Categories: ନୟାଗଡ଼

ଖଣ୍ଡପଡ଼ା: ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ଖଣ୍ଡପଡ଼ା,୨ା୭(ସ୍ବ.ପ୍ର.)-ଖଣ୍ଡପଡ଼ାରେ ୨ଶହ ବର୍ଷ ଧରି ରଥଯାତ୍ରା ଅନୁଷ୍ଠିତ ହେଉଛି ବୋଲି ସ୍ଥାନୀୟ ଲୋକେ କହନ୍ତି ା ମାତ୍ର ଆଉ ୨ ଦିନ ରଥଯାତ୍ରା ଥିବାବେଳେ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ସାରିଛି। ଏଠାରୁ ୨ଟି ରଥ ବାହାରିଥାଏ ା ଗୋଟିଏ ରଥରେ ରାଜ ପରିବାର ଦ୍ୱାରା ପୂଜିତ ଏକକ ଜଗନ୍ନାଥ ଓ ଦ୍ୱିତୀୟ ରଥରେ ଦେବୋତ୍ତର ବିଭାଗ ତତ୍ତ୍ୱାବଧାନରେ ଥିବା ଶ୍ରୀରଘୁନାଥ ଜୀଉ ମନ୍ଦିରର ପାର୍ଶ୍ୱ ଠାକୁର ଭାବେ ବିରାଜିତ ତିନି ଠାକୁର(ଜଗନ୍ନାଥ, ବଳଭଦ୍ର ଓ ମା’ସୁଭଦ୍ରା) ବିଜେ ହୋଇଥାନ୍ତି ା ରଥଗଡାସ୍ଥିତ ରଥ ଖଳାରେ ମା’ ବାଉତି ଠାକୁରାଣୀଙ୍କ ଆଜ୍ଞାମାଳ ପରେ ମହାରଣାମାନେ ରଥଚକ ଡେରା ସମ୍ପୂର୍ଣ୍ଣ କରିବା ପରେ ଜୋର୍‌ସୋରରେ ରଙ୍ଗଦିଆ କାର୍ଯ୍ୟ କରିବାରେ ଲାଗିଛନ୍ତି ା ଏକକ ଜଗନ୍ନାଥଙ୍କ ରଥ ୮ଟି ଚକ ଦ୍ୱାରା ନିର୍ମାଣ କରାଯାଇଛି। ସେହିପରି ଶ୍ରୀ ରଘୁନାଥ ଜୀଉ ମନ୍ଦିରସ୍ଥିତ ୩ ଠାକୁରଙ୍କ ରଥରେ ମଧ୍ୟ ଆଠଟି ଚକ ଲାଗିବା ସହିତ ଘୋଷଯାତ୍ରା ପୂର୍ବ ଦିନ ରଥରେ କପଡା ଆବରଣ କରାଯିବ ବୋଲି ମହାରଣାମାନେ ସୂଚନା ଦେଇଛନ୍ତି ା