Categories: ଗଞ୍ଜାମ

କୋର୍ଟରୁ ମାମଲା ଉଠାଇବାକୁ ଧମକ: ଜଣେ ଗିରଫ

ହିଞ୍ଜିଳିକାଟୁ,୧୫ା୬(ଡ଼ି.ଏନ୍‌.ଏ.)-କୋର୍ଟରୁ ଏକ ମାମଲା ଉଠାଇବା ପାଇଁ ଧମକ ଦେବା ଅଭିଯୋଗରେ ଶୁକ୍ରବାର ହିଞ୍ଜିଳି ପୋଲିସ ଶିକିରି ଗ୍ରାମର ଜଣଙ୍କୁ ଗିରଫ କରିଛି। ସେ ହେଲେ ପ୍ରୀତିସୁନ୍ଦର ପ୍ରଧାନ। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଥାନାରେ ନଂ. ୧୩୮/୧୯ ରେ ଏକ ମାମଲା ରୁଜୁ ହୋଇଛି। ହିଞ୍ଜିଳି ଥାନା ରାଳବ ଗ୍ରାମର ବନିତା କୁମାରୀ ବରଡଙ୍କୁ ପ୍ରୀତିସୁନ୍ଦର ଫୁଲବାଣୀର ଏକ ନୋଟାରୀଙ୍କ ସମ୍ମୁଖରେ ୨୦୧୬ରେ ବିବାହ କରିଥିଲେ। ହେଲେ ପ୍ରୀତିସୁନ୍ଦର ନିଜ ଘରକୁ ବନିତାଙ୍କୁ ନେଉ ନ ଼ଥିଲେ। ଏପରିକି ବାପଘରୁ ଯୌତୁକ ଟଙ୍କା ଆଣିବାକୁ ବନିତାଙ୍କୁ ବାଧ୍ୟ କରିଥିଲେ। ଏଥିନେଇ ବନିତାଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ପୂର୍ବରୁ ୧୧୯/୧୮ରେ ମାମଲା ରୁଜୁ ହୋଇଥିଲା। ପ୍ରୀତି ସୁନ୍ଦରଙ୍କୁ ପୋଲିସ ଗିରଫ କରିଥିଲା। ଉକ୍ତ ମାମଲାର ବିଚାର କୋର୍ଟରେ ଚାଲିଥିବା ବେଳେ ତାହାକୁ ଉଠାଇବାକୁ ପ୍ରୀତି ସୁନ୍ଦର ଫୋନ ଓ ମେସେଜରେ ବହୁବାର ବନିତାଙ୍କୁ ଧମକ ଦେଉଥିଲେ। ଏପରିକି ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଉଥିଲେ। ଗୁରୁବାର ବନିତା ଏ ନେଇ ପୋଲିସରେ ଅଭିଯୋଗ କରିଥିଲେ।