ଖଣି ଅଞ୍ଚଳରେ ବେରୋଜଗାରି ଚିନ୍ତା

ଯୋଡ଼ା, ୧୪।୩(ଡିିଏନ.ଏ.)- ରାଜ୍ୟ ସରକାରଙ୍କ ଖଣି ନିଲାମ ପ୍ରକ୍ରିୟା ପରେ ସ୍ଥାନୀୟ ଖଣିରେ କାର୍ଯ୍ୟରତ ଶ୍ରମିକ , ବନ୍ଦ ଥିବା ଖଣି ଗୁଡିକର ଶ୍ରମିକ ଏବଂ ଖଣି ସଂସ୍ଥା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ ଥିବା ହଜାର ହଜାର ଲୋକଙ୍କ ଜୀବନ ଜୀବିକା ସମସ୍ୟା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ପୂର୍ବରୁ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ, କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ମିଳିବ କି ନାହିଁ ତାହା ଏଯାଏ ଅସ୍ପଷ୍ଟ ରହିଛି। ସରକାରଙ୍କ ପକ୍ଷରୁ ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ସ୍ଥାନୀୟ ଖଣି ଅଞ୍ଚଳରେ ଧାରଣା , ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ଏକ ନିତିଦିନିଆ ଘଟଣା ହୋଇଛି। ଏପରି କି କେତେକ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ଏ ନେଇ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି ା କେତେକ ନିଜର ନ୍ୟସ୍ତ ସ୍ବାର୍ଥ ହାସଲ ପାଇଁ ଏଭଳି ଆନ୍ଦୋଳନକୁ ଉସୁକାଉଥିବା ପାଳଟା ଅଭିଯୋଗ ହେଉଛି। ଏଭଳି ସ୍ଥିତି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବାରେ କେତେଦୂର ସହାୟକ ହେବ ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟପକ୍ଷେ ନିଲାମ ପ୍ରକ୍ରିୟାରେ ଖଣି କମ୍ପାନୀଗୁଡିକ ବହୁ ପ୍ରତିଶତ ମୂଲ୍ୟରେ ଖଣି ହାତଉଥିବା ବେଳେ ପୂର୍ବରୁ କାର୍ଯ୍ୟ କରୁଥିବା ଶ୍ରମିକ, କର୍ମଚାରୀଙ୍କୁ ନିଯୁକ୍ତି ଦେବେ କି ନାହିଁ କିଛି ସ୍ପଷ୍ଟ କରି ନ ଥିବାରୁ ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ତାଙ୍କ ପ୍ରତିକ୍ରିୟାରେ ଚିନ୍ତା ପ୍ରକଟ କରିଛନ୍ତି। ା ଜୁରୁଡି ଅଞ୍ଚଳର ଖଣି ପରିବହନ ବ୍ୟବସାୟୀ ସୁରେନ୍ଦ୍ର ନାଥ ମହାନ୍ତିି କହଛନ୍ତି, ଖଣି ଶ୍ରମିକଙ୍କ ପ୍ରତି ସରକାରଙ୍କ ଅଣଦେଖା ଓ ନିଯୁକ୍ତିକୁ ନେଇ ଅସ୍ପଷ୍ଟ ନୀତି ଯୋଗୁ ଅଞ୍ଚଳବାସୀଙ୍କ ଜୀବିକା ବିଶେଷ ପ୍ରଭାବିତ ହେବା ଆଶଙ୍କା ରହିଛି। ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ଉଚିତ । ଏ ସମ୍ପର୍କରେ ଭାରତୀୟ ମଜଦୁର ସଂଘର ଜିଲା ସମ୍ପାଦକ ଡାକ୍ତର ମହାନ୍ତ କହିଛନ୍ତି, ଖଣି ଶ୍ରମିକଙ୍କୁ ନିଯୁକ୍ତି ଦେବା ଦାବି କରି ଶସ୍ତା ଲୋକପ୍ରିୟତା ହାସଲ କରିବା ଲକ୍ଷ୍ୟରେ କେତେକ ଉଦ୍ୟମ କରିବା ଚିନ୍ତାର ବିଷୟ। ତେବେ ଏସବୁ ସମସ୍ୟା ସମେତ ଶ୍ରମିକଙ୍କ ପୁନଃ ନିଯୁକ୍ତି ଦାବି ନେଇ ପୂର୍ବରୁ ସଂଘ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସେ କହିଥିଲେ ା

Share