କୋଭିଡ-୧୯ କକ୍ଷ ପରିଦର୍ଶନ

ତାଳଚେର/ଅନୁଗୋଳ ଅଫିସ,୧୨ା୪(ନି.ପ୍ର.) – ତାଳଚେରସ୍ଥିତ ଏମ୍‌ସିଏଲ୍‌ର ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲର କୋଭିଡ-୧୯ କକ୍ଷକୁ ଭୁବନେଶ୍ୱର ସମ୍‌ ହସ୍ପିଟାଲର ଏକ ଟିମ୍‌ ଶନିବାର ପରିଦର୍ଶନ କରିଛନ୍ତି। ଏହାପରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଳଚେର ଉପଜିଲାପାଳ ରଜନୀକାନ୍ତ ସ୍ବାଇଁ, ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ମନୋଜ କୁମାର ବେହେରା, ସମ୍‌ ହସ୍ପିଟାଲରୁ ଆସିଥିବା ଡାକ୍ତର ଅଶୋକ ମହାପାତ୍ର ଓ ତାଙ୍କ ଟିମ୍‌ ଏକ ବୈଠକ କରିଥିଲେ। ସମ୍‌ ହସ୍ପିଟାଲ, ଜିଲା ପ୍ରଶାସନ ଓ ଏମ୍‌ସିଏଲ୍‌ର ମିଳିତ ଉଦ୍ୟମରେ ଏଠାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଏଥିରେ ୬ଗୋଟି ଆସିୟୁ ରହିଛି। ଆସନ୍ତା ୧୩ ତାରିଖରେ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବେ ବୋଲି ଡାକ୍ତର ମହାପାତ୍ର ସୂଚନା ଦେଇଛନ୍ତି।