Categories: ଖେଳ

କୋରାନା ନେଲା କିମ୍ବଦନ୍ତୀ ଫୁଟବଲଙ୍କ ଜୀବନ

ଲଣ୍ଡନ,୨୬।୩- ମାରାତ୍ମକ କରୋନା ଭାଇରସ ଯୋଗୁ ସୋମାଲିଆର କିମ୍ବଦନ୍ତୀ ଫୁଟବଲ ଖେଳାଳି ଅବଦୁଲକାଦିର ମହମ୍ମଦ ଫାରାଙ୍କ ମୃତ୍ୟୁ ଘଟିଛି। ଏ ନେଇ କନଫେଡେରେଶନ ଅଫ୍‌ ଆଫ୍ରିକାନ ଫୁଟବଲ (ସିଏଏଫ୍‌) ଓ ସୋମାଲିଆ ଫୁଟ୍‌ବଲ ଫେଡେରେଶନ (ଏସ୍‌ଏଫ୍‌ଏଫ୍‌) ପକ୍ଷରୁ ଘୋଷଣା କରାଯାଇଛି। ଗତ ସପ୍ତାହରେ କରୋନାରେ ପୀଡ଼ିତ ଥିବା ଜଣାପଡ଼ିବା ପରେ ୫୯ ବର୍ଷୀୟ ଫାରା ନର୍ଥଓ୍ବେଷ୍ଟ ଲଣ୍ଡନ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଖେଳ କ୍ୟାରିୟରର ଶେଷ କରିବା ପରେ ଫାରା ସୋମାଲିଆର ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟର ଆଡଭାଇଜର ଭାବେ କାର୍ଯ୍ୟ କରୁଥିଲେ। ସୋମାଲିଆର ରାଜଧାନୀ ମୋଗାଦୁଶୁଠାରୁ ୩୪୨ କି.ମି. ଦୂର ବେଲେଡଓ୍ବେନଠାରେ ୧୯୬୧ ଫେବୃୟାରୀ ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ୧୯୮୦ରେ ସେ ବାଟରୁକା ଫୁଟ୍‌ବଲ କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବାବେଳେ ଲୋକପ୍ରିୟତା ହାସଲ କରିଥିଲେ। ଫାରା ପ୍ରଥମ ଆଫ୍ରିକାନ ଫୁଟବଲ ଖେଳାଳି ଭାବେ କରୋନା ଭାଇରସରେ ପ୍ରାଣ ହରାଇଛନ୍ତି। ଏହା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୧୯ ହଜାରରେ ପହଞ୍ଚିଲାଣି।

Share