ଖସିଲା ଟିକ୍‌ଟକ୍‌ ରେଟିଂ

ନୂଆଦିଲ୍ଲୀ,୨୧।୫: ୟୁଟ୍ୟୁବ୍‌ ଇନ୍‌ଫ୍ୟୁଏନ୍ସର ଏବଂ ଟିକ୍‌ଟିକ୍‌ କ୍ରିଏଟରଙ୍କ ମଧ୍ୟରେ ଇଣ୍ଟରନେଟ ଓ୍ବାର ନିକଟରେ ଦେଖିବାକୁ ମିଳିଛି। ଏଥି ଯୋଗୁ ଶଟ୍‌ ଭିଡିଓ ପ୍ଲାଟ୍‌ଫର୍ମ ଟିକ୍‌ଟକ୍‌ର ରେଟିଂ ୪.୬ ଷ୍ଟାରରୁ ୨କୁ ଖସିଯାଇଛି। ଗୁଗଲ ଆପ୍‌ ଷ୍ଟୋରରେ ଗତ ଗୋଟିଏ ସପ୍ତାହ ମଧ୍ୟରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଆରମ୍ଭ ହୋଇଥିଲା ଟିକ୍‌ଟକ୍‌ କ୍ରିଏଟର ଅମିର ସିଦ୍ଦିକଙ୍କଠାରୁ । ଇନ୍‌ଷ୍ଟାଗ୍ରାମରେ ୟୁଟ୍ୟୁବରଙ୍କୁ ଚିଡ଼ାଇବା ଭଳି ଏକ ଭିଡିଓ ସେ ପୋଷ୍ଟ କରିଥିଲେ। ୟୁଟ୍ୟୁବରମାନେ ଟିକ୍‌ଟକ୍‌ର କଣ୍ଟେଣ୍ଟ ଚୋରି କରୁଥିବା ସେହି ଭିଡିଓରେ ସିଦ୍ଦିକି ଅଭିଯୋଗ ଆଣିଥିଲେ। ବ୍ରାଣ୍ଡ ଭାଲ୍ୟୁ ହରାଇବା ଭୟରେ ୟୁଟ୍ୟୁବର ଏଭଳି କରୁଥିବା ସେ କହିଥିଲେ। କ୍ୟାରିମିନତି ଭାବେ ପରିଚିତ ଲୋକପ୍ରିୟ ରୋଷ୍ଟର ଅଜୟ ନାଗର ସିଦ୍ଦିକିଙ୍କୁ ଏହାର ଜବାବ ଏକ ଭିଡିଓ ମାଧ୍ୟମରେ ଦେଇଥିଲେ। ୟୁଟ୍ୟୁବର ନିୟମ ଏବଂ ସେବା ଉଲ୍ଲଂଘନ କରୁଥିବା ଦର୍ଶାଇ ଏହି ଭିଡିଓଟିକୁ ଏବେ ପ୍ଲାଟ୍‌ଫର୍ମରୁ ହଟାଯାଇଛି। ଭିଡିଓଟି ଖୁବ୍‌ କମ୍‌ ସମୟରେ ମଧ୍ୟରେ ଭଲ ଭିୟୁ ମଧ୍ୟ ହାସଲ କରିଥିଲା। କ୍ୟାରିମିନତିଙ୍କ ଉକ୍ତ ଭିଡିଓଟି ବ୍ୟାନ୍‌ ହେବା ପରେ ତାଙ୍କ ପ୍ରଶଂସକ ଟିକ୍‌ଟକ୍‌ ବିରୋଧରେ ଟ୍ରେଣ୍ଡ କ୍ୟାମ୍ପେନ ଦେଖିବାକୁ ମିଳିଥିଲା। ଟିକ୍‌ଟକ୍‌ କ୍ରିଏଟରମାନେ ହିଂସା,ଘୃଣା, ଅଶ୍ଳୀଳତା ଏବଂ ବିଭିନ୍ନ ଆଟାକ ପ୍ରୋତ୍ସାହିତ କରୁଥିବା ଟିକ୍‌ଟକ୍‌ର ସମାଲୋଚକ ମଧ୍ୟ ଅଭିଯୋଗ କରିଛନ୍ତି। ଏଭଳି ବିଭିନ୍ନ କାରଣ ଲାଗି ଟିକ୍‌ଟକ୍‌ର ରେଟିଂ ଖସିଥିବା ଜଣାପଡିଛି। ଉକ୍ତ ଆପ୍‌ର ବର୍ତ୍ତମାନ ୨୦୦ ନିୟୁତ ୟୁଜର ଭାରତରେ ଅଛନ୍ତି। ସବୁଠାରୁ ଲୋକପ୍ରିୟ ଆପ୍‌ ଭାବେ ଏହା ଉଭାହୋଇଛି। ସାରା ବିଶ୍ୱରେ ଏହି ଆପ୍‌କୁ ୨୦୦ କୋଟି ଡାଉନ୍‌ଲୋଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?