କ୍ବାରାଣ୍ଟାଇନ ସେଣ୍ଟରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେଉ

କଟକ ଅଫିସ,୨୮।୪: କଟକ ନଗର ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। କ୍ବାରାଣ୍ଟାଇନ ସେଣ୍ଟରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ଏଥିରେ ଦାବି ହୋଇଛି। ଏହି ପ୍ରତିନିଧି ମଣ୍ଡଳୀ କହଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ଜିଲାରେ କରାଯାଇଥିବା କ୍ବାରାଣ୍ଟାଇନ ସେଣ୍ଟରଗୁଡ଼ିକରେ ମହିଳାଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବା ପାଇଁ ଅନୁରୋଧ କରାଯାଇଛି। କରୋନା ଯୋଦ୍ଧା ସାଜିଥିବା ସମସ୍ତ ପ୍ରଶାସନିକ କର୍ମଚାରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଏହି ଅବସରରେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ବାରବାଟୀ ମଣ୍ଡଳ ସଭାନେତ୍ରୀ ପୁଷ୍ପିତା ମହାପାତ୍ର, ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ ଅମ୍ବିକା ଦାସ, ରଞ୍ଜିତା ନାୟକଙ୍କ ସମେତ ବହୁ କର୍ମୀ ଭାଗନେଇଥିଲେ।