ଖଣି ହାତେଇବାକୁ ଭରପୂର ଉଦ୍ୟମ

ଯୋଡ଼ା,୫-୨(ଡି.ଏନ୍‌.ଏ.):ଆସନ୍ତା ମାର୍ଚ୍ଚ ୩୧ରେ ଲିଜ୍‌ ଅବଧି ଶେଷ ହେବାକୁ ଥିବା ୧୯ ଖଣିର ନିଲାମ ପ୍ରକ୍ରିୟା ଏବେ ଚାଲିଛି। ଏହା ଆସନ୍ତା ୧୮ତାରିଖରେ ଶେଷ ହେବ। ତେବେ ନିଲାମ ହାତେଇବାକୁ ଏବେ ଖଣି ବ୍ୟବସାୟୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଗତ ସପ୍ତାହଠାରୁ ଆରମ୍ଭ ହୋଇଥିବା ଖଣି ନିଲାମରେ ବର୍ତ୍ତମାନ ସୁଦ୍ଧା କେଜେଏସ୍‌ ଆହଲୁଓ୍ବାଲିଆ ଅଧୀନରେ ଥିବା ନୂଆଗାଁ ଖଣି ଏବଂ ସୁନ୍ଦରଗଡ଼ ଜିଲା କୋଇଡ଼ାସ୍ଥିତ ନାରାୟଣପୋଷି ଆରିୟନ ମାଇନ୍ସ ଲୁହାପଥର ଖଣିକୁ ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ହାତେଇବାରେ ସଫଳ ହୋଇଛି। ସେହିପରି ଆହଲୁଓ୍ବାଲିଆ ଅଧୀନରେ ଥିବା କେନ୍ଦୁଝର ଜିଲାର ଠାକୁରାଣୀ କେ.ପି. ଏଣ୍ଟରପ୍ରାଇଜର୍ସ ଲୁହାଖଣିକୁ ଆର୍ସେଲର ମିତ୍ତଲ କମ୍ପାନୀ ହାତେଇଛି। ଏପରି କି ବଳଦାସ୍ଥିତ ସିରାଜୁଦ୍ଦିନ୍‌ ଆଣ୍ଡ ମାଇନ୍ସକୁ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ପୁନଃ ଆର୍ସେଲର ମିତ୍ତଲଠାରୁ ବହୁ ଅଧିକ ମୂଲ୍ୟର ନିଲାମ ଡାକି ସିରାଜୁଦ୍ଦିନ୍‌ କମ୍ପାନୀ ନିଜର ଅକ୍ତିଆରରେ ରଖିବାରେ ସକ୍ଷମ ହୋଇଛି। ଖବରଲେଖା ହେବା ପର୍ଯ୍ୟନ୍ତ ମଙ୍ଗଳବାର ଅତି ପ୍ରତିଦ୍ୱନ୍ଦ୍ୱିତା ଭାବେ କେଜେଏସ୍‌ ଆହାଲୁଓ୍ବାଲିଆର ଗଣୁଆ ଲୌହ ଖଣିର ନିଲାମ ପ୍ରକ୍ରିୟା ଦ୍ରୁତ ଗତିରେ ଆଗେଇ ଚାଲିଛି। ତେବେ ଏହି ନିଲାମ ପ୍ରକ୍ରିୟାରେ ଗୋଟିଏ ତଥ୍ୟ ସ୍ପଷ୍ଟ ହୋଇଯାଇଛି ଯେ, ଦୀର୍ଘ ୫ ଦଶନ୍ଧିରୁ ୭ ଦଶନ୍ଧି ଧରି ଖଣି ଚଳାଇ ଆସୁଥିବା ଖଣି ଲିଜ୍‌ଧାରୀଙ୍କଠାରୁ ବହୁରାଷ୍ଟ୍ରୀୟ ଇସ୍ପାତ କମ୍ପାନୀ ଖଣି ଛଡ଼ାଇ ନେବାରେ ସକ୍ଷମ ହୋଇଛନ୍ତି। ଆସନ୍ତା ୫ ତାରିଖ ବୁଧବାର ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଜୁରୁଡିସ୍ଥିତ ଜିଲିଂ ଲଙ୍ଗାଲଟା ଲୌହ ଖଣି ନିଲାମ, ୬ରେ ରୋଇଡା-୨ ଲୌହ ଖଣି ନିଲାମ, ୭ରେ ଜଜାଙ୍ଗସ୍ଥିତ ରୁଙ୍ଗଟା ଲୌହ ଖଣି ନିଲାମ, ୮ରେ ମହୁଲସୁଖା ଲୌହ ଓ ମାଙ୍ଗାନିଜ୍‌ ଖଣି ନିଲାମ, ୯ରେ ନଦିଡିହୀସ୍ଥିତ ରୁଙ୍ଗ୍‌ଟା(ବିଆଇକୋ) ଲୌହ ଖଣି ନିଲାମ, ୧୦ରେ ମୟୂରଭଞ୍ଜ ଜିଲାର ଗୋରୁ ମହିଷାଣୀ ଲୌହ ଖଣି ନିଲାମ, ୧୧ରେ ନଦିଡିହୀସ୍ଥିତ ରୁଙ୍ଗଟା (ଫ୍ରିଗ୍ରେଡ୍‌) ନିଲାମ, ୧୨ ତାରିଖରେ କଳମଙ୍ଗସ୍ଥିତ ରୁଙ୍ଗଟା ଲୌହ ଓ ମାଙ୍ଗାନିଜ୍‌ ଖଣି , ୧୩ ତାରିଖରେ ସିଲିଯୋଡାସ୍ଥିତ ରୁଙ୍ଗଟା ଲୌହ ଖଣି ନିଲାମ, ୧୪ରେ ପଳସାସ୍ଥିତ ଜରିବାହାଲ ଲୌହ ଖଣି, ୧୫ରେ ସୁନ୍ଦରଗଡ଼ ଜିଲା କୋଇଡ଼ା ଖଣିମଣ୍ଡଳର ତେହେରାଇ ଲୌହ ଓ ମାଙ୍ଗାନିଜ୍‌ ଖଣି ନିଲାମ, ୧୬ରେ ଜଜାଙ୍ଗସ୍ଥିତ ଜୁରୁଡି ଲୌହ ଖଣି ନିଲାମ, ୧୭ରେ କାଟେସାହି ମାଙ୍ଗାନିଜ୍‌ ଖଣିର ନିଲାମ, ୧୮ରେ କାନ୍ଥର କୋଇଡ଼ା ମାଙ୍ଗାନିଜ୍‌ ଖଣି ଓ ମୟୂରଭଞ୍ଜ ଜିଲାର ବାଦାମ ପାହାଡ଼ ଲୌହ ଖଣିର ନିଲାମ ତାରିଖ ଧାର୍ଯ୍ୟ ହୋଇଛି। ସମସ୍ତ ୧୯ ଖଣିର ନିଲାମ ଶେଷ ହେବା ପରେ ନିଲାମଧାରୀଙ୍କୁ ଲେଟର ଅଫ୍‌ ଇଣ୍ଟେଣ୍ଟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ଅପରପକ୍ଷରେ କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଚାଲୁ ରହିଥିବା ଖଣିକୁ ରାଜନୈତିକସ୍ତରରେ ସୁରକ୍ଷା ଦେବା ପାଇଁ ଭରପୂର ପ୍ରୟାସ ଜାରି ରହିଥିବା ଦେଖିବାକୁ ମିଳିଛି; ଯାହାର ଏକ ଝଲକ ଦେଖିବାକୁ ମିଳିଥିଲା ଗତ ଜାନୁୟାରୀ ୩୧ ତାରିଖରେ ଆନନ୍ଦପୁର ବି.ଏନ୍‌. ହାଇସ୍କୁଲ ପ୍ଲାଟିନମ୍‌ ଜୁବିଲି ଅବସରରେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ବିଭିନ୍ନ ଯୋଜନାକୁ ଖଣି ମାଲିକ ଡି.ଆର୍‌. ପଟ୍ଟନାୟକଙ୍କ ଭାଇ ତଥା ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ମାଲିକାଣୀ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ଦେଢ଼ଶୁର ତଥା ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୂୟସୀ ପ୍ରଶଂସା କରିଥିଲେ। ନବୀନ ପଟ୍ଟନାୟକଙ୍କ ଶିକ୍ଷା ଯୋଜନା ଓ ଅନ୍ୟାନ୍ୟ ଯୋଜନାକୁ ପ୍ରଶଂସା କରିବା ସହିତ ନବୀନ ଜଣେ ଭଲ ମୁଖ୍ୟମନ୍ତ୍ରୀ ବୋଲି ପିସିସି ସଭାପତି ନିରଞ୍ଜନ କହିଥିଲେ। ନିରଞ୍ଜନଙ୍କ ମୁହଁରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ପ୍ରଶଂସା ବାହାରିବାକୁ ନେଇ ଖଣି ଅଞ୍ଚଳରେ ବେଶ୍‌ ଆଲୋଡନ ପ୍ରକାଶ ପାଇଛି। ଏହା ପଛରେ କିଛି ଭିତିରିଆ ଉଦ୍ଦେଶ୍ୟ ରହିଥିବା ଜଣାପଡ଼ୁଛି। କାରଣ ନିରଞ୍ଜନଙ୍କ ଭାଇ ଏବଂ ତାଙ୍କ ଭାଇବୋହୂଙ୍କ ଅକ୍ତିଆରରେ ଏକାଧିକ ଖଣି ରହିଛି। ଏହାକୁ ସୁରକ୍ଷା ଦେବା ପାଇଁ ନିରଞ୍ଜନ ଏହିଭଳି ବାକ୍‌ଚାତୁରି ଦେଖାଇଛନ୍ତି ବୋଲି କୁହାଯାଉଛି। ଏପରି କି ଚର୍ଚ୍ଚା ହେଉଛି ଯେ, ସ୍ବର୍ଗତ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତାଙ୍କ ଅଧୀନରେ ଥିବା ଖଣିଗୁଡିକୁ ରାଜ୍ୟ ସରକାରଙ୍କୁ ଦେଇଥିଲେ। ହେଲେ ପୂର୍ବତନ ଖଣି ମାଲିକ ନିରଞ୍ଜନ ପଟ୍ଟନାୟକ ମନ୍ତ୍ରୀ ହେବା ପରେ ନିଜ ଖଣିଗୁଡିକୁ ତାଙ୍କ ଭାଇଙ୍କୁ ହସ୍ତାନ୍ତର କରିଥିଲେ। ତେଣୁ ନିଜ ସମ୍ପର୍କୀୟଙ୍କ ଅଧୀନରେ ଥିବା ଖଣିକୁ ସୁରକ୍ଷା ଦେବାକୁ ନିରଞ୍ଜନ ଏପରି କହିଥିବା କୁହାଯାଉଛି। ଅନ୍ୟପକ୍ଷରେ ସାନି ନିଲାମରେ ଖଣିଗୁଡ଼ିକୁ ନୂଆନୂଆ ଆନ୍ତଃ ରାଜ୍ୟ ଓ ଅନ୍ତର୍ରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ହାତୋଉଥିବାରୁ ଉକ୍ତ ଖଣିଗୁଡ଼ିକରେ ପୂର୍ବରୁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପୂର୍ବବତ କାର୍ଯ୍ୟ ମିଳିବ କି ସେମାନଙ୍କୁ ଛଟେଇ କରାଯିବ ସେନେଇ ଖଣି କର୍ମଜୀବୀମାନେ ଆଶଙ୍କାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri