କୋଭିଡ ଫଣ୍ଡ କୁ ୧.୧୧ଲକ୍ଷ ପ୍ରଦାନ

ଛତ୍ରପୁର,୩୦ା୩(ଡି.ଏନ୍‌.ଏ.)- ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (କୋଭିଡ୍‌ ଫଣ୍ଡ)କୁ ଛତ୍ରପୁରର ବ୍ୟବସାୟୀ ଡମ୍ବୁରୁଧର ସାହୁଙ୍କ ପରିବାର ପକ୍ଷରୁ ୧ଲକ୍ଷ ୧୧ହଜାର ୧୧୧ଟଙ୍କା ପ୍ରଦାନ କରାଯାଇଛି। ସୋମବାର ଛତ୍ରପୁରଠାରେ ଉକ୍ତ ଟଙ୍କାର ଡ୍ରାଫ୍ଟକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ପ୍ରଦାନ କରଯାଇଥିଲା। କରୋନା ପରିପ୍ରେକ୍ଷୀରେ ଯଥାଶକ୍ତି ଅର୍ଥ ରାଶି ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍‌କୁ ଡ୍ରାଫ୍ଟ ଆକାରରେ ଦେବାକୁ ଜିଲାପାଳ ଗଣାମଧ୍ୟମ ଜରିଆରେ ଗଞ୍ଜାମ ଜିଲାର ଜନସାଧାରଣଙ୍କୁ ନିବେଦନ କରିଛନ୍ତି।