କୋଭିଡ୍‌ ଫଣ୍ଡକୁ ଶିକ୍ଷକ ଦେଲେ ୫.୫୮ ଲକ୍ଷ

ପୋଲସରା,୩୦ା୪(ଡି.ଏନ.ଏ.)- ପୋଲସରା ବିଇଓ ଅଫିସର ସମସ୍ତ କର୍ମଚାରୀ ଓ ବ୍ଲକ ପ୍ରାଥମିକ ଶିକ୍ଷକ ମହାସଂଘର ଶିକ୍ଷକ ଗୋଟିଏ ଦିନର ଦରମା ୫ ଲକ୍ଷ ୫୮ ହଜାର ୮୭୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (କୋଭିଡ୍‌)କୁ ପ୍ରଦାନ କରିଛନ୍ତି। ବ୍ଲକ ପ୍ରାଥମିକ ଶିକ୍ଷକ ମହାସଂଘର କର୍ମକର୍ତ୍ତା ଦୁର୍ଗା ପ୍ରସାଦ ମହାପାତ୍ର, ସନ୍ନ୍ୟାସୀ ସାହୁ, ଦିଲ୍ଲୀପ କୁମାର ସେଠୀ, ଅମିତାଭ ମିଶ୍ର, ମଧୁସୂଦନ ବିଷୋୟୀ, କିରଣ କୁମାର ଖଟେଇ, କାହ୍ନୁଚରଣ ପଟ୍ଟନାୟକଙ୍କ ସମେତ ବହୁ ଶିକ୍ଷୟିତ୍ରୀ ଶିକ୍ଷକ ଏହି ଚେକ୍‌ ବିଇଓଙ୍କୁ ପ୍ରଦାନ କରିଥିଲେ।