Categories: ଗଞ୍ଜାମ

କ୍ୱାରାଣ୍ଟାଇନ କେନ୍ଦ୍ର ବୁଲି ଦେଖିଲେ ବିଧାୟିକା

କବିସୂର୍ଯ୍ୟନଗର,୨୮ା୫-କବିସୂର୍ଯ୍ୟନଗରରେ ଥିବା ବିଭିନ୍ନ କ୍ୱାରାଣ୍ଟାଇନ କେନ୍ଦ୍ରକୁ ଗୁରୁବାର ବିଧାୟିକା ଲତିକା ପ୍ରଧାନ ବୁଲି ଦେଖିଛନ୍ତି। ଏଥିସହ କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିବା ପ୍ରବାସୀମାନଙ୍କ ସହ ଆଲୋଚନା କରିଛନ୍ତି। ସହରର ମର୍ଦ୍ଧରାଜ ହାଇସ୍କୁଲ, କେବିଭି କଲେଜ, ବାଳିକା ହାଇସ୍କୁଲ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ବୃନ୍ଦାବତୀ ବିଦ୍ୟାପୀଠ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ସମସ୍ତଙ୍କ ପାଇଁ କିଟ୍‌, ଖାଦ୍ୟପେୟ, ପାନୀୟ ଜଳ ଆଦି ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ। କ୍ୱାରାଣ୍ଟାଇନ କେନ୍ଦ୍ରରେ ଶୃଙ୍ଖଳିତ ଭାବେ ରହିବା ସହ ସରକାରୀ ଗାଇଡଲାଇନ ମାନିବାକୁ ବିଧାୟିକା ପରାମର୍ଶ ଦେଇଥିଲେ। ବିଧାୟିକାଙ୍କ ସହ ପୂର୍ବତନ ଏନଏସି ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ନଗର ଯୁବ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ନାୟକ, ପ୍ରାକ୍ତନ କାଉନସିଲର ରସଲ କୁମାର ଦାସ, ପ୍ରଶ୍ନ ନାୟକ, ଦିଲୀପ ସାହୁ, ରାଜେଶ ପ୍ରଧାନ, ସୁରଜ କୁମାର ରେଡି, ଅରୁଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।