କ୍ଷେତ୍ର ପରିଦର୍ଶନ କଲେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର

ଆସିକା,୩ା୭(ଡି.ଏନ୍‌.ଏ.)- ଆସିକା ବାଲିପଦର ମୁଖ୍ୟ ରାସ୍ତାର ବାବନପୁର ସଂଲଗ୍ନ ଗଡଗଡିଆ ପାହାଡ ପାଦ ଦେଶରେ ଆସିକା ଏନ୍‌ଏସି ପକ୍ଷରୁ ବର୍ଯ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ ଲାଗି ସ୍ଥାନ ଚିହ୍ନଟ ହୋଇଛି। ବୁଧବାର ମଧ୍ୟାହ୍ନରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ତେନଜନ୍‌ ୱାପଙ୍ଗ ସମ୍ପୃକ୍ତସ୍ଥଳୀରେ ପହଞ୍ଚତ୍ କ୍ଷେତ୍ର ପରିଦର୍ଶନ କରିବା ସହ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରି ଫେରିଛନ୍ତି। ଆସିକା ଏନ୍‌ଏସି ପକ୍ଷରୁ ବର୍ତ୍ତମାନ ୩.୫ ଏକର ଜମି ଅକ୍ତିଆରରେ ରଖାଯାଇ ସହରର ଆବର୍ଜନାକୁ ଜମା କରାଯାଉଥିବା ବେଳେ ନୂତନ ପ୍ରକଳ୍ପ ଲାଗି ୫ ଏକର ଜମିର ଆବଶ୍ୟକତା ଥିବା ଏନ୍‌ଏସି ପକ୍ଷରୁ କମିଶନରଙ୍କ ଦୃଷ୍ଟିକୁ ଅଣାଯାଇଥିଲା। କମିଶନର ୱପଙ୍ଗ ଏହି ଜମି ସମ୍ପର୍କରେ ଘଟଣା ସ୍ଥଳରେ ଉପସ୍ଥିତ ଆସିକା ତହସିଲଦାରଙ୍କୁ ପଚାରି ବୁଝିବା ସହ ତୁରନ୍ତ ଏହି ଜମି ଏନ୍‌ଏସିକୁ ହସ୍ତାନ୍ତର ଲାଗି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଛଡା ସେ ପ୍ରକଳ୍ପ ସମ୍ପର୍କରେ ଏନ୍‌ଏସିର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରି ବୁଝିବା ସହ ଆବର୍ଜନା ନିଷ୍କାସନ ଲାଗି କଣ ସବୁ ପଦକ୍ଷେପ ନିଆଯାଇଛି ପଚାରି ବୁଝିଥିଲେ। ସୂଚନା ଯୋଗ୍ୟ ଯେ, ଏନ୍‌ଏସି ପକ୍ଷରୁ ଏଠାରେ ନିର୍ମାଣ ହେବାକୁ ଥିବା ବର୍ଯ୍ୟବସ୍ତୁ ପରିଚାଳନା ପ୍ରକଳ୍ପରେ ଆସିକା ଏନ୍‌ଏସି ସମେତ ଆଖପାଖର ବର୍ଯ୍ୟବସ୍ତୁ ପରିଚାଳନା ସହ ସେଠାରେ ଏକ ପ୍ରକଳ୍ପ ମାଧ୍ୟମରେ ବର୍ଯ୍ୟବସ୍ତୁରୁ ସାର ଉପତ୍ାଦନ ଲାଗି ମଧ୍ୟ ଯୋଜନା ରହିଛି। ରାଜସ୍ବ କମିଶନରଙ୍କ ସହ ଆସିକା ତହସିଲଦାର ସୁବାଷ ଚନ୍ଦ୍ର ସେଠିଆ, ଏନ୍‌ଏସି କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀ ସିଂ ସାମିଲ ଥିଲେ।