କୋଭିଡ୍‌-୧୯

ସମଗ୍ର ବିଶ୍ୱକୁ ଆତଙ୍କିିତ କରିଥିବା କରୋନା ଭୂତାଣୁ ଅଦ୍ୟାବଧି ପ୍ରାୟ ୬ ହଜାର ବ୍ୟକ୍ତିଙ୍କ ଜୀବନ ନେଇ ସାରିଥିବା ବେଳେ ପ୍ରାୟ ୧ ଲକ୍ଷ ୬୧ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସରକାରୀ ସ୍ତରରେ ଏଭଳି ତଥ୍ୟ ଦିଆଯାଉଛି। ବେସରକାରୀ ଭାବେ ଦେଖିଲେ କେବଳ ଚାଇନାରେ ମୃତ୍ୟୁସଂଖ୍ୟା ଲକ୍ଷାଧିକ ଟପିଥିବା କୁହାଯାଉଛି। କାରଣ ଏକ ଉପଗ୍ରହ ଚିତ୍ରରୁ ଜଣାପଡ଼ିଥିଲା ଯେ, କରୋନାର ଜନ୍ମପୀଠ ଉହାନରେ ସଲ୍‌ଫର ଡାଇଅକ୍ସାଇଡ୍‌ ସ୍ତର ବଢ଼ିଚାଲିଛି। ଏହାର ଅର୍ଥ ହେଲା ପର୍ଯ୍ୟାପ୍ତ ଗଣଶବଦାହ ହେଲେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାୟୁରେ ସଲ୍‌ଫର ଡାଇଅକ୍ସାଇଡ୍‌ ମାତ୍ରା ବହୁଗୁଣରେ ବୃଦ୍ଧି ପାଇଥାଏ। ଅବଶ୍ୟ ଚାଇନା ଏହାକୁ ପରବର୍ତ୍ତୀ ସମୟରେ ଖଣ୍ଡନ କରିଥିଲା। ତେବେ ଭାରତରେ ୧୦୭ ଜଣଙ୍କଠାରେ ଏବେ କରୋନା ଭୂତାଣୁ ଥିବା ଚିହ୍ନଟ କରାଯାଇଥିବା ବେଳେ ୨ ଜଣଙ୍କ ପ୍ରାଣହାନି ଘଟିଛି। ପରିସ୍ଥିତିକୁ ଦେଖି ଭାରତ ସରକାର ଏହାକୁ ବିଜ୍ଞପିତ ବିପତ୍ତି ବା ନୋଟିଫାଏଡ୍‌ ଡିଜାଷ୍ଟର ଘୋଷଣା କରିଛନ୍ତି। କୁହାଯାଉଛି, ଯଦିଓ କରୋନା ଭାଇରସ୍‌ ସ୍ପାନିସ୍‌ ଫ୍ଲୁ ଭଳି ମହାମାରୀର ରୂପ ନେଇ ନାହିଁ, ତଥାପି ଏହାକୁ ନିୟନ୍ତ୍ରଣରେ ରଖାଯାଇ ନ ପାରିଲେ ବ୍ୟାପକ କ୍ଷତି ଘଟାଇବ। ଉଲ୍ଲେଖଯୋଗ୍ୟ, ୧୯୧୮-୧୯ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ସ୍ପାନିସ୍‌ ଫ୍ଲୁ ବ୍ୟାପିବା ଯୋଗୁ ପ୍ରାୟ ୫ କୋଟି ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ କୋଟି ସଂକ୍ରମିତ ହୋଇଥିଲେ। ସେତେବେଳେ ଭାରତରେ ସ୍ପାନିସ୍‌ ଫ୍ଲୁ ଯୋଗୁ ୧ କୋଟି ୭୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ତେବେ ବର୍ତ୍ତମାନର ଭାରତୀୟ ଜନସଂଖ୍ୟା ୧୩୦ କୋଟି ଅତିକ୍ରମ କରିସାରିଥିବାରୁ କରୋନା ଭୂତାଣୁ କୌଣସି ଅଞ୍ଚଳରେ ଅଧିକ ସକ୍ରିୟ ହୋଇଗଲେ ତାହାକୁ ରୋକିବା ଅସମ୍ଭବ ହୋଇପଡ଼ିବ।
ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ଗବେଷକଙ୍କ ମତରେ କରୋନା ଭୂତାଣୁଜନିତ ରୋଗ ୪ ଅବସ୍ଥା ବା ୪ ଷ୍ଟେଜ୍‌ ଦେଇ ଗତି କରିଥାଏ। ଷ୍ଟେଜ୍‌ ୧ରେ ଭୂତାଣୁ ଆମଦାନୀ ହୋଇଥାଏ ବା କୌଣସି ଏକ ସ୍ଥାନରୁ ଏହା ଆସିଥାଏ। ଷ୍ଟେଜ ୨ରେ ଏହା ସ୍ଥାନୀୟ ଅଞ୍ଚଳରେ ପ୍ରଭାବ ବିସ୍ତାର କରେ। ସେହିପରି ଷ୍ଟେଜ୍‌ ୩ରେ ଏହା ଗୋଷ୍ଠୀଗତ ସଂକ୍ରମଣ କରାଉଥିବା ବେଳେ ଷ୍ଟେଜ୍‌ ୪ ମହାମାରୀ ରୂପ ଧାରଣ କରେ। ଭାରତରେ କରୋନା ଭୂତାଣୁକୁ ବିଜ୍ଞପିତ ବିପତ୍ତି ସ୍ତରରେ ରଖାଯାଇଥିଲେ ହେଁ ଏହା ଷ୍ଟେଜ୍‌ ୨ ଅବସ୍ଥାରେ ରହିଛି। କେତେକ ବିଶେଷଜ୍ଞଙ୍କ ମତରେ ଭାରତରେ ଏହାକୁ ଏହି ଅବସ୍ଥାରେ ପ୍ରାୟ ୧ ମାସ ପର୍ଯ୍ୟନ୍ତ ଚାପି ଦିଆଯାଇପାରିଲେ ନିୟନ୍ତ୍ରଣ କରାଯାଇପାରିବ। କେତେକେ କହୁଛନ୍ତି ଯେ, ତାପମାତ୍ରା ବଢ଼ିଲେ ଏହି ଭୂତାଣୁ ଆପେ ଆପେ ମରିଯିବେ। କିନ୍ତୁ ଏଭଳି କଥାର କୌଣସି ବୈଜ୍ଞାନିକ ପ୍ରମାଣ ମିଳିପାରି ନାହିଁ। କାରଣ ବର୍ତ୍ତମାନ ଅଷ୍ଟ୍ରେଲିଆ ଓ ସିଙ୍ଗାପୁରରେ ପ୍ରଚଣ୍ଡ ଗ୍ରୀଷ୍ମ ଥିବା ସ୍ଥଳେ ସେଠାରେ ଭୂତାଣୁ ଚରିବାରେ ଲାଗିଛି। ଯେହେତୁ ଏହି ରୋଗର କୌଣସି ଚିକିତ୍ସା ପଦ୍ଧତି ବାହାର କରାଯାଇପାରି ନାହିଁ, କେବଳ ଅତି ସହଜରେ ସଚେତନତା ମାଧ୍ୟମରେ ହିଁ ଏହାକୁ ରୋକାଯାଇପାରିିବ।
ଭାରତରେ ସ୍ବଚ୍ଛତା ଉପରେ କିଛି ବର୍ଷ ହେବ ଜୋର ଦିଆଯାଇଆସୁଛି। ଲୋକେ ପୂର୍ବାପେକ୍ଷା ଅଧିକ ସଚେତନ ହୋଇଥିଲେ ହେଁ ଏହା ଗଣଆନ୍ଦୋଳନର ରୂପ ନେଇପାରୁ ନାହିଁ। ଏହାର କାରଣ ହେଲା ଆମେ ଭାରତୀୟ ଅତି ମାତ୍ରାରେ ଆବର୍ଜନା ସହ ସୁଖଶାନ୍ତିରେ ବଞ୍ଚିବାକୁ ଚାହୁଁ। ଅଳିଆ ସୃଷ୍ଟି କରୁଥିବା ମଣିଷ ଦେଖୁନାହିଁ ସେହି ଅଳିଆ କେଉଁ ଜାଗାରେ ପଡ଼ୁଛି। ଉଦାହରଣ ସ୍ବରୂପ ଭୁବନେଶ୍ୱର ସହରବାସୀଙ୍କଠାରୁ ଦାରୁଠେଙ୍ଗର ବାସିନ୍ଦା କୋଭିଡ୍‌-୧୯ ସଂକ୍ରମଣରୁ ବଞ୍ଚିବା ଅଧିକ ସମ୍ଭାବନା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ, ସମଗ୍ର ଓଡ଼ିଶାରେ ପ୍ରାୟ ୬୦୦ ଆଇସିୟୁ ଶଯ୍ୟା ରହିଛି। ରାଜ୍ୟର ଜନସଂଖ୍ୟା ତୁଳନାରେ ଏହା ଅତ୍ୟନ୍ତ ନଗଣ୍ୟ। ସେଭଳି ସ୍ଥଳେ ସରକାର କିମ୍ବା ବ୍ୟବସ୍ଥାକୁ ଦାୟୀ କରିବା ପରିବର୍ତ୍ତେ ପ୍ରତ୍ୟେକ ନାଗରିକ ନିଜେ ନିଜର ପରିପାର୍ଶ୍ୱ ଓ ବ୍ୟକ୍ତିଗତ ସ୍ବଚ୍ଛତା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଭାରତରେ ସାଧାରଣତଃ ଦେଖାଯାଏ ଯେ, ଆମେ ଏକ ଅମାନିଆ ଜାତି। ନିଜର ସ୍ବାର୍ଥ ପାଇଁ ଅନ୍ୟ ସମସ୍ତଙ୍କୁ ଜଳାଞ୍ଜଳି ଦେବାରେ ଆମର ଦ୍ୱିଧା ରହେ ନାହିଁ। ଏବେ ଯେତେବେଳେ ୟୁରୋପ ଓ ଆମେରିକାରେ ସ୍କୁଲ, କଲେଜ, ହଷ୍ଟେଲ ବନ୍ଦ କରାଯାଉଛି, ସେହିସବୁ ସଂକ୍ରମିତ ଅଞ୍ଚଳରେ ପାଠ ପଢ଼ୁଥିବା ଭାରତୀୟ ଛାତ୍ରୀଛାତ୍ର ଦେଶାଭିମୁଖୀ ହେଉଛନ୍ତି। ସାଧାରଣରେ ଆଶା କରାଯାଏ ଯେ, ସେମାନଙ୍କ ପରିବାର ଦାୟିତ୍ୱବାନ ହୋଇ ସେହି ପିଲାମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଏକୁଟିଆ ରଖିବେ ଏବଂ ପରିବାରର ସବୁ ସଦସ୍ୟ ତାଙ୍କ ନିକଟକୁ ଯିବେ ନାହିଁ। କିନ୍ତୁ ଭାରତୀୟ ପରିବାର ସେଭଳି ସଦ୍‌ବୁଦ୍ଧି ପ୍ରଦର୍ଶନ କରିବେ ଭାବିବା ବୋକାମି। ଅମାନ୍ୟ ହେବା ସହିତ ଆମର ଅନ୍ୟ ଏକ ଦୃଷ୍ଟାନ୍ତମୂଳକ ଚରିତ୍ର ହେଲା ଭୟଭୀତ ହେବା। ସେଥିପାଇଁ ଆଗାମୀ ଦିନଗୁଡ଼ିକରେ କରୋନା ଭୂତାଣୁ ସମ୍ପର୍କରେ ଅନେକ ଗୁଜବ ସୃଷ୍ଟି କରିବା ସହିିତ ସମ୍ପୂର୍ଣ୍ଣ ଭାବେ ଭୟଭୀତ ହୋଇ ଥରିବା ଆମ ଭାଗ୍ୟରେ ହୁଏତ ଲେଖାହୋଇଛି। ସେଥିପାଇଁ ଗୁଜବକୁ ବିଶ୍ୱାସ କରିବା ପରିବର୍ତ୍ତେ ନିଜର ସର୍ବନିମ୍ନ ସ୍ବଚ୍ଛତା ଦିଗକୁ ଦୃଷ୍ଟି ଦେଲେ ସମସ୍ତଙ୍କ ପାଇଁ ମଙ୍ଗଳ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri