କ୍ୟାଣ୍ଡେଲ ନୁହେଁ ମଶାଲ ହିଁ ଆଣିବ ବିପ୍ଳବ

ବଲାଙ୍ଗୀର ଅଫିସ, ୨୦ା୧: ସର୍ବଭାତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବ ଉଦ୍‌ଘାଟନୀ ସନ୍ଧ୍ୟାରେ ଢ଼େଙ୍କାନାଳର ଅଲଟରନେଟିଭ୍‌ ରିଦିମ୍‌ ଥିଏଟର ପକ୍ଷରୁ ଦିନେଶ ଦାସଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ପୁନଶ୍ଚ ସତ୍ୟାଗ୍ରହ ମଞ୍ଚସ୍ଥ ହୋଇଛି ା ସ୍ବାର୍ଥବାଦୀ ମଣିଷମାନଙ୍କୁ ଯୋଗୁଁ ଗଣତନ୍ତ୍ର କିଭଳି ଜଣତନ୍ତ୍ରରେ ପରିଣତ ହୋଉଛି ା କେତେବେଳେ ଛବିରାଣୀ, ନିର୍ଭୟା, ଇତିଶ୍ରୀମାନଙ୍କ କାହାଣୀ ଭିତରେ ହଜିଯାଉଛି ଭାରତମାତାର ଗୌରବ। ରାଜନୀତିର ଛକାପଞ୍ଛା ଭିତରେ କ୍ଷତାକ୍ତ ହେଉଛନ୍ତି ସାଧାରଣ ନିରୀହ ଓ ଦେଶର ଭବିଷ୍ୟତ କିଭଳି ଉଜୁଡି ଯାଉଛି ା ଲହୁ ଲୁହ ଢ଼ାଳି ଯେଉଁମାନେ ଦେଶ ସ୍ବାଧୀନ କରିଥିଲେ ସେମାନଙ୍କ ସ୍ବପ୍ନର ରାମରାଜ୍ୟ ଆଜି କିଭଳି ଉଜୁଡି ଯାଇଛି ା ଚାରିଆଡେ କେବଳ ସ୍ବାର୍ଥପର ଲୋକଙ୍କ ଭିଡ ା କିଭଳି ଏଭଳି ସମୟକୁ ସାମ୍‌ନା କରିବେ ଆମର ଉତ୍ତରଦାୟଦମାନେ। ଏହି ପ୍ରଶ୍ନକୁ ନେଇ ଗତିଶୀଳ ଏକ ମାର୍ମିକ କାହାଣୀ ପୁନଶ୍ଚ ସତ୍ୟାଗ୍ରହ ା ଗୋଟିଏ ଘଟଣା ଘଟିଗଲେ କ୍ୟାଣ୍ଡେଲ ଧରିବା ଛାଡି ମଶାଲ ଧରିଲେ ହିଁ ଆସିବ ସାମାଜିକ ପରିବର୍ତ୍ତନ ା ଏହାହିଁ ନାଟକ ପୁନଶ୍ଚ ସତ୍ୟାଗ୍ରହର ବାର୍ତ୍ତା ା ନିଖୁଣ ଅଭିନୟରେ ଏଭଳି ଏକ ଚେତନଶୀଳ ବାର୍ତ୍ତା ଦେଇ ନୂଆ ସମାଜ ଗଠନର ବାର୍ତ୍ତା ଦେଇଛି ନାଟକ ପୁନଶ୍ଚ ସତ୍ୟାଗ୍ରହ ା ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡିଆ ନୂଆମଞ୍ଚରେ ଅଭିନୀତ ଏହି ନାଟକକୁ ଦର୍ଶକମାନେ ମନଭରି ଉପଭୋଗ କରିଛନ୍ତି, ଅଭିନେତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ା