କୋଭିଡ୍‌-୧୯

ସମଗ୍ର ବିଶ୍ୱକୁ ଆତଙ୍କିିତ କରିଥିବା କରୋନା ଭୂତାଣୁ ଅଦ୍ୟାବଧି ପ୍ରାୟ ୬ ହଜାର ବ୍ୟକ୍ତିଙ୍କ ଜୀବନ ନେଇ ସାରିଥିବା ବେଳେ ପ୍ରାୟ ୧ ଲକ୍ଷ ୬୧ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସରକାରୀ ସ୍ତରରେ ଏଭଳି ତଥ୍ୟ ଦିଆଯାଉଛି। ବେସରକାରୀ ଭାବେ ଦେଖିଲେ କେବଳ ଚାଇନାରେ ମୃତ୍ୟୁସଂଖ୍ୟା ଲକ୍ଷାଧିକ ଟପିଥିବା କୁହାଯାଉଛି। କାରଣ ଏକ ଉପଗ୍ରହ ଚିତ୍ରରୁ ଜଣାପଡ଼ିଥିଲା ଯେ, କରୋନାର ଜନ୍ମପୀଠ ଉହାନରେ ସଲ୍‌ଫର ଡାଇଅକ୍ସାଇଡ୍‌ ସ୍ତର ବଢ଼ିଚାଲିଛି। ଏହାର ଅର୍ଥ ହେଲା ପର୍ଯ୍ୟାପ୍ତ ଗଣଶବଦାହ ହେଲେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାୟୁରେ ସଲ୍‌ଫର ଡାଇଅକ୍ସାଇଡ୍‌ ମାତ୍ରା ବହୁଗୁଣରେ ବୃଦ୍ଧି ପାଇଥାଏ। ଅବଶ୍ୟ ଚାଇନା ଏହାକୁ ପରବର୍ତ୍ତୀ ସମୟରେ ଖଣ୍ଡନ କରିଥିଲା। ତେବେ ଭାରତରେ ୧୦୭ ଜଣଙ୍କଠାରେ ଏବେ କରୋନା ଭୂତାଣୁ ଥିବା ଚିହ୍ନଟ କରାଯାଇଥିବା ବେଳେ ୨ ଜଣଙ୍କ ପ୍ରାଣହାନି ଘଟିଛି। ପରିସ୍ଥିତିକୁ ଦେଖି ଭାରତ ସରକାର ଏହାକୁ ବିଜ୍ଞପିତ ବିପତ୍ତି ବା ନୋଟିଫାଏଡ୍‌ ଡିଜାଷ୍ଟର ଘୋଷଣା କରିଛନ୍ତି। କୁହାଯାଉଛି, ଯଦିଓ କରୋନା ଭାଇରସ୍‌ ସ୍ପାନିସ୍‌ ଫ୍ଲୁ ଭଳି ମହାମାରୀର ରୂପ ନେଇ ନାହିଁ, ତଥାପି ଏହାକୁ ନିୟନ୍ତ୍ରଣରେ ରଖାଯାଇ ନ ପାରିଲେ ବ୍ୟାପକ କ୍ଷତି ଘଟାଇବ। ଉଲ୍ଲେଖଯୋଗ୍ୟ, ୧୯୧୮-୧୯ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ସ୍ପାନିସ୍‌ ଫ୍ଲୁ ବ୍ୟାପିବା ଯୋଗୁ ପ୍ରାୟ ୫ କୋଟି ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ କୋଟି ସଂକ୍ରମିତ ହୋଇଥିଲେ। ସେତେବେଳେ ଭାରତରେ ସ୍ପାନିସ୍‌ ଫ୍ଲୁ ଯୋଗୁ ୧ କୋଟି ୭୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ତେବେ ବର୍ତ୍ତମାନର ଭାରତୀୟ ଜନସଂଖ୍ୟା ୧୩୦ କୋଟି ଅତିକ୍ରମ କରିସାରିଥିବାରୁ କରୋନା ଭୂତାଣୁ କୌଣସି ଅଞ୍ଚଳରେ ଅଧିକ ସକ୍ରିୟ ହୋଇଗଲେ ତାହାକୁ ରୋକିବା ଅସମ୍ଭବ ହୋଇପଡ଼ିବ।
ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ଗବେଷକଙ୍କ ମତରେ କରୋନା ଭୂତାଣୁଜନିତ ରୋଗ ୪ ଅବସ୍ଥା ବା ୪ ଷ୍ଟେଜ୍‌ ଦେଇ ଗତି କରିଥାଏ। ଷ୍ଟେଜ୍‌ ୧ରେ ଭୂତାଣୁ ଆମଦାନୀ ହୋଇଥାଏ ବା କୌଣସି ଏକ ସ୍ଥାନରୁ ଏହା ଆସିଥାଏ। ଷ୍ଟେଜ ୨ରେ ଏହା ସ୍ଥାନୀୟ ଅଞ୍ଚଳରେ ପ୍ରଭାବ ବିସ୍ତାର କରେ। ସେହିପରି ଷ୍ଟେଜ୍‌ ୩ରେ ଏହା ଗୋଷ୍ଠୀଗତ ସଂକ୍ରମଣ କରାଉଥିବା ବେଳେ ଷ୍ଟେଜ୍‌ ୪ ମହାମାରୀ ରୂପ ଧାରଣ କରେ। ଭାରତରେ କରୋନା ଭୂତାଣୁକୁ ବିଜ୍ଞପିତ ବିପତ୍ତି ସ୍ତରରେ ରଖାଯାଇଥିଲେ ହେଁ ଏହା ଷ୍ଟେଜ୍‌ ୨ ଅବସ୍ଥାରେ ରହିଛି। କେତେକ ବିଶେଷଜ୍ଞଙ୍କ ମତରେ ଭାରତରେ ଏହାକୁ ଏହି ଅବସ୍ଥାରେ ପ୍ରାୟ ୧ ମାସ ପର୍ଯ୍ୟନ୍ତ ଚାପି ଦିଆଯାଇପାରିଲେ ନିୟନ୍ତ୍ରଣ କରାଯାଇପାରିବ। କେତେକେ କହୁଛନ୍ତି ଯେ, ତାପମାତ୍ରା ବଢ଼ିଲେ ଏହି ଭୂତାଣୁ ଆପେ ଆପେ ମରିଯିବେ। କିନ୍ତୁ ଏଭଳି କଥାର କୌଣସି ବୈଜ୍ଞାନିକ ପ୍ରମାଣ ମିଳିପାରି ନାହିଁ। କାରଣ ବର୍ତ୍ତମାନ ଅଷ୍ଟ୍ରେଲିଆ ଓ ସିଙ୍ଗାପୁରରେ ପ୍ରଚଣ୍ଡ ଗ୍ରୀଷ୍ମ ଥିବା ସ୍ଥଳେ ସେଠାରେ ଭୂତାଣୁ ଚରିବାରେ ଲାଗିଛି। ଯେହେତୁ ଏହି ରୋଗର କୌଣସି ଚିକିତ୍ସା ପଦ୍ଧତି ବାହାର କରାଯାଇପାରି ନାହିଁ, କେବଳ ଅତି ସହଜରେ ସଚେତନତା ମାଧ୍ୟମରେ ହିଁ ଏହାକୁ ରୋକାଯାଇପାରିିବ।
ଭାରତରେ ସ୍ବଚ୍ଛତା ଉପରେ କିଛି ବର୍ଷ ହେବ ଜୋର ଦିଆଯାଇଆସୁଛି। ଲୋକେ ପୂର୍ବାପେକ୍ଷା ଅଧିକ ସଚେତନ ହୋଇଥିଲେ ହେଁ ଏହା ଗଣଆନ୍ଦୋଳନର ରୂପ ନେଇପାରୁ ନାହିଁ। ଏହାର କାରଣ ହେଲା ଆମେ ଭାରତୀୟ ଅତି ମାତ୍ରାରେ ଆବର୍ଜନା ସହ ସୁଖଶାନ୍ତିରେ ବଞ୍ଚିବାକୁ ଚାହୁଁ। ଅଳିଆ ସୃଷ୍ଟି କରୁଥିବା ମଣିଷ ଦେଖୁନାହିଁ ସେହି ଅଳିଆ କେଉଁ ଜାଗାରେ ପଡ଼ୁଛି। ଉଦାହରଣ ସ୍ବରୂପ ଭୁବନେଶ୍ୱର ସହରବାସୀଙ୍କଠାରୁ ଦାରୁଠେଙ୍ଗର ବାସିନ୍ଦା କୋଭିଡ୍‌-୧୯ ସଂକ୍ରମଣରୁ ବଞ୍ଚିବା ଅଧିକ ସମ୍ଭାବନା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ, ସମଗ୍ର ଓଡ଼ିଶାରେ ପ୍ରାୟ ୬୦୦ ଆଇସିୟୁ ଶଯ୍ୟା ରହିଛି। ରାଜ୍ୟର ଜନସଂଖ୍ୟା ତୁଳନାରେ ଏହା ଅତ୍ୟନ୍ତ ନଗଣ୍ୟ। ସେଭଳି ସ୍ଥଳେ ସରକାର କିମ୍ବା ବ୍ୟବସ୍ଥାକୁ ଦାୟୀ କରିବା ପରିବର୍ତ୍ତେ ପ୍ରତ୍ୟେକ ନାଗରିକ ନିଜେ ନିଜର ପରିପାର୍ଶ୍ୱ ଓ ବ୍ୟକ୍ତିଗତ ସ୍ବଚ୍ଛତା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଭାରତରେ ସାଧାରଣତଃ ଦେଖାଯାଏ ଯେ, ଆମେ ଏକ ଅମାନିଆ ଜାତି। ନିଜର ସ୍ବାର୍ଥ ପାଇଁ ଅନ୍ୟ ସମସ୍ତଙ୍କୁ ଜଳାଞ୍ଜଳି ଦେବାରେ ଆମର ଦ୍ୱିଧା ରହେ ନାହିଁ। ଏବେ ଯେତେବେଳେ ୟୁରୋପ ଓ ଆମେରିକାରେ ସ୍କୁଲ, କଲେଜ, ହଷ୍ଟେଲ ବନ୍ଦ କରାଯାଉଛି, ସେହିସବୁ ସଂକ୍ରମିତ ଅଞ୍ଚଳରେ ପାଠ ପଢ଼ୁଥିବା ଭାରତୀୟ ଛାତ୍ରୀଛାତ୍ର ଦେଶାଭିମୁଖୀ ହେଉଛନ୍ତି। ସାଧାରଣରେ ଆଶା କରାଯାଏ ଯେ, ସେମାନଙ୍କ ପରିବାର ଦାୟିତ୍ୱବାନ ହୋଇ ସେହି ପିଲାମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଏକୁଟିଆ ରଖିବେ ଏବଂ ପରିବାରର ସବୁ ସଦସ୍ୟ ତାଙ୍କ ନିକଟକୁ ଯିବେ ନାହିଁ। କିନ୍ତୁ ଭାରତୀୟ ପରିବାର ସେଭଳି ସଦ୍‌ବୁଦ୍ଧି ପ୍ରଦର୍ଶନ କରିବେ ଭାବିବା ବୋକାମି। ଅମାନ୍ୟ ହେବା ସହିତ ଆମର ଅନ୍ୟ ଏକ ଦୃଷ୍ଟାନ୍ତମୂଳକ ଚରିତ୍ର ହେଲା ଭୟଭୀତ ହେବା। ସେଥିପାଇଁ ଆଗାମୀ ଦିନଗୁଡ଼ିକରେ କରୋନା ଭୂତାଣୁ ସମ୍ପର୍କରେ ଅନେକ ଗୁଜବ ସୃଷ୍ଟି କରିବା ସହିିତ ସମ୍ପୂର୍ଣ୍ଣ ଭାବେ ଭୟଭୀତ ହୋଇ ଥରିବା ଆମ ଭାଗ୍ୟରେ ହୁଏତ ଲେଖାହୋଇଛି। ସେଥିପାଇଁ ଗୁଜବକୁ ବିଶ୍ୱାସ କରିବା ପରିବର୍ତ୍ତେ ନିଜର ସର୍ବନିମ୍ନ ସ୍ବଚ୍ଛତା ଦିଗକୁ ଦୃଷ୍ଟି ଦେଲେ ସମସ୍ତଙ୍କ ପାଇଁ ମଙ୍ଗଳ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri