କ୍ଷତିଗ୍ରସ୍ତ ଜମି ଦେଖିଲେ ଭାଜପା ରାଜ୍ୟ ସମ୍ପାଦକ

କନିଷି,୨୭।୧୦(ଡି.ଏନ.ଏ.)-ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଭାଜପାର ରାଜ୍ୟ ସମ୍ପାଦକ ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏକ ଟିମ୍‌ କ୍ଷତିଗ୍ରସ୍ତ ଜମି ପରିଦର୍ଶନ କରିଛନ୍ତି। ବୟାଳି, ଶାସନ ପଦର, ପାନାପୁଲୀ, ତୁଳୁ, କେଲୁଆପଲି, କିର୍ତ୍ତିପୁର, ଗାରମାପେଟା, କୋଳଥିଗାଁ, ଆଙ୍କୁଲି, ଗଉଞ୍ଜୁ ଆଦି ଗାଁ ବୁଲି ସେମାନେ ଚାଷୀମାନଙ୍କ ସହ କ୍ଷତିଗ୍ରସ୍ତ ଜମି ବିଷୟରେ ଆଲୋଚନା କରିଥିଲେ। ଏହି ଟିମରେ ୫୩ ଜୋନର ଜିଲାପରିଷଦ ବିନୋଦ ଚନ୍ଦ୍ର ମିଶ୍ର, ରାଜେଶ ସାହୁ, ସନତ କୁମାର ନାୟକ, ସୁନୀଳ କୁମାର ପାତ୍ର, ରାଜା ରାଓ, ଅଜିତ କୁମାର ଦଳାଇ, ତୁମ୍ଭୁ ନାଥ ନାୟକ, ଶିବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।