Categories: ଗଞ୍ଜାମ

କ୍ୱାରାଣ୍ଟାଇନ ସେଣ୍ଟରରେ କୋଭିଡ ତାଲିମ କ୍ଲାସ: ସୁସ୍ଥ ହେଲେଣି ୪୯

ଛତ୍ରପୁର,୧୭।୫(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଥିବା ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଅନ୍ତେବାସୀଙ୍କୁ ପ୍ରଶାସନ ପକ୍ଷରୁ ୧୦ଦିନିଆ କୋଭିଡ-୧୯ ସମ୍ବନ୍ଧିୟ ତାଲିମ ପ୍ରଦାନ କରାଯାଉଛି। ଅନ୍ତେବାସୀମାନେ କୋଭିଡ ସମ୍ପର୍କରେ କିପରି ସଚେତନ ହେବେ ସେ ନେଇ ତାଲିମ ଦିଆଯାଉଛି ବୋଲି ରବିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ସୂଚନା ଦେଇଛନ୍ତି। ଅନ୍ତେବାସୀଙ୍କ କ୍ୱାରେଣ୍ଟାଇନ ଅବଧି ସରିବା ପରେ ଏମାନେ ସ୍ବାସ୍ଥ୍ୟକର୍ମୀ ଭାବେ କାମ କରିବେ। ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ୪୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। ଏମାନେ କୋଭିଡ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ହୋମ କ୍ୱାରାଣ୍ଟାଇନରେ ରହୁଛନ୍ତି। ଅପରପକ୍ଷରେ ଜିଲାରେ ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମାସ୍କ, ଗ୍ଲୋବ୍ସ ବ୍ୟବହାର ସହ ହାତ ଧୋଇବା, ଗହଳିକୁ ନ ଯିବା, ସାମାଜିକ ଦୂରତା ରକ୍ଷା କଲେ କରୋନାକୁ ମୁକାବିଲା କରିହେବ ବୋଲି ଜିଲାପାଳ କହିଛନ୍ତି।