ଖସିଲା ପାରଦ: ସୁନ୍ଦରଗଡ଼ରେ ବରଫପାତ, ଜନଜୀବନ ଅସ୍ତବ୍ୟସ୍ତ

ସୁନ୍ଦରଗଡ଼,୨୮।୧୨(ଡି.ଏନ୍‌.ଏ.): ଅଦିନିଆ ବର୍ଷା ପରେ ସୁନ୍ଦରଗଡ଼ରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଏଠାରେ ଶନିବାର ପାରଦ ଆହୁରି ତଳକୁ ଖସିଛି। ବିଶେଷକରି କୋଇଡ଼ା, ଟେନ୍‌ସା ଆଦି ସ୍ଥାନରେ ବରଫପାତ ହୋଇଥିବା ଦେଖିବାକୁ ମିଳିଛି। ରାତିରେ ତାପମାତ୍ରା ୬ରୁ ୭ ଡିଗ୍ରୀକୁ ଖସି ଆସିଥିବା ଜଣାପଡ଼ିଛି। ପ୍ରବଳ ଶୀତଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୀତରୁ ରକ୍ଷା ପାଇବା ଲାଗି ଦିନରେ ମଧ୍ୟ ଲୋକେ ଗରମ ପୋଷାକ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି।

ପ୍ରକାଶଯୋଗ୍ୟ, ସୁନ୍ଦରଗଡ଼ରେ ଶୁକ୍ରବାର ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏହା ରାଜ୍ୟର ଅନ୍ୟ ସମସ୍ତ ଜିଲାଠାରୁ ସର୍ବନିମ୍ନ ଥିଲା।