ଖଇରା ମହାବିଦ୍ୟାଳୟର ସାମ୍ବତ୍ସରିକ ଉତ୍ସବ: ମନ ମୋହିଲା ନାଟକ ‘ଡଷ୍ଟବିନର ଝିଅ’

ଖଇରା, ୧୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲାର ପ୍ରମୁଖ କଲେଜ ଖଇରା କଲେଜର ସାମ୍ବତ୍ସରିକ ଉତ୍ସବ ସଭା ସାଙ୍ଗକୁ ନୃତ୍ୟଗୀତ ଓ ଯାତ୍ରା ପରିବେଷଣ ମଧ୍ୟରେ ଶେଷ ହୋଇ ଯାଇଛି ା ଖଇରା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ ପ୍ରମୋଦ ଉପାଧ୍ୟାୟଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ସଂସ୍କୃତିମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି, ଓଡିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ବିଭିନ୍ନ ଦାର୍ଶନିକ ଓ ମହାପୁରୁଷମାନଙ୍କର ଉଦାହରଣ ଦେଇ ପିଲାମନଙ୍କ ମଧ୍ୟରେ ସହନଶୀଳତା, ଧୈର୍ଯ୍ୟ, ଶୃଙ୍ଖଳିତ ଆଚରଣ ସେମାନଙ୍କୁ ଶୀର୍ଷ ସ୍ଥାନକୁ ନେଇପାରିବ ବୋଲି କହିଥିଲେ। ଛାତ୍ରସଂସଦର ଉପଦେଷ୍ଟା ଅରୁଣ କୁମାର ପାଢୀ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ା ପରେ ଓଡିଶା ସଂସ୍କୃତି ବିଭାଗ ପ୍ରଦତ୍ତ ସମ୍ବଲପୁରୀ ନୃତ୍ୟ ପରିବେଷଣ ପରେ ସାମ୍ପ୍ରତିକ ପରିସ୍ଥିତିରେ ନାରୀ ନିର୍ଯାତନା ଉପରେ ପର୍ଯ୍ୟବେଷିତ ଅଧ୍ୟାପକ ବନମାଳୀ ବାରିକଙ୍କ ନିର୍ଦ୍ଦେଶିତ ନାଟକ ‘ଡଷ୍ଟବିନର ଝିଅ’ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ଅଧ୍ୟାପକ ନିରଞ୍ଜନ ପଣ୍ଡା, ଅଧ୍ୟାପକ ଉମେଶ ଚନ୍ଦ୍ର ବାରିକ, ଲକ୍ଷ୍ମଣ ଶତପଥୀ, ଯୁଗଳ କିଶୋର ଗାହାଣ, ବନମାଳୀ ବାରିକ ତଥା ମୁଖ୍ୟ କିରାଣି ବିଭୂତି ଭୂଷଣ ନାୟକ, ଶଶିକାନ୍ତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।