କୋଭିଡ୍‌-୧୯: ବିଶ୍ୱକପ୍‌ ବ୍ୟାଟ୍‌ ନିଲାମ କରିବେ ଶକିବ

ଢାକା,୨୨।୪(ପି.ଟି.): କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ବାଂଲାଦେଶ ତାରକା ଅଲରାଉଣ୍ଡର ଶକିବ୍‌ ଅଲ ହାସନ ଆଗକୁ ବାହାରିଛନ୍ତି। ଅର୍ଥ ସଂଗ୍ରହ ପାଇଁ ସେ ୨୦୧୯ ବିଶ୍ୱକପ୍‌ରେ ବ୍ୟବହାର ବ୍ୟାଟ୍‌ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଲାମରୁ ସଂଗ୍ରହ କରାଯାଇଥିବା ପାଣ୍ଠି ଶକିବ ଅଲ ହାସନ ଫାଉଣ୍ଡେଶନକୁ ପ୍ରଦାନ କରାଯିବ। ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମଙ୍କ ପରେ ସେ ଦ୍ୱିତୀୟ ବାଂଲାଦେଶ କ୍ରିକେଟର ଭାବେ ବ୍ୟାଟ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଦୁର୍ନୀତି କରିବାକୁ ପ୍ରସ୍ତାବ ଦିଆଯାଇଥିବା କଥା ସେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) କିମ୍ବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ ରିପୋର୍ଟ କରି ନ ଥିବାରୁ ତାଙ୍କୁ କ୍ରିକେଟରୁ ଦୁଇ ବର୍ଷ ବାସନ୍ଦ କରାଯାଇଛି।
ଗତ ବିଶ୍ୱକପ୍‌ରେ ବ୍ୟବହାର କରିଥିବା ବ୍ୟାଟ୍‌ ମୋର ଅତି ଫେଭରାଇଟ। ତେବେ ଏହାକୁ ପୂର୍ବରୁ ନିଲାମ କରିବାକୁ କହିଛି ବୋଲି ଶକିବ ଏକ ଫେସ୍‌ବୁକ୍‌ ଲାଇଭ୍‌ ସେସନ୍‌ରେ ଯୋଗଦେଇ କହିଛନ୍ତି। ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ରେ ୩୩ ବର୍ଷୀୟ ଶକିବ ବେଶ୍‌ ସଫଳତା ହାସଲ କରିଥିଲେ। ୮ଟି ମ୍ୟାଚ୍‌ ଖେଳି ୮୬. ୫୭ ହାରରେ ସେ ୬୦୬ ରନ ସଂଗ୍ରହ କରିଥିଲେ। ଏଥିରେ ୨ଟି ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ଥିଲା। ବୋଲିଂରେ ମଧ୍ୟ ୧୧ଟି ଉଇକେଟ ହାସଲ କରିଥିଲେ। ବିଶ୍ୱକପ୍‌ରେ ଏକମାତ୍ର କ୍ରିକେଟର ଭାବେ ସେ ୧୦ ଉଇକେଟ ନେବା ସହ ୬୦୦ ରନ ସଂଗ୍ରହ କରି ବିରଳ ସଫଳତା ହାସଲ କରିଥିଲେ। ସାରା ବିଶ୍ୱକପ୍‌ରେ ଗୋଟିଏ ବ୍ୟାଟ୍‌ ବ୍ୟବହାର କରିଥିଲି ଓ ଅଶାନୁରୂପ ସଫଳତା ପାଇଥିଲି ବୋଲି ଶକିବ କହିଛନ୍ତି। ବିଶ୍ୱକପ୍‌କୁ ବାଦ୍‌ ଦେଲେ ଏହି ବ୍ୟାଟ୍‌ରେ ୧୫୦୦ ରନ ସଂଗ୍ରହ କରିଥିଲି। ଏହି ବ୍ୟାଟ୍‌ ମୋର ଅତି ପ୍ରିୟ ହୋଇଥିଲେ ମଧ୍ୟ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛି। କାରଣ ଦେଶବାସୀ ଏହି ବ୍ୟାଟଠାରୁ ଅଧିକ ପ୍ରିୟ ବୋଲି ଶକିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri