ଖବରଦାତା-ଆଇନଜୀବୀ ମୁହଁ।ମୁହିଁ ଭିଡିଓ ଭାଇରାଲ ଘଟଣା: ଥାନାରେ ମାମଲା ରୁଜୁ

ନୟାଗଡ଼ ଅଫିସ,୨୧ା୯: ନୟାଗଡ଼ ଜିଲା ଖଣ୍ଡପଡ଼ା କୋର୍ଟ ପରିସରରେ ଗୁରୁବାର ଜଣେ ଖବରଦାତା ଓ ଜଣେ ଆଇନଜୀବୀଙ୍କ ମଧ୍ୟରେ ମୁହଁ।ମୁହିଁ ହୋଇଥିବାର ଭିଡିଓ ଭାଇରାଲ୍‌ ହୋଇଛି। ଉକ୍ତ ଭିଡିଓରେ କୌଣସି ଏକ ଘଟଣାକୁ କେନ୍ଦ୍ର କରି ଆଇନଜୀବୀ ଓ ଖବରଦାତାଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବାର ଦେଖିବାକୁ ମିଳିଛି। ପରେ ସେମାନେ ଆକ୍ରମଣ ପ୍ରତିଆକ୍ରମଣ କରୁଥିବାର ଦେଖାଯାଇଛି। ସେଠାରେ ଉପସ୍ଥିତ ଥିବା ଲୋକେ ଘଟଣାରେ ହସ୍ତକ୍ଷେପ କରିବାରୁ ଉଭୟ ଏଥିରୁ ନିବୃତ୍ତ ହୋଇଥିଲେ। ଏ ନେଇ ଖଣ୍ଡପଡ଼ା ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଖବରଦାତାଙ୍କ ଅଭିଯୋଗକ୍ରମେ ଥାନାରେ ୧୮୧/୧୯ରେ ମାମଲା ରୁଜୁ ହୋଇଥିବାବେଳେ ଆଇନଜୀବୀଙ୍କ ଅଭିଯୋଗକ୍ରମେ ୧୮୨/୧୯ରେ ମାମଲା ରୁଜୁ ହୋଇଛି। ସେହିପରି ସମ୍ପୃକ୍ତ ଖବରଦାତାଙ୍କ ସ୍ତ୍ରୀ ଶୁକ୍ରବାର ଆଇନଜୀବୀଙ୍କ ଘର ଆଗରେ ଯାଇ ଗାଳି ଗୁଲଜ କରିଥିବା ସମ୍ପୃକ୍ତ ଆଇନଜୀବୀ ଖଣ୍ଡପଡା ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ଖବରଦାତାଙ୍କ ସ୍ତ୍ରୀଙ୍କ ବିରୋଧରେ ୧୮୪/୧୯ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।