କୋରାପୁଟ ଜିଲାର ୬୩ଟି କେନ୍ଦ୍ରରେ ଚାଲିଛି ମାଟ୍ରିକ୍‌ ପରୀକ୍ଷା

ଜୟପୁର, ୧୯।୨(ଡି.ଏନ.ଏ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। କୋରାପୁଟ ଜିଲାରେ ୬୩ଟି କେନ୍ଦ୍ର ପରୀକ୍ଷା ଚାଲିଛି। ସେହିପରି ଜୟପୁର ସହରର ୪ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେଉଛି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ସକାଳୁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ପ୍ରଶ୍ନପତ୍ର ପହଞ୍ଚି ସାରିଥିବାବେଳେ ସକାଳ ୯ଟା ୨୦ରେ ପରୀକ୍ଷା କେନ୍ଦ୍ରର ଗେଟ ଖୋଲାଯାଇ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ଛଡ଼ାଯାଇଛି।