କ୍ୟାପିଟାଲ ହସ୍ପିଟାଲ ମର୍ଗ ଫ୍ରିଜର ଅଚଳ: ମୃତଦେହ ଗନ୍ଧରେ ଫାଟିପଡୁଛି ହସ୍ପିଟାଲ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହ (ମର୍ଗ) ଏବେ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ମର୍ଗରେ ଥିବା ଦୁଇଟି ଫ୍ରିଜର ଗୋଟିକ ପରେ ଗୋଟିଏ ଖରାପ ହୋଇପଡିବାରୁ ବ୍ୟବଚ୍ଛେଦ ପାଇଁ ଆସୁଥିବା ମୃତଦେହକୁ ଖୋଲାରେ ରଖାଯାଉଛି। ଫଳରେ ମୃତଦେହର ପଚା ଗନ୍ଧରେ ଫାଟି ପଡୁଛି ହସ୍ପିଟାଲ ପରିସର। ପଚା ଦୁର୍ଗନ୍ଧରେ ରୋଗୀ ଓ ସମ୍ପର୍କୀୟମାନେ ରହିବା କଷ୍ଟକର ହୋଇପଡୁଛି। ରୋଗୀମାନେ ଖାଦ୍ୟ ଓ ମେଡିସିନ ଠିକ୍‌ ଭାବେ ଖାଇପାରୁ ନ ଥିବାବେଳେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଠିକ୍‌ ଭାବେ ସେବାକାର୍ଯ୍ୟ କରିପାରୁନାହାନ୍ତି। ଏପରିକି ମର୍ଗ ନିକଟରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଥିବାରୁ ସେଠାରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି। ସ୍ଥିତି ଏପରି ହୋଇଛି ଏଠାକୁ ଆସୁଥିବା ରୋଗୀ ନାନା ହଟହଟା ହୋଇ ଅନ୍ୟ ହସ୍ପିଟାଲକୁ ଚାଲିଯାଉଥିବା ଦେଖିବାକୁ ମିଳିଛି। ୩ଦିନ ହେବ କ୍ୟାପିଟାଲ ହସ୍ପିଟାଲରେ ଏ ପରିସ୍ଥିିତି ଲାଗି ରହିଛି।
ମିଳିଥିବା ସୂଚନାନୁସାରେ, କ୍ୟାପିଟାଲ ହସ୍ପିଟାଲ ମର୍ଗରରେ ୩ଟି ଫ୍ରିଜର ରହିଛି। ପୂର୍ବରୁ ୨ଟି ଖରାପ ହୋଇଯାଇଥିବାବେଳେ ଗତ ୩ଦିନ ତଳେ ଶେଷ ସନ୍ତକଟି ମଧ୍ୟ ଅଚଳ ହୋଇପଡିଛି। ଫଳରେ ବ୍ୟବଚ୍ଛେଦ ପାଇଁ ଆସୁଥିବା ମୃତଦେହକୁ ସେମିତି ଖୋଲାରେ ରଖାଯାଉଛି। ଦିନରେ ମର୍ଗର ଭିତରେ ମରାମତି ଚାଲୁଥିବାରୁ ଆସୁଥିବା ମୃତଦେହକୁ ବାହାରେ ତଳେ ଓ ଗାଡ଼ିରେ ରଖାଯାଉଛି। ଅଧିକାଂଶ ଗଳିତ ହୋଇଥିବାରୁ ହସ୍ପିଟାଲ ପରିସର ପଚାଗନ୍ଧରେ ଫାଟି ପଡୁଛି। ବୁଧବାର ହସ୍ପିଟାଲ ମର୍ଗରକୁ ବିଭିନ୍ନ ଥାନାଞ୍ଚଳରୁ ୬ରୁ ଉର୍ଦ୍ଧ୍ୱ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସିଥିଲା। ସେମାନଙ୍କୁ ନେଇ ଆସିଥିବା ପୋଲିସ ଓ ଆମ୍ବୁଲାନ୍ସ ଡ୍ରାଇଭରମାନେ ବାନ୍ତି କରୁଥିବା ଦେଖିବାକୁ ମିଳିଥିଲା।
ହସ୍ପିଟାଲକୁ ରୋଗୀ ନେଇ ଆସିଥିବା କେନ୍ଦ୍ରାପଡାର ଅଜିତ ଦାସ କୁହନ୍ତି, ଏତେ ଗନ୍ଧରେ ରହିବା କଷ୍ଟକର ହୋଇପଡୁଛି। ପ୍ରସୂତି ବିଭାଗରେ ରୋଗୀ ଖାଦ୍ୟ ଖାଇପାରୁ ନାହାନ୍ତି। ମେଡିସିନ ଖାଇବାବେଳେ ମଧ୍ୟ ବାନ୍ତି କରୁଛନ୍ତି। ପଚାଗନ୍ଧରେ କାମ କରିହେଉନି ବୋଲି କହିଛନ୍ତି କେତେଜଣ ନର୍ସ ଓ ଆଟେଣ୍ଡାଣ୍ଟ। ସମସ୍ୟାର ସମାଧାନ ପାଇଁ କେହି ତପତ୍ର ନୁହନ୍ତି। ବଡ଼ ବାବୁମାନେ ଏସି ରୁମରେ ବସୁଥିବାରୁ ସେମାନେ ସମସ୍ୟାକୁ ହୃଦ୍‌ବୋଧ କରିପାରୁ ନାହାନ୍ତି।
ଫ୍ରିଜର ମରାମତି କରୁଥିବା କଲିକତାର ଜଣେ ମିସ୍ତ୍ରି କୁହନ୍ତି, କମ୍ପ୍ରେସର ଖରାପ ହେବା ସହ ଅନ୍ୟ କେତେକ ଯାନ୍ତ୍ରିକ ତ୍ରୁଟି ରହିଛି। ତେବେ କେବେ ଫ୍ରିଜର ମରାମତି ସରିବ ଓ କାର୍ଯ୍ୟକ୍ଷମ ହେବ ସେ ସଂକ୍ରାନ୍ତରେ ମିସ୍ତ୍ରି ଜଣକ ଠିକ୍‌ ଭାବେ କହିପାରି ନ ଥିଲେ। ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ କୁହନ୍ତି, ତିନିଦିନ ହେଲା ଫ୍ରିଜର ଅକାମୀ ହୋଇଯାଇଛି। କଲିକତାରୁ ମିସ୍ତ୍ରି ଆସିବା ପରେ ବୁଧବାରଠାରୁ ମରାମତି କାର୍ଯ୍ୟ ଚାଲିଛି। ଦିନ ତମାମ ବିତିଯାଇଥିଲେ ମଧ୍ୟ ତ୍ରୁଟି ସମାଧାନ ହୋଇପାରିନି। ଶୀଘ୍ର ଠିକ୍‌ ହୋଇଯିବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri