କ୍ରିସ୍‌ମାସ୍‌ରେ ମାତ୍ର ଶହେ ଟଙ୍କାରେ ଦିଅନ୍ତୁ ଏହି ଉପହାର

ଖ୍ରୀଷ୍ଟଧର୍ମାଲମ୍ବିଙ୍କ ବଡ଼ ପର୍ବ ହେଉଛି କ୍ରିସ୍‌ମାସ୍‌। ଡିସେମ୍ବର ୨୫ରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ବଡ଼ଦିନ ଭାବେ ପାଳନ କରାଯାଇଥାଏ। ଏହି ପର୍ବକୁ ଦେଶ ଓ ବିଦେଶରେ ବହୁ ଉତ୍ସାହର ସହ ପାଳନ କରାଯାଇଥାଏ। ଆଉ ମାତ୍ର କିଛି ଘଣ୍ଟା ପରେ ଏହି ଉତ୍ସବ ଘରେ ଘରେ ପାଳନ କରାଯିବ। ଏଥିପାଇଁ ମଲ୍‌, ଚର୍ଚ୍ଚ, ସ୍କୁଲ ଓ ଘରେ ସମସ୍ତ ସାଜସଜ୍ଜା ଓ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଅବସରରେ ଲୋକମାନେ ନିଜ ସମ୍ପର୍କୀୟ ଓ ସାଙ୍ଗମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁନ୍ଦର ସୁନ୍ଦର ଉପହାର ମଧ୍ୟ ଦେଇଥାନ୍ତି। ପ୍ରାୟ ସମୟରେ ଦେଖିବାକୁ ମିଳେ ଗୋପନୀୟ ଭାବେ ସାନ୍ତାକ୍ଲଜ୍‌ ଆସି ସମସ୍ତଙ୍କୁ ନିଜେ ଲୁଚାଇ ରଖିଥିବା ଉପହାରଗୁଡିକ ଦେଇଥାନ୍ତି। ତେବେ କ୍ରିସ୍‌ମାସ୍‌ ହେଉ ବା ଅନ୍ୟ କୌଣସି ପର୍ବ ନିଜ ସମ୍ବର୍କୀୟଙ୍କୁ ଉପହାର ଦେବା ପାଇଁ ଆମେ ସବୁବେଳେ ଚିନ୍ତିତ ଥାଉ। କେଉଁ ଉପହାର ଦେଲେ ପସନ୍ଦ ଆସିବ ଏବଂ ଆମ ବଜେଟରେ ବି ଆସୁଥିବ। ତେବେ ଆସନ୍ତୁ ଜାଣିବା ଏହି ଅବସରରେ ମାତ୍ର ଶହେ ଟଙ୍କାରେ ମିଳୁଥିବା ମହଙ୍ଗା ଉପହାର ବିଷୟରେ।


ଚକୋଲେଟ୍‌: ଚକୋଲେଟ୍‌ ଏଭଳି ଏକ ଜିନିଷ ଯାହା ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଆଉ ଏହା ଆପଣଙ୍କ ବଜେଟରେ ବି ଆସିଥାଏ। ଶହେ ଟଙ୍କାରୁ ଆରମ୍ଭ କରି ଅଧିକ ମୂଲ୍ୟ ଥିବା ଚକୋଲେଟ୍‌ ବଜାରରେ ଉପଲବ୍ଧ ହେଉଛି। ଏହାକୁ ମଧ୍ୟ ଆପଣ ଉପହାର ଭାବେ ଭେଟି ଦେଇପାରିବେ।


ଟେଡି ବିୟର: ଟେଡି ବିୟର କେବଳ ଝିଅମାନଙ୍କୁ ନୁହେଁ ବରଂ ମହିଳାମାନଙ୍କୁ ମଧ୍ୟ ଆକର୍ଷିତ କରିଥାଏ। ଆପଣ ଏହାକୁ ମଧ୍ୟ ଉପହାରରେ ଦେଇପାରିବେ। ଏହାକୁ ବଜାରରୁ କିମ୍ବା ଅନ୍‌ଲାଇନ୍‌ରେ ଶହେ ଟଙ୍କା ବା ଊର୍ଦ୍ଧ୍ୱ ଟଙ୍କାରେ କିଣିପାରିବେ। ଛୋଟଠାରୁ ଆରମ୍ଭ କରି ବଡ଼ ବଡ଼ ଟେଡି ବିୟର ବଜାରରେ ମିଳୁଛି।


ଫ୍ରାଗ୍ରାନ୍ସ ବର୍ନର ବା ସୁଗନ୍ଧିତ କ୍ୟାଣ୍ଡେଲ: ଆଜିକାଲି ଫ୍ରାଗ୍ରାନ୍ସ ବର୍ନର ବା ସୁଗନ୍ଧିତ କ୍ୟାଣ୍ଡେଲର ଚାହିଦା ଅଧିକ ରହିଛି। ନିଜ ଘରେ ସୁସ୍ଥ ବାତାବରଣ ପାଇଁ ଏହାକୁ ବ୍ୟବହାର କରିବା ସହ ଉପହାର ମଧ୍ୟ ଦେଇପାରିବେ। ଏହା ରୋମାଣ୍ଟିକ ଅନୁଭବ କରାଇଥାଏ। ଏହି ଉପହାର ଆପଣଙ୍କ ବଜେଟରେ ମଧ୍ୟ ଆସିଯିବ।


କ୍ଲିପ୍‌ ଲାଗିଥିବା ଝାଲର: ବଜାରରେ ଆଜିକାଲି କ୍ଲିପ୍‌ ଲାଗିଥିବା ଝାଲର ଉପଲବ୍ଧ ହେଉଥିବା ବେଳେ ଯୁବବର୍ଗଙ୍କ ମଧ୍ୟରେ ଏହାର କ୍ରେଜ୍‌ ମଧ୍ୟ ରହିଛି। ଏଥିରେ ଆପଣ ସାଙ୍ଗ, ପରିବାର ଓ ପାର୍ଟନର ସହ ବିତାଇଥିବା ସୁନ୍ଦର ମୁହୂର୍ତ୍ତକୁ ଫଟୋ ଜରିଆରେ ସଜେଇପାରିବେ। ଏହାକୁ ଆପଣ ଅନ୍‌ଲାଇନ୍‌ରେ କିଣିପାରିବେ ଅଥବା ଘରେ ବି ତିଆରି କରିପାରିବେ। ଏହି ଉପହାର ପାଇଁ ଆପଣଙ୍କୁ ପକେଟ୍‌ ଖାଲି ମଧ୍ୟ କରିବାକୁ ପଡ଼ିବ ନାହିଁ ଏବଂ ବଜେଟରେ ବି ଆସିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri