କୋଭିଡ୍‌ ଫଣ୍ଡକୁ ୯୦ ହଜାର ଦେଲେ ଠିକାଦାର

ଜି.ଉଦୟଗିରି,୨୦ା୪(ଡି.ଏନ୍‌.ଏ.)- ଜି.ଉଦୟଗିରି ପଞ୍ଚାୟତ ସମିତିର ଠିକାଦାରମାନେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (କୋଭିଡ)କୁ ୯୦ ହଜାର ଟଙ୍କାର ଏକ ଚେକ ଜି.ଉଦୟଗିରି ବିଡିଓ ଶାନ୍ତନୁ କୁମାର ନାୟକଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ମିଶ୍ର, ଦୀପକ କୁମାର ବେହେରା, ଏସ. ସୋମେଶ୍ୱର ରାଓଙ୍କ ଉପସ୍ଥିତିରେ ଏହି ଚେକ୍‌ ପ୍ରଦାନ କରିଥିଲେ। ଏହା ପୂର୍ବରୁ ଜି.ଉଦୟଗିରି ଏନ୍‌ଏସି କର୍ମଚାରୀମାନେ ମଧ୍ୟ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ।