କୋଭିଡ୍‌ ଫଣ୍ଡକୁ ୬.୩୪ ଲକ୍ଷ ସହାୟତା

ହିଞ୍ଜିଳିକାଟୁ,୨୫ା୪(ଡ଼ି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଚାଉଳ କଳ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (କୋଭିଡ୍‌)କୁ ୧ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘର ସଭାପତି ବିଜୟ କୁମାର ପାଢୀ ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ବ୍ଲକ ଅଫିସରେ ଭେଟି ଚେକ୍‌ ପ୍ରଦାନ କରିଛନ୍ତି। ହିଞ୍ଜିଳିକାଟୁ ପ୍ରାଥମିକ ଶିକ୍ଷକ ସଂଘ ଓ ବିଇଓ ଅଫିସ କର୍ମଚାରୀ କରୋନା ମୁକାବିଲା ନିମନ୍ତେ କୋଭିଡ୍‌ ଫଣ୍ଡକୁ ୪ ଲକ୍ଷ ୬୨ ହଜାର ୨୫୨ ଟଙ୍କା ସହାୟତା କରିଛନ୍ତି। ଶୁକ୍ରବାର ସଂଘ ପକ୍ଷରୁ ଏକ ବ୍ୟାଙ୍କ ଚେକ୍‌ ବିଇଓ ବସନ୍ତ କୁମାର ପଣ୍ଡାଙ୍କ ଜରିଆରେ ପ୍ରଦାନ କରାଯାଇଛି। ସଂଘ ସଭାପତି ଇପିଲି ଋଷିୟା, ଶିକ୍ଷକ କଲ୍ୟାଣ ସମିତି ସଭାପତି ପୂର୍ଣ୍ଣଚନ୍ଦ୍ର ମହାରଣା, ଶିକ୍ଷୟିତ୍ରୀ ଡ଼ି. ଗୌରୀ, ଗଙ୍ଗାଧର ପାଣିଗ୍ରାହୀ, ଜୟକୃଷ୍ଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।