Posted inଖେଳ

କୋର ଟିମ୍‌ ବଜାୟ ରଖିଲା ମୁମ୍ବାଇ

ମୁମ୍ବାଇ,୧୫।୧୧ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍‌ ଆଗାମୀ ସଂସ୍କରଣ ପାଇଁ ତା’ର କୋର ଟିମ୍‌ ବଜାୟ ରଖିଛି। ଅଭିଜ୍ଞ ଶ୍ରୀଲଙ୍କା ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ଏଥିରେ ସାମିଲ ରହିଛନ୍ତି। ତେବେ ଦଳ ୧୨ ଜଣ ଖେଳାଳିଙ୍କୁ ରିଲିଜ କରିଛି। ୪ଥର ଟାଇଟଲ ଜିତିଥିବା ମୁମ୍ବାଇ ୧୮ ଜଣ ଖେଳାଳିଙ୍କୁ ରିଟେନ ବା ବଜାୟ ରଖିଛି। ଏମାନଙ୍କ ମଧ୍ୟରେ ଯୁବରାଜ ସିଂ, ଆଡାମ ମିଲନେ, ବେଉରାନ ହେଣ୍ଡ୍ରିକ୍ସ ଓ ବେନ୍‌ କଟିଙ୍ଗ ଭଳି ଖେଳାଳି ସାମିଲ ରହିଛନ୍ତି। ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, ଓ୍ବେଷ୍ଟଇଣ୍ଡିଜ କ୍ରିକେଟର ଶେରଫେ୍‌ ରଦରଫୋର୍ଡ ଓ ମୁମ୍ବାଇ ଦ୍ରୁତ ବୋଲର ଧବଲ କୁଲକର୍ଣ୍ଣୀ ଟ୍ରେଡ ଇନ୍‌ କରାଯାଇଛି। ଅନ୍ୟପଟେ ମୁମ୍ବାଇ ଲେଗ୍‌ ସ୍ପିନର ମୟଙ୍କ ମାର୍କଣ୍ଡେ ଓ ବ୍ୟାଟ୍ସମ୍ୟାନ ସିଦ୍ଧାର୍ତ ଲାଡ ଯଥାକ୍ରମେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସକୁ ଟ୍ରେଡ ଆଉଟ ହୋଇଛନ୍ତି।
ରିଟେନ ହୋଇଥିବା ମୁମ୍ବାଇ ଖେଳାଳି:
ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମ୍‌ରା, କ୍ରୁନାଲ ପାଣ୍ଡ୍ୟା, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ରାହୁଲ ଚହର, ଅନମୋଲପ୍ରୀତ, ଜୟନ୍ତ ଯାଦବ, ଆଦିତ୍ୟା ତାରେ, ଅନକୁଳ ରଏ, ଧାଓ୍ବଲ କୁଲକର୍ଣ୍ଣୀ, କ୍ୱିଣ୍ଟନ ଡିକକ, କିରନ ପୋଲାର୍ଡ, ଶେରଫାନ ରଦରଫୋର୍ଡ, ଲାସିଥ ମାଲିଙ୍ଗା, ମିଚେଲ ମ୍ୟାକ୍‌ କ୍ଲିନଘନ, ଟ୍ରେଣ୍ଟ ବୋଲ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri