କୋଭିଡ-୧୯: ପୂର୍ବତନ ଇଂଲଣ୍ଡ ଫୁଟ୍‌ବଲର ହଣ୍ଟର ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୧୦।୪ (ଏଏଫ୍‌ପି)- ପୂର୍ବତନ ଇଂଲଣ୍ଡ ଫୁଟବଲର ତଥା ଲିଡ୍ସ ଡିଫେଣ୍ଡର ନର୍ମାନ ହଣ୍ଟର କରୋନା ଭାଇରସ ସଂକ୍ରମଣ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କର ଚିକିତ୍ସା କରାଯାଉଛି। ୭୬ ବର୍ଷୀୟ ହଣ୍ଟର ୧୫ ବର୍ଷର କ୍ୟାରିୟରରେ ୭୨୬ଟି ମ୍ୟାଚ୍‌ ଖେଳିଥିଲେ। ସେ ଦୁଇଟି ଲିଗ୍‌ ଟାଇଟଲ ହାସଲ କରିଥିଲେ। ୧୯୭୫ରେ ସେ ୟୁରୋପିଆନ୍‌ କପ୍‌ ଫାଇନାଲ ଖେଳିଥିଲେ ଓ ବେୟର୍ନ ମ୍ୟୁନିକ୍‌ଠାରୁ ପରାସ୍ତ ହୋଇଥିଲେ। ୧୯୬୬ ବିଶ୍ୱକପ୍‌ରେ ଇଂଲଣ୍ଡ ବିଶ୍ୱକପ୍‌ ଜିତିଥିଲା ଓ ହଣ୍ଟର ଦଳରେ ସାମିଲ ହୋଇଥିଲେ ମଧ୍ୟ ଟୁର୍ନାମେଣ୍ଟ ଖେଳି ନ ଥିଲେ।
ଇଂଲଣ୍ଡ ପାଇଁ ସେ ମୋଟ ୨୮ଟି ମ୍ୟାଚ୍‌ ଖେଳିଥିଲେ। କେବଳ ଲିଡ୍ସ ପାଇଁ ୫୪୦ଟି ମ୍ୟାଚ୍‌ ଖେଳିଥିଲେ। ୧୯୭୪ରେ ତାଙ୍କୁ ପ୍ରଥମ ପିଏଫ୍‌ଏ ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଥିଲା। ସେ କରୋନା ଭାଇରସ ଦ୍ୱାର ସଂକ୍ରମିତ ହୋଇଥିବା କଥା କ୍ଲବ ଓ୍ବେବ୍‌ସାଇଟରେ ସୂଚନା ଦିଆଯାଇଛି। ହଣ୍ଟର ଫା କପ, ଲିଗ୍‌ କପ୍‌ ଓ ଇଣ୍ଟରୟ- ସିଟିଜ ପେୟାର୍ସ କପ୍ସରେ ମଧ୍ୟ ବିଜୟୀ ହୋଇଥିଲେ। ସେ ୧୯୭୬ରେ ଲିଡ୍ସ ଛାଡିଥିଲେ ଓ ଏହାପରେ ବ୍ରିଷ୍ଟଲ ସିଟି, ବାର୍ନସ୍‌ଲି, ରୋଥରହାମ ତରଫରୁ ଖେଳିଥିଲେ। ଶେଷରେ ସେ ୧୯୮୨ରେ ଅବସର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri