କ୍ୱାରାଣ୍ଟାଇନ ସେଣ୍ଟରରେ ଡାଲିରୁ ବାହାରିଲା ଝିଟିପିଟି: ଏହାକୁ ଖାଇ ୫ ଅସୁସ୍ଥ

ଛତ୍ରପୁର, ୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ମହାନାଦପୁର ପଞ୍ଚାୟତ ଖୁରିଗାଁ ପ୍ରାଥମିକ ବିଦ୍ୟାଳୟରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀ ତଥା ଅନ୍ତେବାସୀଙ୍କୁ ସୋମବାର ରାତିରେ ଖାଇବାକୁ ଦିଆଯାଇଥିଲା। ୨୯ ଅନ୍ତେବାସୀ ରାତ୍ରି ଭୋଜନ ଖାଇ ସାରିଥିବାବେଳ ବେଳ ୨ ଜଣ ଖାଇବାକୁ ବାକିଥିଲେ। ଏହି ସମୟରେ ଜଣେ ପ୍ରବାସୀ ଖାଉଥିବା ବେଳେ ତାଙ୍କ ଡାଲି ପ୍ଲେଟ୍‌ରୁ ଏକ ଝିଟିପିଟି ବାହାରିଥିଲା। ଏହାର କିଛି ସମୟ ପରେ ୫ ଜଣଙ୍କର ବାନ୍ତି ହୋଇଥିଲା। ଏ ସମ୍ପର୍କରେ ସେମାନେ ମହନାଦପୁର ସରପଞ୍ଚଙ୍କୁ ଜଣାଇଥିଲେ। ଖବର ପାଇ ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶଙ୍କ ସହ ଏକ ମେଡିକାଲ ଟିମ ଘଟଣଶସ୍ଥଳରେ ପହଞ୍ଚ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମୁନିସିପେଣ୍ଠ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ହେବାପରେ ପୁଣି ଥରେ ସେମାନଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଯାଇଛି। ଉକ୍ତ ସେଣ୍ଟରରେ ୩୧ ଜଣ ପ୍ରବାସୀ ଗତ ସପ୍ତାହେ ହେଲା ରହିଆସୁଛନ୍ତି। କିଭଳି ଡାଲିରେ ଝିଟିପିଟି ପଡିଲା ସେ ନେଇ ପ୍ରଶାସନ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି ।