Categories: ଗଞ୍ଜାମ

ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା

ଆସିକା,୨୦ା୪(ଡି.ଏନ୍‌.ଏ.)- ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା ମେ ୧୨ରେ ଅନୁଷ୍ଠିତ ହେବ। ଏଥିପାଇଁ ପରମ୍ପରା ମୁତାବକ ଚୈତ୍ର ପୂର୍ଣ୍ଣିମା ଶୁକ୍ରବାରଠାରୁ ଠାକୁରାଣୀଙ୍କ ବିଜେ ପ୍ରତିମାକୁ ବିମାନରେ ସ୍ଥାପନ କରି ବାଦ୍ୟବଜାଣା ସହ ପଟୁଆରରେ ନଗର ପରିକ୍ରମା ଆରମ୍ଭ ହୋଇଛି ା ପରିକ୍ରମାର ପ୍ରଥମ ଦିବସରେ ଖମ୍ବେଶ୍ୱରୀ ପାଟଣା ସାହିର ରାଜେନ୍ଦ୍ର ପାତ୍ରଙ୍କ ବାସଭବନ ସମ୍ମୁଖରେ ଠାକୁରାଣୀଙ୍କୁ ବିଜେ କରାଯାଇ ପୂଜାର୍ଚ୍ଚନା ପରେ ପୁଣି ଠାକୁରାଣୀ ନଗର ପରିକ୍ରମା କରି ମନ୍ଦିରକୁ ଫେରିଥିଲେ ା ସେହିପରି ପ୍ରତିଦନ ଖମ୍ବେଶ୍ୱରୀପାଟଣା, କୁମ୍ଭାର ସାହି, ବସଷ୍ଟାଣ୍ଡ, ବାଣିବିହାର, ରଘୁନାଥ ନଗର, ଲକ୍ଷ୍ମୀ ବଜାର, ବିନାୟକ ବଜାର, ଅଶୋକା ସିନେମା ହଲ ରୋଡ ଆଦି ଅଞ୍ଚଳରେ ଠାକୁରାଣୀଙ୍କୁ ବିଜେ କରାଯାଇ ପୂଜାର୍ଚ୍ଚନା କରାଯିବାର ବ୍ୟବସ୍ଥା କରାଯାଇଛି ା ମେ ୧୧ରେ ମନ୍ଦିର ପକ୍ଷରୁ ଠାକୁରାଣୀଙ୍କ ଶେଷ ପଟୁଆରରେ ଅଣାଯାଇ ଖମ୍ବେଶ୍ୱରୀ ପାଟଣା ସ୍କୁଲ ନିକଟରେ ଅସ୍ଥାୟୀ ମଣ୍ଡପରେ ବିଜେ କରାଯାଇ ଯାତ୍ରା ଉତ୍ସବ ଅନୁଷ୍ଠିତ ହେବ ା ମନ୍ଦିର ପରିଚାଳନା କମିଟିର ସଭାପତି ସତ୍ୟନାରାୟଣ ସ୍ବାଇଁ, ଯାତ୍ରା କମିଟି ସଭାପତି ନିମାଇ ଚରଣ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଠାକୁରାଣୀଙ୍କ ଯାତ୍ରା ଉତ୍ସବ ପରିଚାଳିତ ହେଉଛି।