କ୍ରଲ୍‌ରେ ରହିବ ‘ରାକେଶ’

ଢେଙ୍କାନାଳ ଅଫିସ, ୧୮।୩ – ଢେଙ୍କାନାଳ ଜିଲା କପିଳାସ ଚିଡ଼ିଆଖାନାର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ପରିସରରେ ବନ୍ଦୀ ଜୀବନ କାଟୁଥିବା ନରହନ୍ତା ଦନ୍ତା ‘ରାକେଶ’କୁ କ୍ରଲ୍‌ (କାଠବାଡ଼)ରେ ଆବଦ୍ଧ କରି ରଖିବାକୁ ଯୋଜନା କରୁଛି ବନ ବିଭାଗ। କ୍ରଲ୍‌ରେ ରହିବା ପରେ ହାତୀ ଶୃଙ୍ଖଳ ମୁକ୍ତ ହୋଇପାରିବ। ଏହା ଫଳରେ ଶିକୁଳି ଯୋଗୁ ଦନ୍ତା ଗୋଡ଼ରେ ସୃଷ୍ଟି ହୋଇଥିବା କ୍ଷତ ଶୁଖିବାରେ ସହାୟକ ହେବ ବୋଲି ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। କପିଳାସ ଚିଡ଼ିଆଖାନା ଇତିହାସରେ ଏପରି ବ୍ୟବସ୍ଥା ପ୍ରଥମ ଥର କରାଯିବ ବୋଲି ଜଣାପଡ଼ିଛି।
ପରଜଙ୍ଗ-ତାଳଚେର ସୀମାନ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ୧୦ରୁ ଊର୍ଦ୍ଧ୍ୱ ଜୀବନ ନେଇଥିବା ଉକ୍ତ ଦନ୍ତାକୁ ଟ୍ରାଙ୍କୁଲାଇଜ୍‌ କରି ଗତ ଜାନୁୟାରୀ ୨୨ରେ କପିଳାସ ଜୁ’କୁ ଅଣାଯାଇଥିଲା। ଉନ୍ମତ୍ତ ହାତୀକୁ ରେସକ୍ୟୁ ସେଣ୍ଟର ପରିସରରେ ଥିବା ଏକ ଖୋଲା ମଣ୍ଡପ ଚାରିପଟେ ଟ୍ରେଞ୍ଚ ଖୋଳାଯାଇ ରଖାଯାଇଛି। କାଳେ ହାତୀ କୌଣସି ଦୁର୍ଘଟଣା ଘଟାଇବ ସେଥିଲାଗି ତା’ର ୪ ଗୋଡ଼କୁ ଶିକୁଳିରେ ବନ୍ଧା ଯାଇଛି। ହେଲେ ଶିକୁଳି ଘଷି ହେବା ଯୋଗୁ ଦନ୍ତାର ପଛ ଦୁଇଗୋଡ଼ରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି। ଯନ୍ତ୍ରଣାରେ ହାତୀ ଗର୍ଜନ କରୁଛି। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପିସିସିଏଫ୍‌ ହରିଶଙ୍କର ଉପାଧ୍ୟାୟ ଦୁଇଦିନ ତଳେ କପିଳାସ ଚିଡିଆଖାନା ପରିଦର୍ଶନ କରି ହାତୀର ସ୍ବାସ୍ଥ୍ୟାବସ୍ଥା ପରଖିଥିଲେ। ଏହାପରେ କ୍ରଲ୍‌ରେ ‘ରାକେଶ’କୁ ରଖିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି।
ଏ ନେଇ ଡିଏଫ୍‌ଓ କୁହନ୍ତି, ରାକେଶକୁ କ୍ରଲରେ ରଖାଯିବା ପରେ ଚିଡ଼ିଆଖାନାରେ ପୂର୍ବରୁ ଥିବା ୪ ହାତୀ କାର୍ତ୍ତିକ, ଉମା, ଚନ୍ଦୁ ଏବଂ ହିରୋ ସୁରକ୍ଷିତ ରହିପାରିବେ। ଏଥିସହ ହାତୀଗୋଡ଼ରେ ସୃଷ୍ଟି ହୋଇଥିବା କ୍ଷତ ମଧ୍ୟ ଶୀଘ୍ର ଶୁଖିବାରେ ସହାୟକ ହେବ।

କ’ଣ ଏହି କ୍ରଲ୍‌

ସାଧାରଣତଃ ଅମାନିଆ ହାତୀକୁ ଆୟତ୍ତ କରିବା ଏବଂ ଏହାର ହିଂସ୍ର ସ୍ବଭାବରେ ପରିବର୍ତ୍ତନ ଆଣିବାକୁ କ୍ରଲ୍‌ ବ୍ୟବସ୍ଥା କରାଯାଇଥାଏ। କ୍ରଲ୍‌ ହେଉଛି ଏକ ପ୍ରକାର କାଠ ନିର୍ମିତ ଚୌପାଢ଼ି। ଅର୍ଥାତ୍‌ ଏକ ସ୍ଥାନକୁ ବଡ଼ ବଡ଼ କାଠ ଗଣ୍ଡି ଦ୍ୱାରା ଆବଦ୍ଧ କରାଯାଇଥାଏ। ଏହା ଭିତରେ ହାତୀ ରହିବା ଭଳି ଜାଗା ଥାଏ। ହାତୀକୁ କ୍ରଲ୍‌ରେ ରଖିବା ପରେ ଏହାର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ଏବଂ ଚିକିତ୍ସା କରିବାରେ ସୁବିଧା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri