ଫୁଲବାଣୀ ଅଫିସ, ୧୬ା୯-କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକରେ ୭୫ଲକ୍ଷ ଟଙ୍କାର ଦୁର୍ନୀତିକୁ ଏବେ ସବୁ କ୍ଷେତ୍ରରେ ଚପାଇ ଦିଆଯାଇଛି। ଯେଉଁମାନେ ଟଙ୍କା ହଡପ କରିଥିଲେ ସେମାନଙ୍କ ପାଖରୁ ଅଦ୍ୟାବଧି ଏହା ଆଦାୟ କରାଯାଇ ପାରୁନାହିଁ । ପୁଣି ସେହିପରି କ.ନୂଆଗାଁ ବ୍ଲକ କଞ୍ଜାମେଣ୍ଡି ପଞ୍ଚାୟତରେ ଏହି ଦୁର୍ନିତୀ ହୋଇଥିବା ଲୋକାଲ ଫଣ୍ଡ ଅଡିଟ ରିପୋର୍ଟ ପ୍ରକାଶ ପାଇଛି। ଫୁଲବାଣୀ ଭିଜିଲାନ୍ସ ବିଭାଗ ଏହି ରିପୋର୍ଟ ଆଧାରରେ ମାମଲାର ତଦନ୍ତ କରୁଛି। ହେଲେ ଭିଜିଲାନ୍ସର କାର୍ଯ୍ୟକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଲିଗୁଡା ଭଳି ପରିସ୍ଥିତି ଏଠାରେ ମଧ୍ୟ ଉପୁଜିବା ସମ୍ଭାବନା ରହିଛି। ଟଙ୍କା ନେଇଥିବା ବ୍ୟକ୍ତି ଏହାକୁ ପରିଶୋଧ କରିବେ ନାହିଁ । ଭିଜିଲାନ୍ସ ଅଧିକାରୀ ଏବଂ ଅର୍ଥ ହଡପକାରୀଙ୍କ ମଧ୍ୟରେ ସଲାସୁତରା ହୋଇଥିବା ଆଲୋଚନା ଜୋର ଧରିଛି।
୨୦୧୭-୧୮ ଆର୍ଥିକ ବର୍ଷରେ ଚତୁର୍ଥ ରାଜ୍ୟ ଅର୍ଥ କମିସନ ଏବଂ ଚତୁର୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଟଙ୍କା ହଡ଼ପ କରାଯାଇଛି ା ଟଙ୍କା ହେରଫେରରେ ସେତବେଳର ଯନ୍ତ୍ରୀ, ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀ ସାମିଲ ରହିଛନ୍ତି। ସରକାର ଗ୍ରାମାଞ୍ଚଳରେ ଯୋଜନାର କାର୍ଯ୍ୟ କାରିତା ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଟଙ୍କା ସିଧା ସଳଖ ପଞ୍ଚାୟତ ଆକାଉଣ୍ଟକୁ ଯାଉଛି ା ହେଲେ ଏଠାରେ ଅର୍ଥ ବିନା କାମରେ ହଡପ କରାଯାଉଛି ।
ସୁଚନା ଅନୁସାରେ, ୨୦୧୭ ଫେବୃୟାରୀ ୧୩ରେ ଚତୁର୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଟଙ୍କାକୁ ବିନା କାର୍ଯ୍ୟାଦେଶରେ ଏନ୍ଇଏଫଟି/ଆରଟିଜିଏସ୍ ମାଧ୍ୟମରେ ଚେକ୍ ନଂ.୦୦୧୫୫୧ରେ ୫ ଜଣଙ୍କ ଖାତାକୁ ୯ଲକ୍ଷ ୩୦ ହଜାର ଏବଂ ଚେକ୍ ନଂ ୦୦୧୫୫୨ରେ ମାର୍ଚ୍ଚ ୩ ରେ ୪ଜଣଙ୍କ ଖାତାକୁ ୫ଲକ୍ଷ ୫୯ହଜାର ଟଙ୍କା ପଠାଯାଇଛି। ସରୋଜ ମଲ୍ଲିକଙ୍କ ଏଡ଼ିବି ଖାତା ନଂ. ୧୧୮୨୦୯୬୯୩୫୬କୁ ଦୁଇ ଥରରେ ୧ ଲକ୍ଷ ୮୫ ହଜାର ଓ ୬୫ ହଜାର, ରଜନୀକାନ୍ତ ସାହୁଙ୍କ ଏଡ଼ିବି ଖାତା ନଂ. ୧୧୮୨୦୯୮୩୧୪୪କୁ ୫ଲକ୍ଷ ୧୨ ହଜାର ଓ ୪୦ ହଜାର, କାଲାରାମ ବିସିମାଝିଙ୍କ ଖାତା ନଂ. ୧୮୨୦୯୯୮୯୧୩କୁ ୩୮ହଜାର, ବାବୁ ମଳିକଙ୍କ ଏଡ଼ିବି ଖାତା ନଂ. ୩୨୦୭୨୮୪୦୯୯୩କୁ ୨୫ ହଜାର, ଅନସୂୟା ପାତ୍ରଙ୍କ ଏଡ଼ିବି ଖାତା ନଂ. ୩୧୦୪୮୧୮୪୦୩୮କୁ ୧ଲକ୍ଷ ୭୦ ହଜାର ଓ ୫୫ ହଜାର ୯ଶହ ଟଙ୍କା, ପଞ୍ଚାନନ କହଁରଙ୍କ ଖାତା ନଂ. ୧୧୬୯୩୯୮୮୬୪୫କୁ ୩ ଲକ୍ଷ ୯୮ ହଜାର ୧୦୦ ଟଙ୍କା ଯାଇଛି। ଯାହାର କୌଣସି ହିସାବ କି କେଉଁ ପ୍ରକଳ୍ପ ପାଇଁ ଏହି ଟଙ୍କା ଖର୍ଚ୍ଚ ହୋଇଛି ତାହା ପଞ୍ଚାୟତ କ୍ୟାସ୍ବୁକରେ ଦର୍ଶାଯାଇନାହିଁ। ଏହି ଅର୍ଥ ହଡପ୍ ହୋଇଥିବା ଲୋକାଲ ଫଣ୍ଡ ଅଡ଼ିଟ ରିପୋର୍ଟରେ ଦର୍ଶଯାଇଛି।
ସେହିପରି ୨୦୧୭-୧୮ରେ ସାଧାରଣ ବଣ୍ଟନ ଓ ବାର୍ଦ୍ଧକ୍ୟ ଭତ୍ତାର ଅଗ୍ରୀମ ୧ ଲକ୍ଷ ୯୪ ହଜାର ୯୫୪ ଟଙ୍କା ୫ ଜଣ ନିର୍ବାହୀ ଅଧିକାରୀ ନେଇଥିଲେ। ପର୍ଯ୍ୟାୟ କ୍ରମେ ସେମାନଙ୍କ ବଦଳି ହୋଇଛି। ହେଲେ ସେମାନେ ପଞ୍ଚାୟତ କିମ୍ବା ବ୍ଲକକୁ ଏହାର ହିସାବ ଦେଇ ନାହାନ୍ତି। ଏହି ଟଙ୍କା ଆତ୍ମସାତ ହୋଇଥିବା ଅଡ଼ିଟ ରିପୋର୍ଟରେ ପ୍ରକାଶ ପାଇଛି। ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ଭିଜିଲାନ୍ସ ନିଜ ତରଫରୁ ମାମଲା କରିଥିବା ଅଡିଟ ସୁପରିଣ୍ଟେଣ୍ଡେଣ୍ଟ ଜନାର୍ଦ୍ଦନ ତ୍ରିପାଠୀ ପ୍ରକାଶ କରିଛନ୍ତିି। ଭିଜିଲାନ୍ସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଛ। ଏ ନେଇ ଭିଜିଲାନ୍ସ ଡିଏସ୍ପି ରବିକାନ୍ତ ସୁନାଙ୍କୁ ପଚାରିବାରୁ ତଦନ୍ତ କେଉଁ ଯାଏ ଯାଇଛି ତାହା ମୁଁ ବୁଝିଲା ପରେ କହିବି ବୋଲି କହିଛନ୍ତି।
Posted inଆମ ଜିଲା ଖବର, କନ୍ଧମାଳ View All
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…
ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍. ଉଦୟଗିରି ଥାନା…
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’
ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…
ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…
ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…
ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍ପି ଶୁଭେନ୍ଦୁ କୁମାର ପାତ୍ର…
Archives

