କୋଭିଡ-୧୯ ପାଇଁ କଳାକାରଙ୍କୁ ମିଳିବ ୪ ମାସର ଆଗୁଆ ଭତ୍ତା

ଭୁବନେଶ୍ୱର,୮।୪(ବ୍ୟୁରୋ): କଳାକାରଙ୍କୁ ମିଳିବ ଆଗୁଆ ୪ ମାସର ଭତ୍ତା। ଚଳିତ ମାସ ୧୫ ତାରିଖ ମଧ୍ୟରେ ୩୪୬୫୩ ଜଣ କଳାକାରଙ୍କୁ ମିଳିବ ଏହା ପ୍ରଦାନ କରାଯିବ। ମାର୍ଚ୍ଚରୁ ଜୁନ ପର୍ଯ୍ୟନ୍ତ ୪ ମାସର ଭତ୍ତା ଦେବାକୁ ରାଜ୍ୟ ସରକାର ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ମୋଟ ୧୬ କୋଟି ୬୩ ଲକ୍ଷ ୩୪ହଜାର ୪୦୦ ଟଙ୍କାର ଆବଣ୍ଟନ ପତ୍ର୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଜାରି କରାଯାଇଛି। ଏହି ପେନ୍‌ସନ ବାବଦରେ ମାସକୁ ୧୨୦୦ ଟଙ୍କା ହିସାବରେ ମୋଟ ୪୮୦୦ ଟଙ୍କା ଏକକାଳୀନ ମିଳିବ। ଇ-ଟ୍ରାନ୍ସଫର ଜରିଆରେ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ଟଙ୍କା ପଠାଇବା ଲାଗି ପଦକ୍ଷେପ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।