କୋଭିଡ-୧୯: ପୂର୍ବତନ ଇଂଲଣ୍ଡ ଫୁଟ୍‌ବଲର ହଣ୍ଟର ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୧୦।୪ (ଏଏଫ୍‌ପି)- ପୂର୍ବତନ ଇଂଲଣ୍ଡ ଫୁଟବଲର ତଥା ଲିଡ୍ସ ଡିଫେଣ୍ଡର ନର୍ମାନ ହଣ୍ଟର କରୋନା ଭାଇରସ ସଂକ୍ରମଣ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କର ଚିକିତ୍ସା କରାଯାଉଛି। ୭୬ ବର୍ଷୀୟ ହଣ୍ଟର ୧୫ ବର୍ଷର କ୍ୟାରିୟରରେ ୭୨୬ଟି ମ୍ୟାଚ୍‌ ଖେଳିଥିଲେ। ସେ ଦୁଇଟି ଲିଗ୍‌ ଟାଇଟଲ ହାସଲ କରିଥିଲେ। ୧୯୭୫ରେ ସେ ୟୁରୋପିଆନ୍‌ କପ୍‌ ଫାଇନାଲ ଖେଳିଥିଲେ ଓ ବେୟର୍ନ ମ୍ୟୁନିକ୍‌ଠାରୁ ପରାସ୍ତ ହୋଇଥିଲେ। ୧୯୬୬ ବିଶ୍ୱକପ୍‌ରେ ଇଂଲଣ୍ଡ ବିଶ୍ୱକପ୍‌ ଜିତିଥିଲା ଓ ହଣ୍ଟର ଦଳରେ ସାମିଲ ହୋଇଥିଲେ ମଧ୍ୟ ଟୁର୍ନାମେଣ୍ଟ ଖେଳି ନ ଥିଲେ।
ଇଂଲଣ୍ଡ ପାଇଁ ସେ ମୋଟ ୨୮ଟି ମ୍ୟାଚ୍‌ ଖେଳିଥିଲେ। କେବଳ ଲିଡ୍ସ ପାଇଁ ୫୪୦ଟି ମ୍ୟାଚ୍‌ ଖେଳିଥିଲେ। ୧୯୭୪ରେ ତାଙ୍କୁ ପ୍ରଥମ ପିଏଫ୍‌ଏ ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଥିଲା। ସେ କରୋନା ଭାଇରସ ଦ୍ୱାର ସଂକ୍ରମିତ ହୋଇଥିବା କଥା କ୍ଲବ ଓ୍ବେବ୍‌ସାଇଟରେ ସୂଚନା ଦିଆଯାଇଛି। ହଣ୍ଟର ଫା କପ, ଲିଗ୍‌ କପ୍‌ ଓ ଇଣ୍ଟରୟ- ସିଟିଜ ପେୟାର୍ସ କପ୍ସରେ ମଧ୍ୟ ବିଜୟୀ ହୋଇଥିଲେ। ସେ ୧୯୭୬ରେ ଲିଡ୍ସ ଛାଡିଥିଲେ ଓ ଏହାପରେ ବ୍ରିଷ୍ଟଲ ସିଟି, ବାର୍ନସ୍‌ଲି, ରୋଥରହାମ ତରଫରୁ ଖେଳିଥିଲେ। ଶେଷରେ ସେ ୧୯୮୨ରେ ଅବସର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri