କୋଲକାତାକୁ ସ୍ଥାନାନ୍ତର ହେବ ଟାଟାସ୍ପଞ୍ଜ ମୁଖ୍ୟ କାର୍ଯ୍ୟାଳୟ

ଯୋଡ଼ା,୨୩।୭(ଡି.ଏନ.ଏ.)-ଖଣିଜ ସମ୍ପଦ ପ୍ରାଚୁର୍ଯ୍ୟରେ ଭରା ଓଡିଶା ରାଜ୍ୟ ଜାତୀୟ ସମ୍ପଦର ମାଲିକାନା ଅନୁଯାୟୀ ଫାଇଦା ମିଳି ନ ଥିବା ବେଳେ ରାଜ୍ୟର ସର୍ବବୃହତ ଟାଟାସ୍ପଞ୍ଜ ଆଇରନ୍‌ ଲିମିଟେଡ କମ୍ପାନୀ ନିଜର ନାମ ପରିବର୍ତ୍ତନ କରି ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିଃ ରଖିଛି। ଏହି କମ୍ପାନୀ ନିଜର ମୂଳ କାର୍ଯ୍ୟାଳୟକୁ ଓଡିଶାରୁ ପଶ୍ଚିମବଙ୍ଗକୁ ସ୍ଥାନାନ୍ତର କରୁଥିବା ଜଣାପଡିଛି। ଏହି କମ୍ପାନୀ ଓଡିଶାରୁ ଖଣିଜ ସମ୍ପଦ ନେଇ ନିଜ ଶିଳ୍ପରେ ବ୍ୟବହାର କରିବ କିନ୍ତୁ ଓଡିଶା ସରକାରଙ୍କ ନିୟମ ଓ କଟକ ହାଇକୋର୍ଟଙ୍କ କ୍ଷେତ୍ରାଧିକାର ମଧ୍ୟରେ ନଆସି ପଶ୍ଚିମବଙ୍ଗ ସରକାର ଓ ପଶ୍ଚିମବଙ୍ଗର କୋଲକାତା ହାଇକୋର୍ଟଙ୍କ କ୍ଷେତ୍ରାଧିକାର ମଧ୍ୟରେ ରହିବ। ଟାଟା ସ୍ପଞ୍ଜର ଏପରି ଓଡିଶା ବିରୋଧୀ ଅର୍ଥନୈତିକ ନୀତିକୁ ବିଭିନ୍ନ ମହଲରେ ଲୋକମାନେ ନିନ୍ଦା ଓ ବିରୋଧ କରିଛନ୍ତି। ଏ ସମ୍ପର୍କରେ କେନ୍ଦୁଝରର ଆଇନଜୀବୀ ସତ୍ୟଜିତ ନନ୍ଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏଥିଯୋଗୁ ଓଡିଶାର ରାଜସ୍ବ କ୍ଷତି ନିଶ୍ଚିତ ଭାବେ ହେବ। ପ୍ରଥମତଃ ଯଦି କମ୍ପାନୀ ଟ୍ୟାନ ନମ୍ବର ନୂଆକରି କରିଥିବ ତାହାଲେ ଆମ ରାଜ୍ୟର ଇନକମ୍‌ ଟ୍ୟାକ୍ସ ଟିଡିଏସ କ୍ଷତି ହେବ ା ସେହିପରି କମ୍ପାନୀ ଆକ୍ଟରେ ଅନେକ ଜିନିଷର ପରିବର୍ତ୍ତନ ହେବାରୁ ରାଜ୍ୟର ରାଜସ୍ବ କ୍ଷତି ହେବା ସ୍ବାଭାବିକ ବୋଲି କହିଛନ୍ତି। ଏ ସମ୍ପର୍କରେ ଟାଟା ସ୍ପଞ୍ଜ କର୍ପୋରେଟ ଅଧିକାରୀ ଶୀତଳ ସ୍ବାଇଁଙ୍କୁ ପଚାରିବାରୁ କମ୍ପାନୀ ସେକ୍ରେଟାରୀଙ୍କ ସହିତ ଏବାବଦରେ ବିଚାର ବିମର୍ଶ କରିବା ପରେ ତଥ୍ୟ ଦେବେ ବୋଲି କହିଛନ୍ତି। ପ୍ରକାଶ ଯେ, ଯୋଡା ବ୍ଲକ ବିଲେଇପଦାଠାରେ ଟାଟାସ୍ପଞ୍ଜର ଏହି କାରଖାନାଟି ୧୯୮୨ ମସିହାରେ ପଞ୍ଜୀକୃତ ହୋଇଥିଲା। ଏହି କାରଖାନାରେ ପ୍ରାୟ ୪ଶହରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟ କରନ୍ତି। ଏହି କାରଖାନାକୁ ସ୍ପଞ୍ଜ ଆଇରନ ତିଆରି କରିବା ପାଇଁ ଯୋଡା ଖଣି ମଣ୍ଡଳରେ ଥିବା ଟାଟା କମ୍ପାନୀର ଖଣ୍ଡବନ୍ଧ ଖଣିକୁ କଞ୍ଚା ମାଲ ଆସେ। ଏହି କମ୍ପାନୀ ଝାଡଖଣ୍ଡର ଉଷା ମାର୍ଟିନ୍‌ ନାମକ କମ୍ପାନୀକୁ ମଧ୍ୟ ଆପଣାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri