁସନ୍ଧାନ ଓ ଉତ୍ପାଦନ ମୁଖ୍ୟ ନରେଶ ଶର୍ମା, ରେଭିନ୍ୟୁ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ବିଦ୍ୟା ପ୍ରସାଦ, କୋକେ ଓଭେନ୍‌-୧ର ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ବୀରେନ୍ଦ୍ର ସିଂ, ଟାଟାଷ୍ଟିଲ ପରିବେଶ ବିଭାଗ ସହକାରୀ ପ୍ରବନ୍ଧକ ସଞ୍ଜୀବ ପାଲଙ୍କ ସମେତ ସିଆଇଆଇର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ବନ୍ଦର, ଆଲୁମିନିୟମ, ତୈଳ ଏବଂ ଗ୍ୟାସ୍‌, ସଫ୍ଟଓୟାର, ହସ୍‌ପିଟାଲ ଭଳି ବିଭିନ୍ନ ସେବା କ୍ଷେତ୍ରରୁ କର୍ପୋରେଟ୍‌ ଓ ରାଜ୍ୟର ପ୍ରମୁଖ କମ୍ପାନୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କମ୍ପାନୀ ପକ୍ଷରୁ ପରିବେଶ ସଂରକ୍ଷଣ ଦିଗରେ ଟାଟାଷ୍ଟିଲ ବିଏସ୍‌ଏଲର ବିବିଧ ପଦକ୍ଷେପ ମଧ୍ୟରେ ଡିଆରଆଇ ପ୍ଲାଣ୍ଟରେ ୱେଷ୍ଟ ହିଟ୍‌ ରିକଭରି ବଏସରଗୁଡିକ ମାଧ୍ୟମରେ ଶକ୍ତି ଉତ୍ପାଦନ, ବର୍ଜ୍ୟ ଗ୍ୟାସକୁ ବ୍ୟବହାର ଯୋଗ୍ୟ କରିବା, ବ୍ଲାଷ୍ଟ ଫର୍ନେସ୍‌ରେ ପିସିଆଇ ମାତ୍ରାକୁ କମ୍‌ କରି କାର୍ବନ ନିର୍ଗମନକୁ କମ୍‌ କରିବା ଏବଂ ସ୍ବତନ୍ତ୍ର ଶକ୍ତି ସଂରକ୍ଷଣ କରିବା, ଷ୍ଟିଲ ନିର୍ମାଣ ପ୍ରକ୍ରିୟା ମାଧ୍ୟମରେ ଷ୍କ୍ରାପର ବହୁଳ ବ୍ୟବହାର ଓ ଦକ୍ଷ ଶକ୍ତି ସମ୍ବଳିତ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ବର୍ଜ୍ୟବସ୍ତୁ ପରିଚାଳନା, ଭୂତଳ ପ୍ରବନ୍ଧନ ଏବଂ ବର୍ଜ୍ୟ ଜଳର ସୁବିନିଯୋଗ, ଗ୍ରୀନ ସପ୍ଲାଇ ଚେନ୍‌ ଅଭିଯାନ ଜାରି ରହିଛି । ଏଥିସହିତ ବୃତ୍ତିଗତ ଶାସନ ଏବଂ ନିରାପତ୍ତା ପରି ସୁରକ୍ଷା ଶାସନ ଗଠନ ଓ ବୃଦ୍ଧି, ନେତୃତ୍ୱ ପ୍ରଶିକ୍ଷଣ, ରେଳ ଏବଂ ସଡକ ସୁରକ୍ଷା, ସଚେତନତା ମାଧ୍ୟମରେ ସୁରକ୍ଷା ସାମର୍ଥ୍ୟ, କର୍ମଚାରୀମାନଙ୍କ ନିମନ୍ତେ ବୃତ୍ତିଗତ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟ ଖୋଲାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri