ଖସିଲା ଟିକ୍‌ଟକ୍‌ ରେଟିଂ

ନୂଆଦିଲ୍ଲୀ,୨୧।୫: ୟୁଟ୍ୟୁବ୍‌ ଇନ୍‌ଫ୍ୟୁଏନ୍ସର ଏବଂ ଟିକ୍‌ଟିକ୍‌ କ୍ରିଏଟରଙ୍କ ମଧ୍ୟରେ ଇଣ୍ଟରନେଟ ଓ୍ବାର ନିକଟରେ ଦେଖିବାକୁ ମିଳିଛି। ଏଥି ଯୋଗୁ ଶଟ୍‌ ଭିଡିଓ ପ୍ଲାଟ୍‌ଫର୍ମ ଟିକ୍‌ଟକ୍‌ର ରେଟିଂ ୪.୬ ଷ୍ଟାରରୁ ୨କୁ ଖସିଯାଇଛି। ଗୁଗଲ ଆପ୍‌ ଷ୍ଟୋରରେ ଗତ ଗୋଟିଏ ସପ୍ତାହ ମଧ୍ୟରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଆରମ୍ଭ ହୋଇଥିଲା ଟିକ୍‌ଟକ୍‌ କ୍ରିଏଟର ଅମିର ସିଦ୍ଦିକଙ୍କଠାରୁ । ଇନ୍‌ଷ୍ଟାଗ୍ରାମରେ ୟୁଟ୍ୟୁବରଙ୍କୁ ଚିଡ଼ାଇବା ଭଳି ଏକ ଭିଡିଓ ସେ ପୋଷ୍ଟ କରିଥିଲେ। ୟୁଟ୍ୟୁବରମାନେ ଟିକ୍‌ଟକ୍‌ର କଣ୍ଟେଣ୍ଟ ଚୋରି କରୁଥିବା ସେହି ଭିଡିଓରେ ସିଦ୍ଦିକି ଅଭିଯୋଗ ଆଣିଥିଲେ। ବ୍ରାଣ୍ଡ ଭାଲ୍ୟୁ ହରାଇବା ଭୟରେ ୟୁଟ୍ୟୁବର ଏଭଳି କରୁଥିବା ସେ କହିଥିଲେ। କ୍ୟାରିମିନତି ଭାବେ ପରିଚିତ ଲୋକପ୍ରିୟ ରୋଷ୍ଟର ଅଜୟ ନାଗର ସିଦ୍ଦିକିଙ୍କୁ ଏହାର ଜବାବ ଏକ ଭିଡିଓ ମାଧ୍ୟମରେ ଦେଇଥିଲେ। ୟୁଟ୍ୟୁବର ନିୟମ ଏବଂ ସେବା ଉଲ୍ଲଂଘନ କରୁଥିବା ଦର୍ଶାଇ ଏହି ଭିଡିଓଟିକୁ ଏବେ ପ୍ଲାଟ୍‌ଫର୍ମରୁ ହଟାଯାଇଛି। ଭିଡିଓଟି ଖୁବ୍‌ କମ୍‌ ସମୟରେ ମଧ୍ୟରେ ଭଲ ଭିୟୁ ମଧ୍ୟ ହାସଲ କରିଥିଲା। କ୍ୟାରିମିନତିଙ୍କ ଉକ୍ତ ଭିଡିଓଟି ବ୍ୟାନ୍‌ ହେବା ପରେ ତାଙ୍କ ପ୍ରଶଂସକ ଟିକ୍‌ଟକ୍‌ ବିରୋଧରେ ଟ୍ରେଣ୍ଡ କ୍ୟାମ୍ପେନ ଦେଖିବାକୁ ମିଳିଥିଲା। ଟିକ୍‌ଟକ୍‌ କ୍ରିଏଟରମାନେ ହିଂସା,ଘୃଣା, ଅଶ୍ଳୀଳତା ଏବଂ ବିଭିନ୍ନ ଆଟାକ ପ୍ରୋତ୍ସାହିତ କରୁଥିବା ଟିକ୍‌ଟକ୍‌ର ସମାଲୋଚକ ମଧ୍ୟ ଅଭିଯୋଗ କରିଛନ୍ତି। ଏଭଳି ବିଭିନ୍ନ କାରଣ ଲାଗି ଟିକ୍‌ଟକ୍‌ର ରେଟିଂ ଖସିଥିବା ଜଣାପଡିଛି। ଉକ୍ତ ଆପ୍‌ର ବର୍ତ୍ତମାନ ୨୦୦ ନିୟୁତ ୟୁଜର ଭାରତରେ ଅଛନ୍ତି। ସବୁଠାରୁ ଲୋକପ୍ରିୟ ଆପ୍‌ ଭାବେ ଏହା ଉଭାହୋଇଛି। ସାରା ବିଶ୍ୱରେ ଏହି ଆପ୍‌କୁ ୨୦୦ କୋଟି ଡାଉନ୍‌ଲୋଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ସ୍ଲିପର ଟ୍ରେନର ଟପ୍‌ ସ୍ପିଡ ଦେବ ରାଜନତିକ ଲାଭ! ଭାଜପାକୁ ୧୮୦ ଆସନରେ ମିଳିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନରେ, ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଦେଶର ପ୍ରଥମ...

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ବଦଳିଲା CBSE ବୋର୍ଡ ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ…

ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri