କ୍ରୀଡ଼ାକୁ ପ୍ରୋତ୍ସାହନ:ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ରାଜ୍ୟ ପୁରସ୍କାର

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ମଧ୍ୟରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ମିଳିଛି। ନିକଟରେ ଶେଷ ହୋଇଥିବା ଇଣ୍ଡିଆ ସ୍ପୋର୍ଟସ ସମିଟ୍‌ରେ ଏଥିପାଇଁ ରାଜ୍ୟକୁ ପୁରସ୍କୃତ କରାଯାଇଛି। କ୍ରୀଡ଼ା ସଚିବ ବିଶାଳ ଦେବ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ଅନ୍ୟ ରାଜ୍ୟକୁ ପଛରେ ପକାଇ ଏହି ସର୍ବୋଚ୍ଚ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛି। ପୁରସ୍କାର ଗ୍ରହଣ କରିବା ପରେ ବିଶାଳ ଦେବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ବୃହତ୍‌ ପଦକ୍ଷେପ ନେଇଛନ୍ତି। ଓଡ଼ିଶାକୁ ବିଶ୍ୱ କ୍ରୀଡ଼ା ହବରେ ପରିଣତ କରିବାକୁ ରାଜ୍ୟ ସରକାର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି।
ରାଜ୍ୟ ସରକାର ଭୁବନେଶ୍ୱରକୁ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ କରିବା ଦିଗରେ ସମସ୍ତ ପଦକ୍ଷେପ ନେଉଛନ୍ତି। ଏହି ଲକ୍ଷ୍ୟକୁ ହାସଲ କରିବାକୁ ରାଜ୍ୟ ସରକାର ୨୦୧୯-୨୦ ବଜେଟରେ ୨୬୬.୩୧ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ରାଜ୍ୟର ଏକ ନୂତନ ଭାବମୂର୍ତ୍ତି ତିଆରି କରିବାରେ ସଫଳ ହୋଇ ପାରିଛି। ଫିଟ ଇଣ୍ଡିଆ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ଓ ଦକ୍ଷତା ରହିଛି। ଗ୍ରାମାଞ୍ଚଳରେ ୭୦ ପ୍ରତିଶତ ଲୋକ ବାସ କରୁଛନ୍ତି। ଏଥିପାଇଁ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯିବାର ଆବଶ୍ୟକତା ରହିଛି । କ୍ରୀଡ଼ା ବିଭାଗ ମଧ୍ୟ ଗ୍ରାମାଞ୍ଚଳକୁ ଅଧିକ ଫୋକସ ଦେବା ସହ ନୂତନ ପ୍ରତିଭା ଅନୁସନ୍ଧାନରେ କାର୍ଯ୍ୟ କରୁଛି ବୋଲି କ୍ରୀଡ଼ା ସଚିବ କହିଛନ୍ତି ।
ସୁନ୍ଦରଗଡ଼ ଏକ ଆଦିବାସୀ ବହୁଳ ଜିଲା। ଏହି ଜିଲାରୁ ବହୁ ହକି ପ୍ରତିଭା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର କ୍ରୀଡ଼ା ନୌପୁଣ୍ୟକୁ ପ୍ରଦର୍ଶନ କରି ଆସୁଛନ୍ତି। ସେହିପରି ଗଞ୍ଜାମ ଓ ପୁରୀ ଜିଲାରେ ଭାରୋତ୍ତୋଳନ ଓ କୁସ୍ତି କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିଛି। ଗ୍ରାମାଞ୍ଚଳରୁ ଲୁକାୟିତ କ୍ରୀଡ଼ା ପ୍ରତିଭାଙ୍କୁ ଖୋଜି ବାହାର କରିବା ସକାଶେ ରାଜ୍ୟ ସରକାର ୪ଟି ସହରରେ ୪ଟି କ୍ରୀଡ଼ା କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri