ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଇଥିବା ନିର୍ଦ୍ଦେଶକୁ କୌଣସି ସରକାରୀ ଅଧିକାରୀ ପାଳନ କରୁନାହାନ୍ତି। ପ୍ରତିଦିନ ୧୫ହଜାର ଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିବା ପରେ ସୁଦ୍ଧା ଏହା ହୋଇ ପାରିଲାନାହିଁ। ସରକାରୀ ଅଧିକାରୀମାନେ ଏ ଦିଗରେ ଧ୍ୟାନ ନ ଦେଇ କେବଳ ଗଣମାଧ୍ୟମକୁ ବିବୃତି ଦେଇ ନିଜ ପିଠି ନିଜେ ଥାପୁଡାଉଛନ୍ତି ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ା ଭାଜପାର ଏହି ଅଭିଯୋଗ ଉପରେ ବିଜେଡି କଡା ପ୍ରତିକ୍ରିୟା ପ୍ରକାଶ କରିଛି। ଆଇସିଏମ୍ଆର ନିର୍ଦ୍ଦେଶାବଳୀ ଭାଜପା ନେତାମାନେ ପଢନ୍ତୁ ବୋଲି ବିଜେଡି ନେତା ସସ୍ମିତ ପାତ୍ର କହିଛନ୍ତି।
ଗୋଲକ କହିଛନ୍ତି ଯେ, ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ପ୍ରତିଦିନ ୧୫ହଜାରରୁ ଊର୍ଦ୍ଧ୍ୱ ଟେଷ୍ଟ କରୁଛି ା ଏବେ ସୁଦ୍ଧା ଆନ୍ଧ୍ର ପ୍ରଦେଶ ୫ ଲକ୍ଷ ୬୭ ହଜାର ଟେଷ୍ଟ କରିଥିବାବେଳେ ଓଡିଶାରେ ୨ ଲକ୍ଷ ୫ ହଜାର ୫୦୧ ଟେଷ୍ଟ ହୋଇଛି ା ଏହା ମଧ୍ୟରୁ ୪୧୬୩ ପଜିଟିଭ ବାହାରିଥିବାବେଳେ ୧୨୯୫ଟି ଆକ୍ଟିଭ କେସ ରହିଛି। ଜୁନ୍ ୭ରେ ୩୪୭୭, ୮ରେ ୩୩୧୭, ୯ରେ ୨୯୬୯, ୧୦ରେ ୩୦୨୬, ୧୧ରେ ୩୩୩୩, ୧୨ରେ ୩୮୩୩, ୧୩ରେ ୩୮୮୦, ୧୪ରେ ୩୫୫୮, ୧୫ରେ ୨୪୯୯, ୧୬ରେ ୨୯୮୮ ଜଣଙ୍କ କରୋନା ଟେଷ୍ଟ ହୋଇଛି। ଗଞ୍ଜାମରେ ସର୍ବାଧିକ କରୋନା ରୋଗୀ ବାହାରିବାରୁ ସେଠାରେ ଭୟାଭୟ ସ୍ଥିତି ରହିଛି ା ବ୍ୟବସାୟୀମାନେ ନିୟମିତ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କୁ କରୋନା ହେବାର ଆଶଙ୍କା ରହିଛି। ଏଣୁ ଅତ୍ୟାବଶକ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ମଧ୍ୟ କରୋନା ପରୀକ୍ଷା କରାଯିବା ଆବଶ୍ୟକ। ସରକାର ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ୍ ସେଣ୍ଟରରେ ୭ଦିନ ରଖି ବିନା ପରୀକ୍ଷାରେ ଘରକୁ ପଠାଇ ଦେଉଛନ୍ତି ା ଏହାଦ୍ୱାରା କରୋନା ବ୍ୟାପିବାର ସମ୍ଭାବନା ଅଧିକ ଅଛି ବୋଲି ଗୋଲକ କହିଛନ୍ତି।
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, କେନ୍ଦ୍ରର ଭାଜପା ନେତୃତ୍ୱାଧିନ ସରକାର ଏବଂଦେଶରେ କରୋନା ମନିଟରିଂ କରୁଥିବା ଜାତୀୟ ସଂସ୍ଥା ଆଇସିଏମ୍ଆର କେବଳ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିମାନଙ୍କ ପରୀକ୍ଷା କରିବାକୁ ମାର୍ଗଦର୍ଶିକା ଜାରି କରିଛନ୍ତି। ଭାଜପା ନେତାମାନେ ବୟାନବାଜି କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ପଢିବା ଦରକାର। ଆଇସିଏମଆର ଆଧାରରେ କରୋନା ପରୀକ୍ଷା ଚାଲିଛି। ରାଜ୍ୟରେ କରୋନା ବର୍ତ୍ତମାନ ନିୟନ୍ତ୍ରଣାଧିନ ରହିଛି। ଆଇସିଏମଆର ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟ ସରକାର ମିଶାମିଶି ଭାବେ ପରୀକ୍ଷା ଚଳାଇଛନ୍ତି। ଭାଜପା ଏବଂ କଂଗ୍ରେସ ଶାସିତ ରାଜ୍ୟଗୁଡିକ ଅନୁରୂପ ଭାବେ ପରୀକ୍ଷା କରୁଛନ୍ତି। ତେଣୁ ଏଭଳି ସ୍ପର୍ଶକତାର ଘଟଣାରେ ରାଜନୀତି କରିବା ଆଗରୁ ଭାଜପା ରାଜ୍ୟ ନେତୃବୃନ୍ଦ କେନ୍ଦ୍ର ମାର୍ଗଦର୍ଶିକା ପଢନ୍ତୁ। କେଉଁସବୁ ଭାଜପା ଶାସିତ ରାଜ୍ୟଗୁଡିକରେ ଟିଏମ୍ସି ଭଳି ବ୍ୟବସ୍ଥା ହୋଇଛି ବୋଲି ପାତ୍ର ପ୍ରଶ୍ନ କରିଛନ୍ତି।
ଜୁନାଗଡ଼ ରୋଡ୍ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍ର ଶୁଭାରମ୍ଭ କଲେ ଏମ୍ପି: ୨୨ରୁ ଗଡ଼ିବ ଟ୍ରେନ୍…
ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…
ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍ପେଣ୍ଡ୍
କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…
ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ
ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…
ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ…
କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତରେ ପୋଲିସ, ବନ…
ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ
ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…
ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…
ଓଡ଼ିଶା ବିଧାନସଭା ଅଧିବେଶନ, ସୁନା ଖଣି ଚର୍ଚ୍ଚା
ଭୁବନେଶ୍ୱର,୧୯।୨: ଓଡ଼ିଶା ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ପୁଣିଥରେ ରାଜ୍ୟର ସୁନା ଖଣି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଗୃହରେ ବଡମ୍ବା ବିଧାୟକ ବିଜୟ କୁମାର…
ପଦ୍ମପୁର ତହସିଲଦାରଙ୍କୁ ନିଲମ୍ବନ କଲେ ସରକାର
ବରଗଡ଼,୧୯ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ…
Archives

