Posted inଖେଳ

‘କୋହଲି ଜଣେ ଭାବପ୍ରବଣ ଅଧିନାୟକ’

ନୂଆଦିଲ୍ଲୀ, ୭।୫-ସାମ୍ପ୍ରତିକ ଭାରତୀୟ କ୍ରିକେଟ ଦଳରେ ବିରାଟ କୋହଲି ଜଣେ ଦକ୍ଷ ଖେଳାଳି, ଏଥିରେ ଦ୍ୱିମତ ନାହିଁ। ମାତ୍ର ଅଧିନାୟକଭାବେ ତାଙ୍କୁ ଆହୁରି ଅନେକ ବାଟ ଯିବାକୁ ଅଛି ବୋଲି ଅନୁଭବ କରୁଛନ୍ତି ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା। ”ଜଣେ ଖେଳାଳିଭାବେ କୋହଲିଙ୍କ ସମ୍ପର୍କରେ କିଛି କହିବା ଆବଶ୍ୟକ ନାହିଁ। ତାଙ୍କ କ୍ୟାରିୟର ଗ୍ରାଫ୍‌ ହିଁ ସବୁକଥା କହିଥାଏ। ମାତ୍ର ଜଣେ ଅଧିନାୟକ ପ୍ରସଙ୍ଗ ଉଠିଲେ ସେ ଆହୁରି ଅନେକ ବାଟ ଯିବାକୁ ଅଛି ବୋଲି ଅନୁଭବ ହୁଏ। ସେ ଜଣେ ଭାବପ୍ରବଣ ଅଧିନାୟକ“ ବୋଲି ନେହେରା ପ୍ରକାଶ କରିଛନ୍ତି। କ୍ୟାରିୟରରେ ୧୭ ଟେଷ୍ଟ, ୧୨୦ ଦିନିକିଆ ଓ ୨୭ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ନେହେରାଙ୍କ ମତରେ ୨୦୦୦ରେ ଖେଳୁଥିବା ଅଷ୍ଟ୍ରେଲିଆଠାରୁ ଭାରତୀୟ ଦଳ ବହୁତ ପଛରେ ଅଛି। ସେତେବେଳର ଅଷ୍ଟ୍ରେଲିଆ ଦଳ କ୍ରମାଗତ ୩ଟି ବିଶ୍ୱକପ ଜିତିବା ସହ ୧୯୯୬ ବିଶ୍ୱକପ ଫାଇନାଲ ଖେଳିଥିଲା। ଏହା ବ୍ୟତୀତ ଘରୋଇ ଏବଂ ବାହାର ପରିବେଶରେ ଏହି ଦଳ ୧୮-୧୯ ଟେଷ୍ଟ ମ୍ୟାଚ ମଧ୍ୟ ଜିତିଥିଲା । ”ଭାରତୀୟ ଦଳ ସେପରି ସଫଳତା ପାଇ ପାରିବନି ବୋଲି ମୁଁ କହୁନି। ତେବେ ଏଥିପାଇଁ ଏକ କୋର୍‌ ଗ୍ରୁପ ପ୍ରସ୍ତୁତ ହେବା ନିହାତି ଆବଶ୍ୟକ। ଖାଇବା ଟେବୁଲ ଉପରେ ଜଣେ ଅନେକ ପ୍ରକାର ଖାଦ୍ୟ ଦେଖି ଦ୍ୱନ୍ଦ୍ୱରେ ପଡ଼ିପାରେ। ତେଣୁ ଅଳ୍ପ ପ୍ରକାର ହେଉପଛେ ତାହା ସୁସ୍ବାଦୁ ହେବା ଗୁରୁତ୍ୱପୂର୍ଣ୍ଣ“ ବୋଲି ନେହେରା କହିଛନ୍ତି।
ପନ୍ତ୍‌ଙ୍କୁ ସମର୍ଥନ ଆବଶ୍ୟକ
କ୍ୟାରିୟର ଆରମ୍ଭରେ ରିଷଭ ପନ୍ତ୍‌ଙ୍କୁ ମହେନ୍ଦ୍ର ସିଂ ଧୋନୀଙ୍କ ଉତ୍ତରାଧିକାରୀ ବୋଲି ବିବେଚନା କରାଯାଉଥିଲା। ତେଣୁ ଏଥିପାଇଁ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ଦୀର୍ଘଦିନଧରିି ସମର୍ଥନ କରିବା ଆବଶ୍ୟକ। କେବଳ ତାଙ୍କୁ ନୁହେଁ ଅନ୍ୟ ପ୍ରତିଭାଧର ଖେଳାଳିଙ୍କୁ ମଧ୍ୟ କ୍ରମାଗତ ସମର୍ଥନର ଆବଶ୍ୟକତା ରହିଛି। ବର୍ତ୍ତମାନ ଭାରତୀୟ ଦଳର ୫ ଓ ୬ ନମ୍ବର ସ୍ଥାନରେ ବାରମ୍ବାର ପରିବର୍ତ୍ତନ ହେଉଛି। ଲୋକେଶ ରାହୁଲଙ୍କୁ ୫ ନମ୍ବର ସ୍ଥାନରେ ଖେଳାଯାଉଛି। ମାତ୍ର ଧୋନୀଙ୍କ ଉତ୍ତରାଧିକାରୀ କୁହା ଯାଉଥିବା ପନ୍ତ୍‌ ପଡ଼ିଆକୁ ପାଣି ବୋହୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବ ଯୋଗୁ କ୍ରିକେଟ ବନ୍ଦ ହେବା ପୂର୍ବରୁ ପନ୍ତ ଭାରତୀୟ ଦଳରେ ନିଜ ସ୍ଥାନ ହରାଇଥିଲେ। ତାଙ୍କ ପ୍ରଦର୍ଶନରେ ସ୍ଥିରତା ନ ରହିବାରୁ ଟିମ୍‌ ମ୍ୟାନେଜମେଣ୍ଟ ରାହୁଲଙ୍କୁ ଉଇକେଟ କିିପିଂ ଦାୟିତ୍ୱ ଅର୍ପଣ କରିଥିଲା। ପନ୍ତ୍‌ ବହୁତ ସୁଯୋଗ ହାତଛଡ଼ା କରିଛନ୍ତି ଏଥିରେ ଦ୍ୱିମତ ନାହିଁ, ମାତ୍ର ଜଣେ ଯୁବ ଖେଳାଳି ହୋଇଥିବାରୁ ସେ ବହୁତ ଆଗକୁ ଯିବାର ଦକ୍ଷତା ରଖିଛନ୍ତି ବୋଲି ନେହେରା ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?