କୋଭିଡ୍‌-୧୯: ବିଶ୍ୱକପ୍‌ ବ୍ୟାଟ୍‌ ନିଲାମ କରିବେ ଶକିବ

ଢାକା,୨୨।୪(ପି.ଟି.): କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ବାଂଲାଦେଶ ତାରକା ଅଲରାଉଣ୍ଡର ଶକିବ୍‌ ଅଲ ହାସନ ଆଗକୁ ବାହାରିଛନ୍ତି। ଅର୍ଥ ସଂଗ୍ରହ ପାଇଁ ସେ ୨୦୧୯ ବିଶ୍ୱକପ୍‌ରେ ବ୍ୟବହାର ବ୍ୟାଟ୍‌ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଲାମରୁ ସଂଗ୍ରହ କରାଯାଇଥିବା ପାଣ୍ଠି ଶକିବ ଅଲ ହାସନ ଫାଉଣ୍ଡେଶନକୁ ପ୍ରଦାନ କରାଯିବ। ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମଙ୍କ ପରେ ସେ ଦ୍ୱିତୀୟ ବାଂଲାଦେଶ କ୍ରିକେଟର ଭାବେ ବ୍ୟାଟ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଦୁର୍ନୀତି କରିବାକୁ ପ୍ରସ୍ତାବ ଦିଆଯାଇଥିବା କଥା ସେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) କିମ୍ବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ ରିପୋର୍ଟ କରି ନ ଥିବାରୁ ତାଙ୍କୁ କ୍ରିକେଟରୁ ଦୁଇ ବର୍ଷ ବାସନ୍ଦ କରାଯାଇଛି।
ଗତ ବିଶ୍ୱକପ୍‌ରେ ବ୍ୟବହାର କରିଥିବା ବ୍ୟାଟ୍‌ ମୋର ଅତି ଫେଭରାଇଟ। ତେବେ ଏହାକୁ ପୂର୍ବରୁ ନିଲାମ କରିବାକୁ କହିଛି ବୋଲି ଶକିବ ଏକ ଫେସ୍‌ବୁକ୍‌ ଲାଇଭ୍‌ ସେସନ୍‌ରେ ଯୋଗଦେଇ କହିଛନ୍ତି। ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ରେ ୩୩ ବର୍ଷୀୟ ଶକିବ ବେଶ୍‌ ସଫଳତା ହାସଲ କରିଥିଲେ। ୮ଟି ମ୍ୟାଚ୍‌ ଖେଳି ୮୬. ୫୭ ହାରରେ ସେ ୬୦୬ ରନ ସଂଗ୍ରହ କରିଥିଲେ। ଏଥିରେ ୨ଟି ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ଥିଲା। ବୋଲିଂରେ ମଧ୍ୟ ୧୧ଟି ଉଇକେଟ ହାସଲ କରିଥିଲେ। ବିଶ୍ୱକପ୍‌ରେ ଏକମାତ୍ର କ୍ରିକେଟର ଭାବେ ସେ ୧୦ ଉଇକେଟ ନେବା ସହ ୬୦୦ ରନ ସଂଗ୍ରହ କରି ବିରଳ ସଫଳତା ହାସଲ କରିଥିଲେ। ସାରା ବିଶ୍ୱକପ୍‌ରେ ଗୋଟିଏ ବ୍ୟାଟ୍‌ ବ୍ୟବହାର କରିଥିଲି ଓ ଅଶାନୁରୂପ ସଫଳତା ପାଇଥିଲି ବୋଲି ଶକିବ କହିଛନ୍ତି। ବିଶ୍ୱକପ୍‌କୁ ବାଦ୍‌ ଦେଲେ ଏହି ବ୍ୟାଟ୍‌ରେ ୧୫୦୦ ରନ ସଂଗ୍ରହ କରିଥିଲି। ଏହି ବ୍ୟାଟ୍‌ ମୋର ଅତି ପ୍ରିୟ ହୋଇଥିଲେ ମଧ୍ୟ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛି। କାରଣ ଦେଶବାସୀ ଏହି ବ୍ୟାଟଠାରୁ ଅଧିକ ପ୍ରିୟ ବୋଲି ଶକିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri