ଟଳିବ ବାଣିଜ୍ୟ ଯୁଦ୍ଧ;ଚାଇନା-ଆମେରିକା କଥାବାର୍ତ୍ତା ପାଇଁ ରାଜି

ଓସାକା,୩୦-୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଶନିବାର ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧକୁ ବନ୍ଦ କରିବା ପାଇଁ ରାଜି ହୋଇଛନ୍ତି। ଦୁଇ ନେତା ପୁନର୍ବାର କଥାବାର୍ତ୍ତା ଆରମ୍ଭ କରିବାକୁ ସହମତ ହୋଇଛନ୍ତି। ଏଥିସହିତ ଚାଇନା କମ୍ପାନୀ ହୁଆଇ ସହିତ ଆମେରିକା କମ୍ପାନୀଙ୍କ କାରବାର ଆରମ୍ଭ କରିବାକୁ ଅନୁମତି ଦିଆଯିବ ବୋଲି ଟ୍ରମ୍ପ ପ୍ରତିଶ୍ରୁତି ଦେଇଛନ୍ତି। ଦୁଇ ନେତାଙ୍କ ସହମତି ଯୋଗୁ ଦୀର୍ଘ ୧ ବର୍ଷ ଧରି ଚାଲିଥିବା ବାଣିଜ୍ୟ ଯୁଦ୍ଧର ପରିସମାପ୍ତି ଘଟିବ ବୋଲି ଆଶାକରାଯାଉଛି। ଏହାଦ୍ୱାରା ସାରା ବିଶ୍ୱ ଆଶ୍ୱସ୍ତ ହୋଇଛି। ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ଜିନ୍‌ପିଙ୍ଗ ପ୍ରାୟ ୮୦ ମିନିଟ ଧରି ବୈଠକରେ ବସିଥିଲେ। ବୈଠକ ଶେଷରେ ଟ୍ରମ୍ପ କହିଥିଲେ ଯେ, ଚାଇନା ସହିତ ବାଣିଜ୍ୟ ଆଲୋଚନାକୁ ପୁନର୍ବାର ଆରମ୍ଭ କରାଯିବ। ବୈଠକରେ ହୋଇଥିବା ଆଲୋଚନାକୁ ସେ ଚମତ୍କାର ବୋଲି ଦର୍ଶାଇଥିଲେ। ସେ କହିଥିଲେ ଯେ, ପୂର୍ବରୁ ଲାଗୁ ଟାରିଫ୍‌କୁ ପ୍ରତ୍ୟାହାର କରାଯିବ ନାହିଁ। କିନ୍ତୁ ଆମେରିକା ଆଗାମୀ ଦିନରେ ଚାଇନାର ଅନ୍ୟ ସାମଗ୍ରୀ ଉପରେ ଅତିରିକ୍ତ ଟାରିଫ ବୃଦ୍ଧି କରିବ ନାହିଁ। ଆମେରିକାର କୃଷିଜାତ ସାମଗ୍ରୀ ଚାଇନା କିଣିବାକୁ ରାଜି ହୋଇଛି। ଦୁଇ ଦେଶ ମଧ୍ୟରେ ଏ ସଂକ୍ରାନ୍ତରେ କୌଣସି ଚୁକ୍ତି ହେଲେ ଏହା ଐତିହାସିକ ହେବ ବୋଲି ଟ୍ରମ୍ପ କହିଥିଲେ। ଅନ୍ୟପକ୍ଷରେ ଚାଇନା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ବୈଠକର ସଫଳତା ନେଇ ଖୁସି ବ୍ୟକ୍ତ କରାଯାଇଛି। ଚାଇନାର କମ୍ପାନୀଗୁଡ଼ିକ ପ୍ରତି ଆମେରିକା ଭଲ ବ୍ୟବହାର ପ୍ରଦର୍ଶନ କରିବ ବୋଲି ଜିନପିଙ୍ଗ ଆଶାବ୍ୟକ୍ତ କରିଛନ୍ତି ବୋଲି ତାଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଜି-୨୦ରେ ଚାଇନାର ବୈଦେଶିକ ମନ୍ତ୍ରଣାଳୟ ଦୂତ ଓ୍ବାଙ୍ଗ ଜିଆଓଲୋଙ୍ଗ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri