Categories: ଜାତୀୟ

କ୍ଷମା ମାଗିବା ପାଇଁ ଅନନ୍ତ ହେଗଡ଼େଙ୍କ ଉପରେ ଭାଜପା ପକାଇଲା ଚାପ

ନୂଆଦିଲ୍ଲୀ,୩।୨: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଭାଜପା ଏମ୍‌ପି ଅନନ୍ତ ହେଗଡ଼େଙ୍କୁ କ୍ଷମା ମାଗିବା ପାଇଁ ଦଳ ପକ୍ଷରୁ ଚାପ ପକାଯାଇଛି। ଅନନ୍ତ ମହାତ୍ମାଙ୍କ ନେତୃତ୍ୱରେ ହୋଇଥିବା ସ୍ବତନ୍ତ୍ରତା ଆନ୍ଦୋଳନକୁ ଏକ ନାଟକ ବୋଲି କହିଥିଲେ। ଏହାକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଭାଜପାକୁ ଘେରିବା ଆରମ୍ଭ କରିଥିଲେ। ସିଏଏକୁ ନେଇ ଭାଜପାକୁ ବିରୋଧୀ ବିରୋଧ କରୁଥିବାବେଳେ ଅନ୍ୟ ସମସ୍ୟାରେ ନ ପଡ଼ିବା ଲାଗି ଭାଜପା ଚାହୁଁଛି। ସଂସଦର ବଜେଟ୍‌ ଅଧିବେଶନରେ ଲଗାତାର ବିରୋଧୀ ହଟ୍ଟଗୋଳ ଜାରି ରଖିଛନ୍ତି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ ବରିଷ୍ଠ ଭାଜପା ନେତା ଦଳ ଅଧିକ ସମସ୍ୟାକୁ ଯାଉ ବୋଲି ଚାହୁଁ ନାହାଁନ୍ତି। ତେଣୁ ଅନନ୍ତଙ୍କ କ୍ଷମା ମାଗିବା ଉପରେ ଦଳ ଜୋର୍‌ ଦେଉଛି।

Share