ଖଟି ଖାଇବାରେ ମଜା ଅଲଗା

ଦହି ନେବ…ଦହି। ସ୍ନେହ ବୋଳା ଏହି ଦି ପଦ ଡାକ ଶୁଣିଲେ ଘରୁ ବାହାରି ଆସନ୍ତି ପିଲାଠାରୁ ବୟସ୍କ। ସକାଳୁ ସକାଳୁ ଲୋକଙ୍କ ଦୁଆର ମୁହଁକୁ ଯାଇ ଦହି ପରଷି ଦେଉଥିବା ସେହି ଚିହ୍ନା ପରିଚିତ ମଣିଷ ହେଉଛନ୍ତି ଭଗବାନ ବେହେରା। କାମାକ୍ଷାନଗର ଅଞ୍ଚଳରେ ଦହି ମଉସା ଭାବେ ଜଣାଶୁଣା ଭଗବାନଙ୍କ କର୍ମ ଉପରେ ଭରସା କାହିଁରେ କେତେ। ସେଇଥି ପାଇଁ ତ ସାରା ଦିନର ଖଟଣି ଭିତରେ ସେ କୁହନ୍ତି ଗୋଟିଏ କଥା, ‘କାହା ଉପରେ ବୋଝ ହେବା ଅପେକ୍ଷା ଜୀବନ ଥିବା ଯାଏ ଖଟି ଖାଇବାରେ ମଜା ଅଲଗା’।

ଭଗବାନଙ୍କ ଘର ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମରେ। ବୟସ ପଚାରିଲେ ହାତଗଣି କୁହନ୍ତି ୭୨। ବୟସର ସାୟାହ୍ନରେ ଅନେକେ ଘରେ ଆରାମ କରିବା କିମ୍ବା ଭାଗବତ ଚିନ୍ତନରେ କାଟିଥାନ୍ତି ଦିନ। ହେଲେ କୌଳିକ ବୃତ୍ତିକୁ ସମ୍ମାନ ଦେଉଥିବା ଭଗବାନ ଆନନ୍ଦ ପାଆନ୍ତି ଛେନା, ଦହି ବିକ୍ରିରେ।
ସ୍ତ୍ରୀ ଦେବକୀ, ୨ ପୁଅ, ଜଣେ ଝିଅଙ୍କୁ ନେଇ ଭଗବାନଙ୍କ ପରିବାର। ବିବାହ ପରେ ପିଲାମାନେ ସେମାନଙ୍କ ସଂସାରରେ ବ୍ୟସ୍ତ। ହେତୁ ଜାଣିବା ଦିନରୁ ଗୋରୁପଲ ସହ ତାଙ୍କର ଦିନ କଟିଛି। ସେ ବି ଭାବିଥିଲେ ବୟସ ବଢ଼ିଲେ ପିଲାମାନଙ୍କ ସ୍ନେହସୋହାଗରେ ଦିନ ବିତିବ। ହେଲେ କାହା ଉପରେ ବୋଝ ହେବା ତାଙ୍କ ସ୍ବାଭିମାନକୁ ପ୍ରଶ୍ନ କଲା। ତେଣୁ ୬ବର୍ଷ ହେଲା ସେ ଆରମ୍ଭ କରିଛନ୍ତି ଦହିଛେନା ବେପାର।
କ୍ଷୀର ସଂଗ୍ରହ କରିବାକୁ ଭଗବାନ ଗୋରୁ, ମଇଁଷି ପାଳିଛନ୍ତି। ଗ୍ରାମର ଅନ୍ୟ ଗୋପାଳକଙ୍କ ଘରୁ ମଧ୍ୟ ସେ କ୍ଷୀର ସଂଗ୍ରହ କରିଥାନ୍ତି। କ୍ଷୀର ଛିଣ୍ଡାଇ ନିତି ଦହି ଛେନା

ପ୍ରସ୍ତୁତ କରାଯାଇଥାଏ। ଏସବୁ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରନ୍ତି ଦେବକୀ। ସକାଳ ୬ଟାରୁ ସେସବୁକୁ ଧରି ବେପାର କରିବାକୁ ବାହାରି ପଡ଼ନ୍ତି ଭଗବାନ। କାମାକ୍ଷାନଗର ତାଙ୍କ ବ୍ୟବସାୟର ମନପସନ୍ଦର ଜାଗା। ଏଥିପାଇଁ ତାଙ୍କୁ ଗଁାଠାରୁ ୨୫ କିମି ବସଯାତ୍ରା କରିବାକୁ ପଡ଼େ। କାମାକ୍ଷାନଗର ଆସିବା ପରେ ସାହି ସାହି ବୁଲି ସେ ବିକିଥାନ୍ତି ଦହିଛେନା। ଦୈନିକ ୯୦୦ ଟଙ୍କା ଯାଏ ରୋଜଗାର ହୁଏ। ସବୁ ଖର୍ଚ୍ଚ ଯାଇ ୨୫୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳେ। ସନ୍ଧ୍ୟା ୬ଟାରେ ବ୍ୟବସାୟ ସାରି ସେ ପୁଣି ଘରମୁହଁା ହୁଅନ୍ତି। ପରିଣତ ବୟସରେ ଦହି ବ୍ୟବସାୟ କରୁଥିବା ସମ୍ପର୍କରେ ପଚାରିବାରେ ଭଗବାନ କୁହନ୍ତି, ଯାହା ରୋଜଗାର ହେଉଛି ସେଥିରେ ଦୁଇପ୍ରାଣୀ ଶାନ୍ତିରେ ମୁଠେ ଖାଉଛୁ। ଦୁଇଖଣ୍ଡ ପିନ୍ଧୁଛୁ। ଭଲରେ ଚଳୁଛୁ। ଜୀବନରେ ଆଉ କ’ଣ ଦରକାର। ଦେହପା ଓ ଭଲମନ୍ଦ ଅଛି। ସବୁଦିନ ବ୍ୟବସାୟ କରିବା ସମ୍ଭବ ହେଉନାହିଁ। ତଥାପି ହାତଗୋଡ଼ ଚଳୁଥିବା ଯାଏ କାହାରି ଉପରେ ବୋଝ ହେବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri